Posted inଫୁରସତ

ଏଭରେଷ୍ଟ ବେସ୍‌ କ୍ୟାମ୍ପରେ ସର୍ବକନିଷ୍ଠ

କାଠମାଣ୍ଡୁ: ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସବୁ ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ସିଙ୍ଗାପୁରର ୬ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଓମ୍‌ ମଦନ ଗାର୍ଗ। ପର୍ବତାରୋହଣରେ ରୁଚି ରଖୁଥିବା ଓମ୍‌ ଏଭରେଷ୍ଟ ବେସ୍‌ କ୍ୟାମ୍ପ ଚଢ଼ି ଏବେ ଚର୍ଚ୍ଚା ସାଉଁଟିଛନ୍ତି। ନେପାଳରେ ଥିବା ବେସ୍‌ କ୍ୟାମ୍ପର ଉଚ୍ଚତା ୫,୩୬୪ ମିଟର ହୋଇଥିବାବେଳେ ୧୦ ଦିନରେ ଓମ୍‌ ବେସ୍‌ କ୍ୟାମ୍ପ ଆରୋହଣ କରି ପ୍ରଶଂସାର ପାତ୍ର ହୋଇଛନ୍ତି। ତେବେ ଓମ୍‌ ତାଙ୍କ ମା’ବାପାଙ୍କ ସହ ଏହି ଟ୍ରେକିଂ କରିଛନ୍ତି।
ସେ ସିଙ୍ଗାପୁରର କାନୋସ ସାଭିଲେ ପ୍ରିସ୍କୁଲରେ ପାଠ ପଢ଼ୁଛନ୍ତି। ମା’ବାପାଙ୍କ ସହ ଓମ୍‌ ପ୍ରଥମେ ଆସି ଲୁକଲାରେ ପହଞ୍ଚିଥିଲେ, ଯାହା ହେଉଛି ଏଭରେଷ୍ଟ ବେସ୍‌କ୍ୟାମ୍ପର ଷ୍ଟାର୍ଟିଂ ପଏଣ୍ଟ। ସେପ୍ଟେମ୍ବର ୨୮ରୁ ଗାର୍ଗ ପରିବାର ଟ୍ରେକିଂ ଆରମ୍ଭ କରିଥିବାବେଳେ ବେସ୍‌କ୍ୟାମ୍ପରେ ସେମାନେ ନଭେମ୍ବର ୭ରେ ପହଞ୍ଚିଥିଲେ। ସାଙ୍ଗରେ ସେମାନେ ଗାଇଡ୍‌ ନେଇଥିଲେ। ଲୁକଲାରୁ ସେମାନେ ଫାକଡିଙ୍ଗ ଆଡକୁ ବଢ଼ିଥିଲେ। ଏହାପରେ ସେମାନେ ନାମଚେ ବାଜାରରେ ପହଞ୍ଚିଥିଲେ, ଯାହା ଏଭରେଷ୍ଟ ରିଜିୟନ୍‌ର ଟ୍ରେଡ୍‌ ବା ବାଣିଜ୍ୟ କେନ୍ଦ୍ର ଭାବେ ଜଣାଯାଏ। ସେଠାରୁ ସେମାନେ ଟେଙ୍ଗବୋଚେ ଯାଇଥିଲେ, ପରିଶେଷରେ ଓମ୍‌ ଓ ତାଙ୍କ ପରିବାର ଏଭରେଷ୍ଟ ବେସ୍‌ କ୍ୟାମ୍ପରେ ପହଞ୍ଚିଥିଲେ। ସେଠାରେ ଓମ୍‌ ସିଙ୍ଗାପୁର ପତାକା ଉଡ଼ାଇଥିଲେ। ବିଶ୍ୱର ସବୁଠାରୁ ବିଶାଳ ଗିରିଶୃଙ୍ଗ ଏଭରେଷ୍ଟର ବେସ୍‌କ୍ୟାମ୍ପରେ ଜଣେ ସର୍ବକନିଷ୍ଠ ପହଞ୍ଚିବା ବିରଳ ଘଟଣା ହୋଇଥିବାବେଳେ ଓମ୍‌ଙ୍କ ନାମ ସିଙ୍ଗାପୁର ବୁକ୍‌ ରେକର୍ଡରେ ସାମିଲ କରାଯାଇଛି। ପୂର୍ବରୁ ଭାରତର ୩ ବର୍ଷର ନାବାଳକ ହେୟାନ୍ସ କୁମାର ଏଭରେଷ୍ଟ ବେସ୍‌ କ୍ୟାମ୍ପ ଆରୋହଣ କରି ଚର୍ଚ୍ଚାକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri