ବ୍ଲାକମେଲିଂ ଅସହ୍ୟ ହେବାରୁ ଯୁବତୀଙ୍କ ଆତ୍ମହତ୍ୟା

ନୟାଗଡ଼,୧୮।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଗୋବିନ୍ଦପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ବିବାହ କରିବାକୁ ଏକତରଫା ପ୍ରେମ କରି ବାରମ୍ବାର ବ୍ଲାକ ମେଲିଂ କରିବା ପରେ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି। ଏନେଇ ଇଟାମାଟି ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଜିଲା ମୁଖ୍ୟ ଚିକିିତ୍ସାଳୟରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମୃତଦେହ ପୋଲିିସ ହସ୍ତାନ୍ତର କରିଛି ।
ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ଝିଅ ନୟାଗଡ଼ କଲେଜରେ ଯୁକ୍ତ ୩ ବର୍ଷର ଛାତ୍ରୀ । ତାକୁ ବୋଦାପଡା ଗାଁର ନିରଞ୍ଜନ ପରିଡ଼ା (୨୬) ଏକତରଫା ପ୍ରେମ କରୁଥିଲେ । ଝିଅର ଦାଦାଙ୍କ ସହ ଘରକୁ ଆସି ନିରଞ୍ଜନ ଝିଅ ସହ ମିଶିଥିଲେ ।
କିଛି ଫଟୋ ଉଠାଇ ବାହା ହେବାକୁ ଚାପ ପ୍ରୟୋଗ କରିଥିଲେ । ଏପରି କି ଫୋନରେ ବିଭିନ୍ନ ସମୟରେ ବିବାହ କରିବାକୁ କହୁଥିଲେ । ଝିଅ ଏ ସମ୍ପର୍କରେ ଘରେ କହିବା ପରେ ନିରଞ୍ଜନଙ୍କ ଘରକୁ ଯାଇ ଆମେ ତାଙ୍କ ପରିବାର ଲୋକଙ୍କୁ ଅବଗତ କରିଥିଲୁ । ନିରଞ୍ଜନଙ୍କ ପରିବାର ପକ୍ଷରୁ କୁହାଯାଇଥିଲା ପୁଅ ଆଉ ହଇରାଣ କରିବନି । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଫୋନ ନମ୍ବରରେ ସେ ଝିଅକୁ ହଇରାଣ କରୁଥିଲେ । ଗତ ୫ଦିନ ହେଲା ନିରଞ୍ଜନଙ୍କ ଫୋନ୍‌ କଲ ବଢ଼ିଥିଲା । ବାହା ନ ହେଲେ କଲେଜରେ ପାଠ ପଢ଼ାଇ ଦେବନି । ଅନ୍ୟତ୍ର ବାହାଘର କରାଇ ଦେବନି । ପୁଣି ଅନେକ କଟୁ କଥା କହିଥିଲେ। ରବିବାର ଝିଅ ଆତ୍ମହତ୍ୟା ଖବର ନିରଞ୍ଜନ ଦେଇଥିଲେ । ମୋ ଝିଅ ଯେପରି ବିନା କାରଣରେ ପ୍ରାଣ ହରାଇଲା ।
ନିରଞ୍ଜନଙ୍କୁ ଫାଶି ଦେଲେ ମୋ ଝିଅର ଆତ୍ମ। ଖୁସି ପାଇବ ବୋଲି ସେ କହିଛନ୍ତି ।
ଝିଅର ମଉସା ଓ ମାମୁ କୁହନ୍ତି, ରବିବାର ପୂର୍ବାତ୍ନ ୮.୫୩ରୁ ୯.୧୩ ପର୍ଯ୍ୟନ୍ତ ନିରଞ୍ଜନ ଝିଅକୁ ହ୍ବାଟସ୍‌ ଅପ୍‌ରେ କଲ୍‌ କରି ଝିଅକୁ ହଇରାଣ କରିଥିଲେ। ଝିଅ ବାମ୍ବାର ବ୍ଳାକମେଲିଂ ହୋଇ ଆତ୍ମହତ୍ୟା କରିବାକୁ ବୋଧହୁଏ ବାଛିି ନେଇଥିଲେ। ଏଭଳିଆ ଯୁବକଙ୍କୁ ଫାଶି ଦେଲେ ଆମେ ଖୁସି ହେବୁ । ଆମ ଝିଅ ରୋଜାଗରିଆ ଥିଲା। କଲେଜରେ ଭଲ ପାଠ ପଢ଼ୁଥିଲା । କଲେଜରୁ ପାଠ ସାରି କୋଚିଂ କରି ମାସକୁ ୧୬ ହଜାର ଟଙ୍କା ରୋଜଗାର କରୁଥିଲା। ପୁଣି ପୋଷ୍ଟାଲରେ ଏକ ଚାକିରି ପାଇଥିଲା । କିଛି ଦିନ ପରେ କାମ ଯୋଗ ଦେଇଥାନ୍ତା ।
ସବୁ କିଛି ଏପଟସେପଟ ହୋଇଗଲା ।
ଇଟାମାଟି ଥାନା ଆଇଆଇସି ଦିଲୀପ ସ୍ବାଇଁ କୁହନ୍ତି, ମୁଁ ଛୁଟିରେ ଅଛି। ତେବେ ଗୋବିନ୍ଦପୁର ଅଞ୍ଚଳ କଲେଜ ଛାତ୍ରର ଆତ୍ମହତ୍ୟା ମାମଲାକୁ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲୁ ରହିଛି। ଏଭଳି ଘଟଣା ହୃଦୟ ବିଦାରକ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri