ପୋଖରୀରୁ ଯୁବତୀଙ୍କ କଙ୍କାଳ ମିଳିବା ଘଟଣା: ହାଇଦ୍ରାବାଦ୍‌ରୁ ହତ୍ୟା ଅଭିଯୁକ୍ତ ଗିରଫ

ଦଶରଥପୁର,୧୬।୪(ଡି.ଏନ.ଏ.): ଯାଜପୁର ସଦର ଥାନା କପିଳେଶ୍ୱର ଗ୍ରାମ ସୀମାରେ ଥିବା ପରିତ୍ୟକ୍ତ ପୋଖରୀରୁ ଗତ ୮ ତାରିଖରେ ମିଳିଥିବା କଙ୍କାଳ ଚିହ୍ନଟ ହେବା ପରେ ହତ୍ୟା ମାମଲା ରୁଜୁ ହୋଇଥିଲା। ମିଳିଥିବା କଙ୍କାଳ ଯାଜପୁର ଟାଉନ୍‌ ଥାନା ଅଧୀନ ଖଣ୍ଡରା ଗ୍ରାମର ଅହଲ୍ୟା ରାଉତ ଓ ଶରତଙ୍କ ଝିଅ ଶୁଭଶ୍ରୀଙ୍କ ବୋଲି ତାଙ୍କ ପରିବାର ଦାବି କରିବା ସହ ସଦର ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପ୍ରକ୍ରିୟା ଆରମ୍ଭ କରିଛି। ଏହିକ୍ରମରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବୋଲେରୋ ଚାଳକ ଖଣ୍ଡରା ପଞ୍ଚାୟତ ବାଲିପଦା ଗ୍ରାମର ହରିହର ନାୟକଙ୍କ ଜଣେ ସହଯୋଗୀଙ୍କୁ ଯାଜପୁର ପୋଲିସ ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦ୍‌ରୁ ଗିରଫ କରି ଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ଗିରଫ ଯୁବକ ଦଶରଥପୁର ବ୍ଲକ୍‌ ଖଣ୍ଡରା ଛକ ନିକଟସ୍ଥ ଚାନ୍ଦିତୋଟା ଦଳିତସାହିର ବୋଲି ଜଣାପଡିଛି। ସେ ହାଇଦ୍ରାବାଦ୍‌ର ଏକ ବେସରକାରୀ ସଂସ୍ଥାରେ କାମ କରୁଥିଲେ ା ଲକ୍‌ଡାଉନ୍‌ ଯୋଗୁ ସେ ଆସି ଘରେ ରହୁଥିଲେ। ଯେଉଁଦିନ କଙ୍କାଳ ମିଳିଥିଲା ସେଦିନ ସନ୍ଧ୍ୟାରେ ସେ ପୁଣି ଯାଜପୁର ରୋଡରୁ ଟ୍ରେନ୍‌ରେ ହାଇଦ୍ରାବାଦ୍‌ ପଳାଇଥିଲେ। ମୋବାଇଲ୍‌ ଟ୍ରାକିଂରୁ ସେ ଏହି ହତ୍ୟା ଘଟଣାରେ ସାମିଲ ଥିବା ଜଣାପଡ଼ିବା ପରେ ଯାଜପୁର ପୋଲିସର ଏକ ଟିମ୍‌ ହାଇଦ୍ରାବାଦ୍‌ ଯାଇଥିଲା। ସେଠାରେ ସ୍ଥାନୀୟ ପୋଲିସ ସହାୟତାରେ ତାଙ୍କୁ ଗିରଫ କରି ଗୁରୁବାର ଯାଜପୁର ଆଣିଥିବା ଜଣାଯାଇଛି।
ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର କୁହାଯାଉଥିବା ବୋଲେରୋ ମାଲିକ ଶିବ ପଣ୍ଡା କିଛିଦିନ ହେବ ଯାଜପୁରରେ ରହି ପୋଲିସ ତଦନ୍ତକୁ ନିରୀକ୍ଷଣ କରୁଥିଲେ। ତେବେ ହତ୍ୟାକାଣ୍ଡରେ ତାଙ୍କ ପ୍ରଚ୍ଛନ୍ନ ହାତ ଥିବା ନେଇ ଯୁବତୀଙ୍କ ପରିବାର ଗଣମାଧ୍ୟମରେ ଅଭିଯୋଗ କରିବା ପରେ ବୁଧବାରଠାରୁ ସେ କେଉଁ ଆଡ଼େ ଉଭାନ ହୋଇଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ଅହଲ୍ୟା ସଭ୍ୟାଥିବା ମା’ ତାରିଣୀ ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଭାନେତ୍ରୀ, ସମ୍ପାଦିକା ଏବଂ ଅନ୍ୟ ସଭ୍ୟାମାନେ ଖଣ୍ଡରା ପଞ୍ଚାୟତ ମହାସଂଘ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ସହଯୋଗ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ପଣ୍ଡାଙ୍କ ପ୍ରଚ୍ଛନ୍ନ ସହାୟତାରେ ବୋଲେରୋ ଚାଳକ ନାୟକ ଓ ଅନ୍ୟ ସହଯୋଗୀମାନେ ଅପରାଧ ଘଟାଇଥିବାରୁ ପଣ୍ଡାଙ୍କୁ ପୋଲିସ ତୁରନ୍ତ ଗିରଫ କରିବାକୁ ମା’ ଅହଲ୍ୟା ଓ ଶରତଙ୍କ ସମେତ ମା’ତାରିଣୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସମସ୍ତ ସଭ୍ୟା ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଶୁଭଶ୍ରୀ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଯାଜପୁର ଟାଉନ ଥାନାରେ ୧୦ା୧୦ା୨୦୨୦ରେ ଅଭିଯୋଗ ହୋଇଥିଲା। ତେବେ କଙ୍କାଳ ଏବଂ ଓଢଣି ଦେଖି ସେମାନେ ଏହା ତାଙ୍କ ଝିଅ ଶୁଭଶ୍ରୀଙ୍କ ବୋଲି ଚିହ୍ନଟ କରିଥିଲେ। ଏହାପରେ ଅହଲ୍ୟା ତାଙ୍କ ଝିଅକୁ ବୋଲେରୋ ଡ୍ରାଇଭର ନାୟକ ହତ୍ୟା କରି ପୋଖରୀରେ ପକାଇ ଦେଇଥିବା ଯାଜପୁର ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମାମଲା (ନଂ.୧୨/୨୧) ରୁଜୁ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri