ମହିମାଗାଦିରେ ବୁଲିଲା ଜେସିବି

ଢେଙ୍କାନାଳ ଅଫିସ, ୨୩।୧୧: ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପ୍ରମୁଖ ପୀଠସ୍ଥଳୀ ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ମହିମାଗାଦିର ବିବାଦୀୟ ତୃତୀୟ ବେଢ଼ାରୁ ମଙ୍ଗଳବାର ଉଚ୍ଛେଦ କାର୍ଯ୍ୟ ସରିଛି। କୌପିନଧାରୀ ମହିମା ଧର୍ମାବଲମ୍ବୀଙ୍କ ମୁଖ୍ୟ ଉପାସନାସ୍ଥଳୀରେ ଥିବା ବତି ମନ୍ଦିର, ଧୁନି ମନ୍ଦିର, ମହିମା ଟୁଙ୍ଗି, ବଡ଼ସିଦ୍ଧ ବାବାଙ୍କ ଭେକ ମନ୍ଦିର, ଆଶ୍ରୟସ୍ଥଳରେ ବୁଲିଛି ଜେସିବି। ମାତ୍ର ୨ ଘଣ୍ଟା ମଧ୍ୟରେ ମାଟିରେ ମିଶିଯାଇଛି ସବୁକିଛି। ଏଭଳି ଉଚ୍ଛେଦ କୌପିନଧାରୀ ମହିମା ସନ୍ନ୍ୟାସୀଙ୍କ ଆଖିରେ ଲୁହ ଆଣି ଦେଇଛି। ଥଇଥାନ କରା ନ ଯାଇ ଏକପାଖିଆ ଭାବେ ଏଭଳି ପଦକ୍ଷେପ ନିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିବାବେଳେ ଆଇନଶୃଙ୍ଖଳା ପରିସ୍ଥିତି ଏଡ଼ାଇବାକୁ ୧୪୪ ଧାରା ଜାରି କରାଯାଇଛି।
ସୂଚନାଯୋଗ୍ୟ, ମହିମାଗାଦିର ତୃତୀୟ ବେଢ଼ା ମଧ୍ୟରେ ସିଦ୍ଧ ବଡ଼ କୃପାସିନ୍ଧୁ ବାବାଙ୍କ ସମୟରୁ ବତି ମନ୍ଦିର, ଧୁନି ମନ୍ଦିର ନିର୍ମାଣ କରାଯାଇଥିଲା। ବାବାଙ୍କ ଅନ୍ତେ ୧୯୪୦ରୁ ଉକ୍ତ ଦୁଇ ମନ୍ଦିର ନିକଟବର୍ତ୍ତୀ ୨୮ ଡେସିମିଲ ଜାଗାକୁ ନେଇ ବକ୍‌ଳଧାରୀ ଏବଂ କୌପିନଧାରୀ ସନ୍ନ୍ୟାସୀ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ମନ୍ଦିର ଉଚ୍ଛେଦ ଲାଗି ବକ୍‌ଳଧାରୀ ଗୋଷ୍ଠୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଅନୁରୂପ ଭାବେ ଏଥିରେ ରୋକ ଲଗାଇବାକୁ କୌପିନଧାରୀ ମହିମା ସମାଜ ହାଇକୋର୍ଟଙ୍କ ନିକଟରେ ଅପିଲ କରିଥିବାବେଳେ ଉଚ୍ଛେଦ ଉପରେ ରହିତାଦେଶ ଜାରି କରାଯାଇଥିଲା। ଏଭଳି ବିବାଦୀୟ ସ୍ଥିତି ମଧ୍ୟରେ ଗତ ଅକ୍ଟୋବର ୩୦ରେ ହାଇକୋର୍ଟଙ୍କ ପକ୍ଷରୁ ଜାରି କରାଯାଇଥିବା ରହିତାଦେଶ ଉଠାଇ ନିଆଯାଇଥିଲା। ପୁନର୍ବାର ବକ୍‌ଳଧାରୀ ମହିମା ସମାଜ ପକ୍ଷରୁ ଉଚ୍ଛେଦ ଲାଗି ହାଇକୋର୍ଟରେ ନିବେଦନ କରାଯାଇଥିବାବେଳେ ଏଥିଲାଗି ନଭେମ୍ବର ୨୨କୁ ଦିନଧାର୍ଯ୍ୟ କରିଥିଲେ ଉଚ୍ଚ ନ୍ୟାୟାଳୟ। ତଦନୁଯାୟୀ ମଙ୍ଗଳବାର ସକାଳୁ କଡ଼ା ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାଜିଷ୍ଟ୍ରେଟ୍‌ ଭାବେ ଢେଙ୍କାନାଳ ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁ, ତହସିଲଦାର ଭଜନାନନ୍ଦ ସାହୁ, ଅତିରିକ୍ତ ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା, ସଦର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଗୋଇନ୍ଦା ଡିଏସ୍‌ପି ଅରୁଣ ସାହୁ, ଗଁଦିଆ ଥାନାଧିକାରୀ ସତ୍ୟବ୍ରତ ଭୂତିଆଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ସମ୍ପନ୍ନ ହୋଇଛି। ଅନ୍ୟପଟେ ନିୟମ ଅନୁଯାୟୀ ଉଚ୍ଛେଦ ପୂର୍ବରୁ ଥଇଥାନ କରାଯାଇ ନ ଥିବାରୁ ଏ ନେଇ ହାଇକୋର୍ଟର ଉପରବେଞ୍ଚ କିମ୍ବା ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟରେ ଅପିଲ କରାଯିବ ବୋଲି କୌପିନଧାରୀ ମହିମା ସମାଜ ପକ୍ଷରୁ ମକଦ୍ଦମା ଲଢୁଥିବା ଆଇନଜୀବୀ ଗିରିଜା ଶଙ୍କର ନାୟକ ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ କୌପିନଧାରୀ ମହିମାସମାଜ ମୁଖ୍ୟ ଶ୍ରୀମଦ୍‌ ରଘୁନାଥ ବାବା କୁହନ୍ତି, ଦୀର୍ଘବର୍ଷ ହେବ ମାମଲା ଗଡ଼ି ଚାଲିଥିଲା। କୌପିନଧାରୀ ସାଧୁ ଏହାକୁ ବ୍ୟବହାର କରୁଥିଲେ। ଏଠି ୯୫ ବର୍ଷ ହେଲା ଭକ୍ତଙ୍କ କଲ୍ୟାଣ ପାଇଁ ଅଖଣ୍ଡବତି ଜଳୁଛି। ଅନ୍ୟତ୍ର ବତି ମନ୍ଦିର ସୁବିଧା ନ କରି ଏହାକୁ ଉଚ୍ଛେଦ କରାଗଲା। ସେମାନଙ୍କ ଅର୍ଥବଳ ରହିଥିବାବେଳେ ଆମେ ଦୁର୍ବଳ। ଆମର ତପସ୍ୟାର ଭୂମି ତଥା ଅଖଣ୍ଡବତି ମନ୍ଦିର, ଅଖଣ୍ଡ ଧୁନି ମନ୍ଦିର, ବଡ଼ସିଦ୍ଧ ବାବାଙ୍କ ଭେକ ମନ୍ଦିର ସହିତ ଆଶ୍ରୟ ସ୍ଥଳକୁ ଜେସିବି ଲଗାଇ ମାଟିରେ ମିଶାଇଦେଲେ। ଆମ ହୃଦୟ କାନ୍ଦୁଛି। ଶୂନ୍ୟ ମହାପ୍ରଭୁ ଯାହା ବିଚାର କରିବେ କହି ସେ କାନ୍ଦି ପକାଇଥିଲେ।
ଏ ସଂକ୍ରାନ୍ତରେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ କୁହନ୍ତି, ଆମେ କେବଳ ଅଦାଲତଙ୍କ ନିର୍ଦ୍ଦେଶକୁ ପାଳନ କରୁଛୁ। ୧୯୩୯-୪୦ ମସିହାରୁ ଏହି ଜାଗାକୁ ନେଇ ଉଭୟ ମହିମା ସନ୍ନ୍ୟାସୀ ଗୋଷ୍ଠୀ ମଧ୍ୟରେ ବିବାଦ ଚାଲିଥିଲା। ଯେହେତୁ ଏହା ଏକ ଧାର୍ମିକ ପୀଠ, ଏଠାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଦୁଇଗୋଷ୍ଠୀ ସାଧୁ ସନ୍ନ୍ୟାସୀଙ୍କ ସହ ଆଲୋଚନା କରିଥିଲୁ। ବର୍ତ୍ତମାନ ସୁଦ୍ଧା ସମସ୍ତ ଉଚ୍ଛେଦ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହ ଚାଲିଛି। ଦୁଇଦିନ ତଳୁ ୧୪୪ ଧାରା ମଧ୍ୟ ଜାରି କରାଯାଇଥିଲା। ନିୟମ ଅନୁଯାୟୀ ଏହା ୬୦ ଦିନ ଧରି ବଳବତ୍ତର ରହିବ ବୋଲି ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?