ମହାନଦୀକୁ ଡେଇଁପଡ଼ିଲେ ଯୁବତୀ

ସମ୍ବଲପୁର,୧୪ା୯(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଟାଉନ ଥାନା ଚାଉଁରପୁର ମହାନଦୀ ବ୍ରିଜ୍‌ ଉପରୁ ଡେଇଁ ଗୁରୁବାର ଜଣେ ଯୁବତୀ ନିଖୋଜ ହୋଇଯାଇଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ଓଡ୍ରାଫ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିପାରି ନାହିଁ।

ପ୍ରତ୍ୟକ୍ଷଦର୍ଶୀ ସୁରଜ ମେହେରଙ୍କ କହିବା ଅନୁଯାୟୀ, ଯୁବତୀଙ୍କ ବୟସ ୧୮ରୁ ୨୦ବର୍ଷ ମଧ୍ୟରେ ହେବ। ସେ ବ୍ରିଜ୍‌ ଉପରେ ଚପଲ ରଖି ମହାନଦୀକୁ ଡେଇଁ ପଡିଥିଲେ। ବ୍ରିଜ୍‌ ଗୋଟିଏ ମୁଣ୍ଡରେ ଆମେ ୩ଜଣ ଠିଆହୋଇଥିଲୁ। ଅନ୍ୟ ମୁଣ୍ଡରେ କେହିଜଣେ ମହାନଦୀକୁ ଡେଇଁପଡିଥିବା ଦେଖିଥିଲୁ। ପ୍ରଥମେ ସେ ଯୁବତୀ କିମ୍ବା ଯୁବକ ଜାଣିପାରି ନ ଥିଲୁ। ଦୌଡ଼ି ଆସିବା ପରେ ତାଙ୍କ ମୁଣ୍ଡ ଉପରକୁ ଦେଖାଯାଉଥିବାରୁ ଯୁବତୀ ବୋଲି ଜାଣିଥିଲୁ। ନଦୀ ସ୍ରୋତରେ ସେ ଭାସି ଯାଇଥିଲେ। ଟାଉନ ଥାନା ଅଧିକାରୀ ବୁଲୁ ସ୍ବାଇଁ କହିଛନ୍ତି, ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ କରିଥିଲେ। ମହାନଦୀରେ ଜଳସ୍ରୋତ ଅଧିକ ଥିବାରୁ ପାଣି ସୁଅରେ ଭାସିଯାଇଥିବା ଅନୁମାନ କରାଯାଉଛି। ଯୁବତୀ ନିଖୋଜ ନେଇ ଅଭିଯୋଗ ହୋଇ ନ ଥିବାରୁ ତାଙ୍କ ପରିଚୟ ମିଳିପାରିନାହିଁ ବୋଲି ଥନା ଅଧିକାରୀ କହିଛନ୍ତି।