ଫାର୍ମା କମ୍ପାନୀ ଖୋଲିବେ ଯୁବ ବୈଜ୍ଞାନିକ ଶେଷ କିଷାନ

ରେଢାଖୋଲ,୨୩ା୧୧(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକ ଅଧୀନ ବଲାସିଙ୍ଗା ଗ୍ରାମର ଯୁବ ବୈଜ୍ଞାନିକ ଡ. ଶେଷ କିଷାନ ଖୁବ୍‌ଶୀଘ୍ର ଏକ ଫାର୍ମା କମ୍ପାନୀ ଖୋଲିବାକୁ ଯାଉଛନ୍ତି। ମଙ୍ଗଳବାର ତାଙ୍କ ବିବାହ ରିସେପ୍‌ସନ ଅବସରରେ ରେଢ଼ାଖୋଲ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଖବରଦାତା ସମ୍ମିଳନୀରେ ସେ ଏହା ଘୋଷଣା କରିଛନ୍ତି। ଡ. ଶେଷ କିଷାନ ଫାର୍ମା କମ୍ପାନୀ ପ୍ରାଇଭେଟ ଲିମିଟେଡ ନାମରେ ଭୁବନେଶ୍ବରଠାରେ ଏହା ପ୍ରତିଷ୍ଠା କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଆସନ୍ତା ୪ମାସ ଭିତରେ ଡାଇବେଟିସ, ବ୍ଲଡପ୍ରେସର, ଗ୍ୟାସ୍‌ଟିକ, ଆଣ୍ଟିବାଓଟିକ ଓ ମଲଟିଭିଟାମିନ ଜେନେରିକ ଔଷଧ ବଜାରରେ ଉପଲବ୍ଧ ହେବ। ତେବେ ଜେନେରିକ ହେଲେ ମଧ୍ୟ ମାନରେ କୌଣସି ସାଲିସ କରାଯିବ ନାହିଁ। ପରବର୍ତ୍ତି ପର୍ଯ୍ୟାୟରେ କ୍ୟାନ୍‌ସର ଭଳି ମାରାତ୍ମକ ରୋଗର ଔଷଧ ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ଯୁବ ବୈଜ୍ଞାନିକ ଡ. କିଷାନ ଜର୍ମାନୀର ଗଟିନଜେନର ଜର୍ଜ ଅଗଷ୍ଟ ୟୁନିଭର୍ସିଟିରୁ ଅର୍ଗାନିକ କେମେଷ୍ଟ୍ରି ଉପରେ ପିଏଚ୍‌ଡି କରିଛନ୍ତି। ଶୈଶବରୁ ପିତା ବିପିନ କିଷାନ ଓ ମାତା ଦୁଃଖି କିଷାନଙ୍କୁ ହରାଇ ବହୁ ସଂଘର୍ଷ କରି ଶେଷରେ ସେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ଛନ୍ତି। ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ତାଙ୍କ ଫାର୍ମା କମ୍ପାନୀର ଲାଭାଂଶକୁ ଖର୍ଚ୍ଚ କରିବେ ବୋଲି ସେ କହିଛନ୍ତି। ତାଙ୍କ ଗ୍ରାମର ୧୮୦ ଛାତ୍ରୀଛାତ୍ରଙ୍କ ପାଠପଢା ଦାୟିତ୍ୱ ନେଇଥିବା ବେଳେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟ ରଖିଛନ୍ତି। ତାଙ୍କ ଫାର୍ମା କମ୍ପାନୀରୁ ପ୍ରସ୍ତୁତ ଔଷଧ ଓଡ଼ିଶାର ଗରିବ ଲୋକ ଯେଭଳି ଅଳ୍ପ ମୂଲ୍ୟରେ ପାଇ ଉପକୃତ ହେବେ ସେଥିପାଇଁ ସେ ଉଦ୍ୟମରତ ବୋଲି ପ୍ରକାଶ କରିଛନ୍ତି। ପ୍ରକାଶଥାଉ କି ଡ. କିଷାନ ସୋମବାର ରାତିରେ ବାଲେଶ୍ବର ଜିଲା ବାଳିଆପାଳ ବ୍ଲକ ଖଗଡାପାଳ ଗ୍ରାମର ଗୋପାଳକୃଷ୍ଣ ଜେନା ଓ ସୁଚିତ୍ରା ଜେନାଙ୍କ କନ୍ୟା ଜୟଶ୍ରୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri