ବ୍ଲାକମେଲିଂ ଅସହ୍ୟ ହେବାରୁ ଯୁବତୀଙ୍କ ଆତ୍ମହତ୍ୟା

ନୟାଗଡ଼,୧୮।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଗୋବିନ୍ଦପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ବିବାହ କରିବାକୁ ଏକତରଫା ପ୍ରେମ କରି ବାରମ୍ବାର ବ୍ଲାକ ମେଲିଂ କରିବା ପରେ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି। ଏନେଇ ଇଟାମାଟି ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଜିଲା ମୁଖ୍ୟ ଚିକିିତ୍ସାଳୟରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମୃତଦେହ ପୋଲିିସ ହସ୍ତାନ୍ତର କରିଛି ।
ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ଝିଅ ନୟାଗଡ଼ କଲେଜରେ ଯୁକ୍ତ ୩ ବର୍ଷର ଛାତ୍ରୀ । ତାକୁ ବୋଦାପଡା ଗାଁର ନିରଞ୍ଜନ ପରିଡ଼ା (୨୬) ଏକତରଫା ପ୍ରେମ କରୁଥିଲେ । ଝିଅର ଦାଦାଙ୍କ ସହ ଘରକୁ ଆସି ନିରଞ୍ଜନ ଝିଅ ସହ ମିଶିଥିଲେ ।
କିଛି ଫଟୋ ଉଠାଇ ବାହା ହେବାକୁ ଚାପ ପ୍ରୟୋଗ କରିଥିଲେ । ଏପରି କି ଫୋନରେ ବିଭିନ୍ନ ସମୟରେ ବିବାହ କରିବାକୁ କହୁଥିଲେ । ଝିଅ ଏ ସମ୍ପର୍କରେ ଘରେ କହିବା ପରେ ନିରଞ୍ଜନଙ୍କ ଘରକୁ ଯାଇ ଆମେ ତାଙ୍କ ପରିବାର ଲୋକଙ୍କୁ ଅବଗତ କରିଥିଲୁ । ନିରଞ୍ଜନଙ୍କ ପରିବାର ପକ୍ଷରୁ କୁହାଯାଇଥିଲା ପୁଅ ଆଉ ହଇରାଣ କରିବନି । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଫୋନ ନମ୍ବରରେ ସେ ଝିଅକୁ ହଇରାଣ କରୁଥିଲେ । ଗତ ୫ଦିନ ହେଲା ନିରଞ୍ଜନଙ୍କ ଫୋନ୍‌ କଲ ବଢ଼ିଥିଲା । ବାହା ନ ହେଲେ କଲେଜରେ ପାଠ ପଢ଼ାଇ ଦେବନି । ଅନ୍ୟତ୍ର ବାହାଘର କରାଇ ଦେବନି । ପୁଣି ଅନେକ କଟୁ କଥା କହିଥିଲେ। ରବିବାର ଝିଅ ଆତ୍ମହତ୍ୟା ଖବର ନିରଞ୍ଜନ ଦେଇଥିଲେ । ମୋ ଝିଅ ଯେପରି ବିନା କାରଣରେ ପ୍ରାଣ ହରାଇଲା ।
ନିରଞ୍ଜନଙ୍କୁ ଫାଶି ଦେଲେ ମୋ ଝିଅର ଆତ୍ମ। ଖୁସି ପାଇବ ବୋଲି ସେ କହିଛନ୍ତି ।
ଝିଅର ମଉସା ଓ ମାମୁ କୁହନ୍ତି, ରବିବାର ପୂର୍ବାତ୍ନ ୮.୫୩ରୁ ୯.୧୩ ପର୍ଯ୍ୟନ୍ତ ନିରଞ୍ଜନ ଝିଅକୁ ହ୍ବାଟସ୍‌ ଅପ୍‌ରେ କଲ୍‌ କରି ଝିଅକୁ ହଇରାଣ କରିଥିଲେ। ଝିଅ ବାମ୍ବାର ବ୍ଳାକମେଲିଂ ହୋଇ ଆତ୍ମହତ୍ୟା କରିବାକୁ ବୋଧହୁଏ ବାଛିି ନେଇଥିଲେ। ଏଭଳିଆ ଯୁବକଙ୍କୁ ଫାଶି ଦେଲେ ଆମେ ଖୁସି ହେବୁ । ଆମ ଝିଅ ରୋଜାଗରିଆ ଥିଲା। କଲେଜରେ ଭଲ ପାଠ ପଢ଼ୁଥିଲା । କଲେଜରୁ ପାଠ ସାରି କୋଚିଂ କରି ମାସକୁ ୧୬ ହଜାର ଟଙ୍କା ରୋଜଗାର କରୁଥିଲା। ପୁଣି ପୋଷ୍ଟାଲରେ ଏକ ଚାକିରି ପାଇଥିଲା । କିଛି ଦିନ ପରେ କାମ ଯୋଗ ଦେଇଥାନ୍ତା ।
ସବୁ କିଛି ଏପଟସେପଟ ହୋଇଗଲା ।
ଇଟାମାଟି ଥାନା ଆଇଆଇସି ଦିଲୀପ ସ୍ବାଇଁ କୁହନ୍ତି, ମୁଁ ଛୁଟିରେ ଅଛି। ତେବେ ଗୋବିନ୍ଦପୁର ଅଞ୍ଚଳ କଲେଜ ଛାତ୍ରର ଆତ୍ମହତ୍ୟା ମାମଲାକୁ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲୁ ରହିଛି। ଏଭଳି ଘଟଣା ହୃଦୟ ବିଦାରକ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri