କାନ୍ଦି କାନ୍ଦି ଟ୍ରେନ୍‌ ଆଗକୁ ଡେଇଁପଡ଼ିଲେ ଯୁବତୀ

ରେଢାଖୋଲ,୧୩।୧୧(ଡି.ଏନ୍‌.ଏ.): ରେଢାଖୋଲ ରେଳ ଷ୍ଟେଶନ ନିକଟରେ ଶନିବାର ଜଣେ ଯୁବତୀ ଏକ ମାଲବାହୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ରେଳବାଇ ପୋଲିସ ଯୁବତୀଙ୍କ ମୃତଦେହ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ ଯୁବତୀ ଜଣକ ହେଲେ ଚାରମାଳ ଥାନା ଗଡଗଡବାହାଳ ପଞ୍ଚାୟତ କର୍ଡାପାଳ ଗ୍ରାମର ଉମାକାନ୍ତ ଧଳଙ୍କ ଝିଅ ରଞ୍ଜିତା (୨୫)।

ପୋଲିସ ସୂଚନା ମୁତାବକ, ଯୁବତୀ ଜଣକ ଷ୍ଟେଶନ ନିକଟରେ ମୋବାଇଲ ଫୋନରେ କଥା ହୋଇ କାନ୍ଦୁଥିଲେ। ସେତିକିବେଳେ ଏକ ମାଲବାହୀ ଟ୍ରେନ ଷ୍ଟେଶନ ଅତିକ୍ରମ କରୁଥିଲା। ହେଲେ ହଠାତ୍‌ ଯୁବତୀ ଜଣକ ଟ୍ରେନ ଆଗକୁ ଡେଇଁପଡିଥିଲେ। କେଉଁ କାରଣରୁ ଯୁବତୀ ଜଣକ ଷ୍ଟେଶନକୁ ଆସିଥିଲେ ଓ କାହିଁକି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଥିଲେ ତାହା ଜଣାପଡିନାହିଁ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।