Posted inଫୁରସତ

ଅନ୍‌ଲାଇନ୍‌ରେ ବିକ୍‌ନୀ ଅର୍ଡର କରିଥିଲେ ଯୁବତୀ, ଏହା ଉପରେ ଯାହା ଲେଖାଥିଲା; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଅନ୍‌ଲାଇନ୍‌ରେ ଜିନିଷ ଅର୍ଡର କରିବା ଏକ ସାଧାରଣ କଥା ହୋଇଗଲାଣି। ଲୋକମାନେ ଖାଦ୍ୟଠାରୁ ଆରମ୍ଭ କରି ପିନ୍ଧିବା ପାଇଁ ପ୍ରତ୍ୟେକ ଜିନିଷ ଅର୍ଡର ଦେବା ଆରମ୍ଭ କରିଛନ୍ତି। କରୋନା ସମୟରେ ସାମଗ୍ରୀ ଅର୍ଡର କରିବା ଲୋକମାନଙ୍କ ପାଇଁ ଅତ୍ୟନ୍ତ ସହାୟକ ହୋଇଥିଲା।କାରଣ ଏହା ଲୋକମାନଙ୍କୁ ଘରୁ ବାହାରକୁ ଯିବାର ଆବଶ୍ୟକତା ଅନୁଭବ କରି ନ ଥିଲା। କିନ୍ତୁ ଅନ୍‌ଲାଇନ୍‌ରେ ସାମଗ୍ରୀ ଅର୍ଡର କରିବା ସମୟରେ ବେଳେବେଳେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ। ନିକଟରେ ଜଣେ ଯୁବତୀ ଏକ ଡ୍ରେସ୍‌ ସାଇଟ୍‌ରୁ ନିଜ ପାଇଁ ବିକ୍‌ନୀ ଅର୍ଡର କରିଥିଲେ।

ଜର୍ଜିଆ ଆଲିଙ୍ଗ ନାମକ ଯୁବତୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ତାଙ୍କ ଅନ୍‌ଲାଇନ୍‌ ଶପିଂ ସହିତ ଜଡ଼ିତ ଅଜବ କଥା କହିଛନ୍ତି। ସେ କହିଛନ୍ତି, ବିୟୁଟିଫୁଲ୍‌ ଲିଟିଲ ଥିଙ୍ଗ୍ସ ନାମକ ଏକ ଅନ୍‌ଲାଇନ୍‌ ଶପିଂ ଓ୍ବେବ୍‌ସାଇଟରୁ ବିକ୍‌ନୀ ଅର୍ଡର କରିଥିଲେ। ମାତ୍ର ଏହା ଉପରେ ଏକ ଅଦ୍ଭୁତ ଚେତାବନୀ ଲେଖାଥିଲା। ଯାହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଜର୍ଜିଆ।

ଏଥିରେ ଲେଖାଥିଲା, ଏହାକୁ ପହଁରିବା ସମୟରେ ବ୍ୟବହାର କରିବେ ନାହିଁ। କେବଳ ଏହା ଫଟୋ ପୋଜ୍‌ ପାଇଁ ଉଦ୍ଦିଷ୍ଟ। ଏହାକୁ ଓଦା କରିବେ ନାହିଁ। ଏହା ଦେଖି ଜର୍ଜିଆ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ବିକ୍‌ନୀ ଗାଧୋଇବା ସମୟରେ ହିଁ ପିନ୍ଧାଯାଏ।

ଜର୍ଜିଆ ଭିଡିଓ ଶେୟାର କରି କ୍ୟାପଶନ ଲେଖିଛନ୍ତି, ଯସି ବିକ୍‌ନୀକୁ ଓଦା କରିବିନି ତେବେ ଅର୍ଡର କରିବା କ’ଣ ଆବଶ୍ୟକ? ୟୁଜରମାନେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେବା ଏହା ଉପରେ ଅନେକ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର ପଚାରିଛନ୍ତି, ଯଦି ତୁମେ ଏହାକୁ ଓଦା କରିପାରିବ ନାହିଁ, ତେବେ ତୁମେ ଏହାକୁ କିପରି ଧୋଇବ? ଜଣେ ବ୍ୟକ୍ତି ଆଶ୍ଚର୍ଯ୍ୟ ପ୍ରକାଶ କରି କହିଛନ୍ତି, ସର୍ବଶେଷରେ କମ୍ପାନୀଗୁଡିକ ଏପରି ପୋଷାକ କିପରି ତିଆରି କରିପାରିବେ ଯାହା ପୁଲ ପାଇଁ ତିଆରି ହୋଇଛି କିନ୍ତୁ ଏହାକୁ ପୁଲ୍‌ରେ ପିନ୍ଧି ପାରିବ ନାହିଁ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଏହାକୁ ପଢ଼ିବା ପରେ ତାଙ୍କ ମନ ଦୁଃଖ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri