ଫାର୍ମା କମ୍ପାନୀ ଖୋଲିବେ ଯୁବ ବୈଜ୍ଞାନିକ ଶେଷ କିଷାନ

ରେଢାଖୋଲ,୨୩ା୧୧(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକ ଅଧୀନ ବଲାସିଙ୍ଗା ଗ୍ରାମର ଯୁବ ବୈଜ୍ଞାନିକ ଡ. ଶେଷ କିଷାନ ଖୁବ୍‌ଶୀଘ୍ର ଏକ ଫାର୍ମା କମ୍ପାନୀ ଖୋଲିବାକୁ ଯାଉଛନ୍ତି। ମଙ୍ଗଳବାର ତାଙ୍କ ବିବାହ ରିସେପ୍‌ସନ ଅବସରରେ ରେଢ଼ାଖୋଲ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଖବରଦାତା ସମ୍ମିଳନୀରେ ସେ ଏହା ଘୋଷଣା କରିଛନ୍ତି। ଡ. ଶେଷ କିଷାନ ଫାର୍ମା କମ୍ପାନୀ ପ୍ରାଇଭେଟ ଲିମିଟେଡ ନାମରେ ଭୁବନେଶ୍ବରଠାରେ ଏହା ପ୍ରତିଷ୍ଠା କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଆସନ୍ତା ୪ମାସ ଭିତରେ ଡାଇବେଟିସ, ବ୍ଲଡପ୍ରେସର, ଗ୍ୟାସ୍‌ଟିକ, ଆଣ୍ଟିବାଓଟିକ ଓ ମଲଟିଭିଟାମିନ ଜେନେରିକ ଔଷଧ ବଜାରରେ ଉପଲବ୍ଧ ହେବ। ତେବେ ଜେନେରିକ ହେଲେ ମଧ୍ୟ ମାନରେ କୌଣସି ସାଲିସ କରାଯିବ ନାହିଁ। ପରବର୍ତ୍ତି ପର୍ଯ୍ୟାୟରେ କ୍ୟାନ୍‌ସର ଭଳି ମାରାତ୍ମକ ରୋଗର ଔଷଧ ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ଯୁବ ବୈଜ୍ଞାନିକ ଡ. କିଷାନ ଜର୍ମାନୀର ଗଟିନଜେନର ଜର୍ଜ ଅଗଷ୍ଟ ୟୁନିଭର୍ସିଟିରୁ ଅର୍ଗାନିକ କେମେଷ୍ଟ୍ରି ଉପରେ ପିଏଚ୍‌ଡି କରିଛନ୍ତି। ଶୈଶବରୁ ପିତା ବିପିନ କିଷାନ ଓ ମାତା ଦୁଃଖି କିଷାନଙ୍କୁ ହରାଇ ବହୁ ସଂଘର୍ଷ କରି ଶେଷରେ ସେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ଛନ୍ତି। ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ତାଙ୍କ ଫାର୍ମା କମ୍ପାନୀର ଲାଭାଂଶକୁ ଖର୍ଚ୍ଚ କରିବେ ବୋଲି ସେ କହିଛନ୍ତି। ତାଙ୍କ ଗ୍ରାମର ୧୮୦ ଛାତ୍ରୀଛାତ୍ରଙ୍କ ପାଠପଢା ଦାୟିତ୍ୱ ନେଇଥିବା ବେଳେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟ ରଖିଛନ୍ତି। ତାଙ୍କ ଫାର୍ମା କମ୍ପାନୀରୁ ପ୍ରସ୍ତୁତ ଔଷଧ ଓଡ଼ିଶାର ଗରିବ ଲୋକ ଯେଭଳି ଅଳ୍ପ ମୂଲ୍ୟରେ ପାଇ ଉପକୃତ ହେବେ ସେଥିପାଇଁ ସେ ଉଦ୍ୟମରତ ବୋଲି ପ୍ରକାଶ କରିଛନ୍ତି। ପ୍ରକାଶଥାଉ କି ଡ. କିଷାନ ସୋମବାର ରାତିରେ ବାଲେଶ୍ବର ଜିଲା ବାଳିଆପାଳ ବ୍ଲକ ଖଗଡାପାଳ ଗ୍ରାମର ଗୋପାଳକୃଷ୍ଣ ଜେନା ଓ ସୁଚିତ୍ରା ଜେନାଙ୍କ କନ୍ୟା ଜୟଶ୍ରୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri