Posted inଜାତୀୟ

ନିଜ ପସନ୍ଦର ପୁଅଙ୍କୁ ବିବାହ କରିବା ଯୁବତୀଙ୍କର ଅଧିକାର, ପରିବାର କରିପାରିବେନି ଆପତ୍ତି ,ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନୂଆଦିଲ୍ଲୀ,୨୮।୧୦ : ଯଦି କୌଣସି ଯୁବତୀ ଜଣେ ପୁଅକୁ ପସନ୍ଦ କରନ୍ତି ତା’ହେଲେ ସେହି ପୁଅକୁ ବିବାହ କରିବାର ଅଧିକାର ତାଙ୍କର ଅଛି। ପରିବାର ମଧ୍ୟ ଏଥିରେ ଆପତ୍ତି କରିପାରିବେ ନାହିଁ। ସମ୍ବିଧାନ ଅନୁଯାୟୀ, ଯୁବତୀଙ୍କର ନିଜ ପସନ୍ଦର ପୁଅକୁ ବିବାହ କରିବାର ସମସ୍ତ ଅଧିକାର ଅଛି। ନାଗରିକମାନଙ୍କୁ ସୁରକ୍ଷା ଯୋଗାଇବା ରାଜ୍ୟ ସରକାରଙ୍କ ସାମ୍ବିଧାନିକ କର୍ତ୍ତବ୍ୟ। ତେଣୁ ପୋଲିସ ବିବାହିତ ଦମ୍ପତିଙ୍କୁ ସୁରକ୍ଷା ଯୋଗାଇବା ଉଚିତ। ଯୁବତୀଙ୍କର ମାତାପିତା କିମ୍ବା ପରିବାର ସଦସ୍ୟଙ୍କ ଏଥିରେ କୌଣସି ବାଧା ଦେବା ଉଚିତ ନୁହେଁ। ଏହି ଐତିହାସିକ ରାୟ ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ ପ୍ରଦାନ କରିଛନ୍ତି।

ଜଷ୍ଟିସ ତୁଷାର ରାଓ ଗେଡେଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ପ୍ରେମ ବିବାହ ପରେ ଦୁଇ ଙ୍‌ପରିବାରରୁ ଆସୁଥିବା ଧମକ ଦ୍ୱାରା ଅସୁବିଧାରେ ପଡ଼ିଥିବା ଦମ୍ପତିଙ୍କୁ ସୁରକ୍ଷା ପ୍ରଦାନ କରୁଥିବାବେଳେ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଆବେଦନକାରୀ ଜଣେ ସାବାଳିକା। ଉଭୟ ପରସ୍ପରକୁ ପସନ୍ଦ କରୁଥିବାରୁ ବିବାହ କରିଥିଲେ। ଉଭୟ ପରସ୍ପରକୁ ଭଲ ପାଉଥିଲେ। ସେମାନେ ସାବାଳକ ହୋଇଥିବା ନେଇ କୌଣସି ସନ୍ଦେହ ନାହିଁ। ଉଭୟଙ୍କର ନିଜ ନିଜ ପସନ୍ଦ ଅନୁଯାୟୀ ବିବାହ କରିବାର ଅଧିକାର ଅଛି। ଏଭଳି ସମ୍ପର୍କକୁ ନେଇ ପରିବାର ସଦସ୍ୟ ମଧ୍ୟ ଆପତ୍ତି କରିପାରିବେ ନାହିଁ। ଯଦି ପ୍ରେମ ବିବାହ ପାଇଁ ପରିବାର ଦ୍ୱାରା ସେମାନଙ୍କୁ ଧମକ ଦିଆଯାଉଛି ତେବେ ଏହା ଭୁଲ ଅଟେ। ଏହାକୁ ସହ୍ୟ କରାଯିବ ନାହିଁ। ପୋଲିସ ସେମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବା ଉଚିିତ।

ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନକାରୀ ଦର୍ଶାଇଛନ୍ତି ସେମାନେ ମାତାପିତାଙ୍କ ଇଚ୍ଛା ବିରୁଦ୍ଧରେ ଏପ୍ରିଲରେ ବିବାହ କରିଥିଲେ। ସେମାନେ ଖୁସିରେ ଜୀବନ ବିତାଉଥିବା ବେଳେପରିବାର ସଦସ୍ୟ, ବିଶେଷକରି ଝିଅର ପରିବାର ଧମକ ଦେବା ଆରମ୍ଭ କରିଥିଲେ। । ଉଭୟ ପକ୍ଷ ଏବଂ ଓକିଲଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଯୁବକଙ୍କ ବିରୋଧରେ ପଞ୍ଜୀକୃତ ମାମଲାକୁ ଖାରଜ କରି ଦେଇଛନ୍ତି। ଉଭୟ ଆବେଦନକାରୀଙ୍କୁ ସୁରକ୍ଷା ଯୋଗାଇବା ଏବଂ ସେମାନଙ୍କ ମଧ୍ୟରୁ କାହାର ଯେପରିି କିଛି କ୍ଷତି ନ ହେବ ସେଥିଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri