କ୍ଷଣିକରେ ଖୁସି ପାଲଟିଲା ଦୁଃଖ, ରୋଟାଭେଟରରେ କାଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ

ନୀଳଗିରି,୧୬।୬(ପ୍ରଶାନ୍ତ କୁମାର ବିଶ୍ବାଳ): ରୋଟାଭେଟରରେ କାଟି ହୋଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ନୂଆ ରୋଟାଭେଟର ଆଣି ଖୁସିରେ ଟ୍ରାଏଲ କରିବା ପରେ ବନ୍ଦକରିବାକୁ ଯାଇ ଅସାବଧାନତା ଯୋଗୁଁ ରୋଟରରେ ଟାଣିହୋଇ ଜଣେ ୧୮ବର୍ଷୀୟ ଯୁବକଙ୍କ ଜୀବନ ଯାଇଛି।

ସୂଚନା ମୁତାବକ ସମୟରେ ଔପଦା ବ୍ଲକ୍ ଦକ୍ଷିଣନରସିଂହପୁର ଗ୍ରାମର ରାଜେନ୍ଦ୍ର ସଲଙ୍କ ପୁଅ ପ୍ରଶାନ୍ତ କୁମାର ସଲ(୨୨) ଆଗାମୀ ଖରିଫ ଚାଷ ଉପଲକ୍ଷେ ଏକ ନୂତନ ରୋଟାଭେଟର କିଣିଆଣି ସୋମବାର ଅପରାହ୍ନ ପ୍ରାୟ ୬ଟା ସମୟରେ ଖୁସିରେ ଟ୍ରାଏଲ କରିଥିଲେ। ତେବେ ରୋଟରକୁ ବନ୍ଦ କରିବାସମୟରେ ହଠାତ୍ ରୋଟର ବ୍ଲେଡରେ ଟାଣିହୋଇ ସମଗ୍ରଶରୀର ପେଶି ହୋଇଯାଇଥିଲା। ଘଟଣାସ୍ଥଳରେ ପ୍ରଶାନ୍ତଙ୍କ ଜୀବନ ଯାଇଥିବା ବେଳେ ନୀଳଗିରି ପୋଲିସ ଏବଂ ଅଗ୍ନିଶମବାହିନୀ ତାଙ୍କୁ ଉଦ୍ଧାର କରିଥିଲେ ।  ପରେ ନୀଳଗିରି ହସ୍ପିଟାଲ ଅଣାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। କ୍ଷଣିକ ଖୁସି ପରିବାରରେ ଦୁଃଖର ପରିଣତ ହୋଇଥିଲା।

 

Dharitri – Odisha’s No.1 Odia Daily

Share