ଏହି ୪ ରାଶିର ଯୁବତୀଯୁବକଙ୍କୁ ୩୦ ବର୍ଷ ଯାଏ କରିବାକୁ ପଡ଼େ ସଂଘର୍ଷ; ପରେ ପାଦ ଚୁମେ ସଫଳତା

ସଫଳତା ପାଇବାକୁ ହେଲେ ପ୍ରତ୍ୟେକ ମଣିଷକୁ ସଂଘର୍ଷ କରିବାକୁ ପଡ଼ିଥାଏ। ଏଥିପାଇଁ କାହାକୁ କମ୍‌ ତ କାହାକୁ ଅଧିକ ସମୟ ଲାଗିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କାହାକୁ କେତେବେଳେ ଏବଂ କେମିତି ସଫଳତା ମିଳିବ ତାହା ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଉପରେ ନିର୍ଭର କରେ। ଭାଗ୍ୟ ଯୋଗୁ କାହାକୁ ସଫଳତା ମିଳିଯାଏ ତ କାହାକୁ ଏଥିପାଇଁ କଠୋର ପରିଶ୍ରମ କରିବାକୁ ପଡ଼ିଥାଏ। ଆଜି ଆମେ ସେଭଳି ୪ ରାଶି ବିଷୟରେ ଆଲୋଚନା କରିବା, ଯାହା ସହ ଜଡ଼ିତ ଯୁବକ-ଯୁବତୀଙ୍କୁ ୩୦ ବର୍ଷ ଯାଏ ବହୁତ ସଂଘର୍ଷ କରିବାକୁ ପଡ଼ିଥାଏ। ହେଲେ ଏହା ପରେ ସମୟ ପରିବର୍ତ୍ତିତ ହୋଇଥାଏ।

ମେଷ ରାଶି: ଏହି ରାଶିର ଜାତକଧାରୀ ବହୁତ ପରିଶ୍ରମୀ ଏବଂ ଉର୍ଜାବାନ ହୋଇଥାନ୍ତି। ଏମାନଙ୍କୁ ସଫଳତା ପାଇବାକୁ ବେଶି ସମୟ ଲାଗିଥାଏ। ପ୍ରାରମ୍ଭିକ ଜୀବନ ବେଶ ସଂଘର୍ଷମୟ ଥାଏ। ହେଲେ ୩୦,୩୨ ଏବଂ ୩୬ ବର୍ଷ ପରେ ଏମାନଙ୍କୁ ଇଚ୍ଛା ମୁତାବକ ସଫଳତା ମିଳିଥାଏ। ଏମାନଙ୍କ ପାଇଁ ୩୦ରୁ ୪୦ ବର୍ଷ ବୟସ ବହୁତ ଭଲ ଥାଏ। ଏମାନେ ଯାହା ବି କରିଥାନ୍ତି, ସେଥିରେ ସଫଳ ହୋଇଥାନ୍ତି।

କର୍କଟ ରାଶି: ଏହି ରାଶିର ଜାତକଧାରୀଙ୍କୁ ମଧଧ୍ୟ ୩୦ ବର୍ଷ ଯାଏ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ଏହି ସମୟରେ ଏମାନଙ୍କ ସହ ଭାଗ୍ୟ ନ ଥାଏ। ହେଲେ ୩୦ ବର୍ଷ ପରେ ଏମାନଙ୍କ ପରିଶ୍ରମ ସଫଳ ହୋଇଥାଏ।

ସିଂହ ରାଶି: ଏହି ରାଶିର ଜାତକଧାରୀ ବହୁତ ପରିଶ୍ରମୀ ଏବଂ ସଚ୍ଚୋଟ ହୋଇଥାନ୍ତି। ଏମାନେ ମେଳାପୀ ସ୍ବଭାବର ହୋଇଥାନ୍ତି। ୨୮ରୁ ୩୨ ବର୍ଷ ମଧ୍ୟରେ ଏମାନଙ୍କୁ ସଫଳତା ମିଳିଥାଏ। ହେଲେ ଏମାନଙ୍କୁ ୧୬ ଏବଂ ୨୪ ବର୍ଷ ବୟସରେ ମଧ୍ୟ ସଫଳତା ପାଇବାର ସୁଯୋଗ ମିଳିଥାଏ। ଯଦି ଏମାନେ ତାହାର ସଦୁପଯୋଗ କରିନିଅନ୍ତି ତେବେ ଶୀଘ୍ର ସଫଳ ହୁଅନ୍ତି।

ତୁଳା ରାଶି: ଏହି ରାଶିର ଜାତକଧାରୀଙ୍କୁ ୩୨,୩୩ ଏବଂ ୩୫ ବର୍ଷ ବୟସରେ ସଫଳତା ମିଳିବାର ସମ୍ଭାବନା ଥାଏ। ଏମାନେ ଧନୀ ମଧ୍ୟ ହୋଇଯାଇଥାନ୍ତି। ଏହା ପୂର୍ବର ଦିନଗୁଡ଼ିକରେ ଏମାନଙ୍କୁ ସଂଘର୍ଷ କରିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri