ମହିମାଗାଦିରେ ବୁଲିଲା ଜେସିବି

ଢେଙ୍କାନାଳ ଅଫିସ, ୨୩।୧୧: ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପ୍ରମୁଖ ପୀଠସ୍ଥଳୀ ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ମହିମାଗାଦିର ବିବାଦୀୟ ତୃତୀୟ ବେଢ଼ାରୁ ମଙ୍ଗଳବାର ଉଚ୍ଛେଦ କାର୍ଯ୍ୟ ସରିଛି। କୌପିନଧାରୀ ମହିମା ଧର୍ମାବଲମ୍ବୀଙ୍କ ମୁଖ୍ୟ ଉପାସନାସ୍ଥଳୀରେ ଥିବା ବତି ମନ୍ଦିର, ଧୁନି ମନ୍ଦିର, ମହିମା ଟୁଙ୍ଗି, ବଡ଼ସିଦ୍ଧ ବାବାଙ୍କ ଭେକ ମନ୍ଦିର, ଆଶ୍ରୟସ୍ଥଳରେ ବୁଲିଛି ଜେସିବି। ମାତ୍ର ୨ ଘଣ୍ଟା ମଧ୍ୟରେ ମାଟିରେ ମିଶିଯାଇଛି ସବୁକିଛି। ଏଭଳି ଉଚ୍ଛେଦ କୌପିନଧାରୀ ମହିମା ସନ୍ନ୍ୟାସୀଙ୍କ ଆଖିରେ ଲୁହ ଆଣି ଦେଇଛି। ଥଇଥାନ କରା ନ ଯାଇ ଏକପାଖିଆ ଭାବେ ଏଭଳି ପଦକ୍ଷେପ ନିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିବାବେଳେ ଆଇନଶୃଙ୍ଖଳା ପରିସ୍ଥିତି ଏଡ଼ାଇବାକୁ ୧୪୪ ଧାରା ଜାରି କରାଯାଇଛି।
ସୂଚନାଯୋଗ୍ୟ, ମହିମାଗାଦିର ତୃତୀୟ ବେଢ଼ା ମଧ୍ୟରେ ସିଦ୍ଧ ବଡ଼ କୃପାସିନ୍ଧୁ ବାବାଙ୍କ ସମୟରୁ ବତି ମନ୍ଦିର, ଧୁନି ମନ୍ଦିର ନିର୍ମାଣ କରାଯାଇଥିଲା। ବାବାଙ୍କ ଅନ୍ତେ ୧୯୪୦ରୁ ଉକ୍ତ ଦୁଇ ମନ୍ଦିର ନିକଟବର୍ତ୍ତୀ ୨୮ ଡେସିମିଲ ଜାଗାକୁ ନେଇ ବକ୍‌ଳଧାରୀ ଏବଂ କୌପିନଧାରୀ ସନ୍ନ୍ୟାସୀ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ମନ୍ଦିର ଉଚ୍ଛେଦ ଲାଗି ବକ୍‌ଳଧାରୀ ଗୋଷ୍ଠୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଅନୁରୂପ ଭାବେ ଏଥିରେ ରୋକ ଲଗାଇବାକୁ କୌପିନଧାରୀ ମହିମା ସମାଜ ହାଇକୋର୍ଟଙ୍କ ନିକଟରେ ଅପିଲ କରିଥିବାବେଳେ ଉଚ୍ଛେଦ ଉପରେ ରହିତାଦେଶ ଜାରି କରାଯାଇଥିଲା। ଏଭଳି ବିବାଦୀୟ ସ୍ଥିତି ମଧ୍ୟରେ ଗତ ଅକ୍ଟୋବର ୩୦ରେ ହାଇକୋର୍ଟଙ୍କ ପକ୍ଷରୁ ଜାରି କରାଯାଇଥିବା ରହିତାଦେଶ ଉଠାଇ ନିଆଯାଇଥିଲା। ପୁନର୍ବାର ବକ୍‌ଳଧାରୀ ମହିମା ସମାଜ ପକ୍ଷରୁ ଉଚ୍ଛେଦ ଲାଗି ହାଇକୋର୍ଟରେ ନିବେଦନ କରାଯାଇଥିବାବେଳେ ଏଥିଲାଗି ନଭେମ୍ବର ୨୨କୁ ଦିନଧାର୍ଯ୍ୟ କରିଥିଲେ ଉଚ୍ଚ ନ୍ୟାୟାଳୟ। ତଦନୁଯାୟୀ ମଙ୍ଗଳବାର ସକାଳୁ କଡ଼ା ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାଜିଷ୍ଟ୍ରେଟ୍‌ ଭାବେ ଢେଙ୍କାନାଳ ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁ, ତହସିଲଦାର ଭଜନାନନ୍ଦ ସାହୁ, ଅତିରିକ୍ତ ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା, ସଦର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଗୋଇନ୍ଦା ଡିଏସ୍‌ପି ଅରୁଣ ସାହୁ, ଗଁଦିଆ ଥାନାଧିକାରୀ ସତ୍ୟବ୍ରତ ଭୂତିଆଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ସମ୍ପନ୍ନ ହୋଇଛି। ଅନ୍ୟପଟେ ନିୟମ ଅନୁଯାୟୀ ଉଚ୍ଛେଦ ପୂର୍ବରୁ ଥଇଥାନ କରାଯାଇ ନ ଥିବାରୁ ଏ ନେଇ ହାଇକୋର୍ଟର ଉପରବେଞ୍ଚ କିମ୍ବା ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟରେ ଅପିଲ କରାଯିବ ବୋଲି କୌପିନଧାରୀ ମହିମା ସମାଜ ପକ୍ଷରୁ ମକଦ୍ଦମା ଲଢୁଥିବା ଆଇନଜୀବୀ ଗିରିଜା ଶଙ୍କର ନାୟକ ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ କୌପିନଧାରୀ ମହିମାସମାଜ ମୁଖ୍ୟ ଶ୍ରୀମଦ୍‌ ରଘୁନାଥ ବାବା କୁହନ୍ତି, ଦୀର୍ଘବର୍ଷ ହେବ ମାମଲା ଗଡ଼ି ଚାଲିଥିଲା। କୌପିନଧାରୀ ସାଧୁ ଏହାକୁ ବ୍ୟବହାର କରୁଥିଲେ। ଏଠି ୯୫ ବର୍ଷ ହେଲା ଭକ୍ତଙ୍କ କଲ୍ୟାଣ ପାଇଁ ଅଖଣ୍ଡବତି ଜଳୁଛି। ଅନ୍ୟତ୍ର ବତି ମନ୍ଦିର ସୁବିଧା ନ କରି ଏହାକୁ ଉଚ୍ଛେଦ କରାଗଲା। ସେମାନଙ୍କ ଅର୍ଥବଳ ରହିଥିବାବେଳେ ଆମେ ଦୁର୍ବଳ। ଆମର ତପସ୍ୟାର ଭୂମି ତଥା ଅଖଣ୍ଡବତି ମନ୍ଦିର, ଅଖଣ୍ଡ ଧୁନି ମନ୍ଦିର, ବଡ଼ସିଦ୍ଧ ବାବାଙ୍କ ଭେକ ମନ୍ଦିର ସହିତ ଆଶ୍ରୟ ସ୍ଥଳକୁ ଜେସିବି ଲଗାଇ ମାଟିରେ ମିଶାଇଦେଲେ। ଆମ ହୃଦୟ କାନ୍ଦୁଛି। ଶୂନ୍ୟ ମହାପ୍ରଭୁ ଯାହା ବିଚାର କରିବେ କହି ସେ କାନ୍ଦି ପକାଇଥିଲେ।
ଏ ସଂକ୍ରାନ୍ତରେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ କୁହନ୍ତି, ଆମେ କେବଳ ଅଦାଲତଙ୍କ ନିର୍ଦ୍ଦେଶକୁ ପାଳନ କରୁଛୁ। ୧୯୩୯-୪୦ ମସିହାରୁ ଏହି ଜାଗାକୁ ନେଇ ଉଭୟ ମହିମା ସନ୍ନ୍ୟାସୀ ଗୋଷ୍ଠୀ ମଧ୍ୟରେ ବିବାଦ ଚାଲିଥିଲା। ଯେହେତୁ ଏହା ଏକ ଧାର୍ମିକ ପୀଠ, ଏଠାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଦୁଇଗୋଷ୍ଠୀ ସାଧୁ ସନ୍ନ୍ୟାସୀଙ୍କ ସହ ଆଲୋଚନା କରିଥିଲୁ। ବର୍ତ୍ତମାନ ସୁଦ୍ଧା ସମସ୍ତ ଉଚ୍ଛେଦ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହ ଚାଲିଛି। ଦୁଇଦିନ ତଳୁ ୧୪୪ ଧାରା ମଧ୍ୟ ଜାରି କରାଯାଇଥିଲା। ନିୟମ ଅନୁଯାୟୀ ଏହା ୬୦ ଦିନ ଧରି ବଳବତ୍ତର ରହିବ ବୋଲି ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri