ଯୁବତୀଙ୍କୁ ହତ୍ୟା କରି ଫିଙ୍ଗିଦେଲେ

ବରପାଲି, ୮।୫(ଡି.ଏନ୍‌.ଏ.): ବରଗଡ଼ ଜିଲା ବରପାଲି ଥାନା ଭଟିଗାଁ ଗ୍ରାମ ନିକଟ ରାନିଯୋର ବ୍ରିଜ୍‌ ତଳୁ ରବିବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ ମୃତଦେହକୁ ପୋଲିସ ଜବତ କରିଛି ।

ବ୍ରିଜ୍‌ ତଳେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ବରପାଲି ପୋଲିସକୁ ଖବର ମିଳିଥିଲା। ଏନେଇ ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସ ଏକ ପର୍ସ ଜବତ କରିଛି। ପର୍ସରୁ ଏକ ପରିଚୟ ପତ୍ର ମିଳିଛି। ଏଥିରୁ ମୃତା ଜଣକ ବରପାଲି ଥାନା ରକସା ପଞ୍ଚାୟତ ଅଧୀନ ତେଜଙ୍ଗ ଗ୍ରାମର ଅନ୍ଧାରୀ ଦୀପ ବୋଲି ଜଣାପଡିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଯୁବତୀଙ୍କୁ ହତ୍ୟା ପରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଫୁଲ ତୋଳିବା ହେଲା କାଳ

ଝାରସୁଗୁଡ଼ା ଅଫିସ୍‌,୧୩।୬: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ତାଳବେର୍ଣ୍ଣା ଗ୍ରାମର ଏକ ପୋଖରୀରେ ରବିବାର ପଦ୍ମଫୁଲ ତୋଳିବାକୁ ଯାଇଥିବା ଜଣେ ବ୍ୟକ୍ତି ପାଣିରେ ବୁଡି...

ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ

ବାସୁଦେବପୁର, ୫।୭(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ପରିସରରେ ଶୁକ୍ରବାର ବ୍ଲକସ୍ତରୀୟ ଦିବ୍ୟାଙ୍ଗ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୩୦...

ଅନୁକୂଳ ପାଣିପାଗ: ଖରିଫ ଚାଷ ପାଇଁ ଚାଷୀ ତତ୍ପର

ଉଲୁଣ୍ଡା, ୧ା୭(ଡି.ଏନ.ଏ.)  ରୋହିଣୀ ତାତେ, ମୃଗଶିରା ମାତେ, ଆରଦ୍ରା କରେ ଛନ୍‌ ଛନ୍‌, ଚାଷୀ ବଇଲା ଚଷାନୀଲୋ ଇ ବଛର କେନନ ରଖମା ଧାନ। ବିଶ୍ୱାସ...

ଯୁବକଙ୍କୁ ହତ୍ୟା ଉଦ୍ୟମ: ୩ ଗିରଫ

ପୁରୁଷୋତ୍ତମପୁର,୨୨ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ଏକ ତିନି ଜଣିଆ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଛି। ଏନେଇ ବୁଧବାର ଏକ ଖବରଦାତା ସମ୍ମିଳନୀରେ...

ବଁଚ୍‌ବାର ରାହା ଦେଇଛେ ମୁଢ଼ି ମିକ୍ସଚର

ଲାଠୋର, ୪ା୧୨ (ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ଗାଁର ପରୀକ୍ଷିତ ବାଗ (୪୨)। ମାଏକିନା ଭୂମିସୂତା, ଝି’ ମୁକ୍ତାଦେଇ, ଦୁଇପୁଓ ସୁରେଶ ଆର ପାର୍ଥକେ...

ସରକାରୀ ଜାଗାରେ ଦୋକାନ ନିର୍ମାଣ : ତାଲା ପକାଇଲେ ଲୋକେ

ରାୟଗଡ଼ା ଅଫିସ,୧୦।୧୦ : ରାୟଗଡ଼ା ସହରର କପିଳାସ ରୋଡ୍‌ର ଷ୍ଟାଇଲ ବଜାର ନିକଟରେ କିଛିଦିନ ହେବ ବେଆଇନ ଭାବେ ସରକାରୀ ଜାଗାରେ ପ୍ରାୟ ୮୦ ଲକ୍ଷ...

ନାବାଳିକାଙ୍କ ବିବାହ ଯୋଜନା ଧରାପଡ଼ିଲା, ୩ଗିରଫ

ବୌଦ୍ଧ, ୨୯ା୪(ସ୍ବ.ପ୍ର)-ଜଣେ ନାବାଳିକାଙ୍କ ବିବାହ ଯୋଜନା ପୋଲିସ ହାତରେ ଧରାପଡିଛି ା ଏହି ବିବାହରେ ବ୍ୟବହୃତ କାର ପାଇଁ ଜାଲ୍‌ ପାସ୍‌ ବ୍ୟବହାର କରାଯାଇଥିବା ଘଟଣା...

ମୋବାଇଲ୍‌ ଗେମ୍‌ ପାଇଁ ନାବାଳକଙ୍କୁ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଲକି କୋର୍ଟ ଚାଲାଣ

କୋରାପୁଟ,୧୭।୪(ସ୍ବ.ପ୍ର.): କୋରାପୁଟ ଟାଉନ ଥାନା ଅଧୀନ ମସିପୁଟ ଗ୍ରାମରେ ମୋବାଇଲ୍‌ ଗେମ୍‌କୁ ନେଇ ଜଣେ ନାବାଳକକୁ ତାଙ୍କର ଦୁଇ ସାଙ୍ଗ ପଥରରେ ଛେଚି ହତ୍ୟା କରିବା...

Advertisement
Archives

Model This Week