ଗଛରୁ ଟାଣିଆଣି ଝୁଣିଲା ଭାଲୁ

ନୂଆପଡ଼ା ଅଫିସ,୬।୫: ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା କୋଦୋପାଲି ଗାଁର ଯୁବକ ଯୁଗଳ ବରିହା (୪୦) କେନ୍ଦୁପତ୍ର ତୋଳୁଥିବା ବେଳେ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗାଁର ୧୦ରୁ ୧୨ଜଣ ମହିଳା, ପୁରୁଷ ସ୍ଥାନୀୟ କୋଦୋପାଲି ଜଙ୍ଗଲକୁ କେନ୍ଦୁପତ୍ର ତୋଲିବାକୁ ଯାଇଥିଲେ।
ଜଙ୍ଗଲରେ କେନ୍ଦୁପତ୍ର ତୋଳୁଥିବା ବେଳେ ହଠାତ ୩ଟି ଭାଲୁ ଯୁଗଳ ପଟେ ଦୌଡି ଆସିଥିଲେ। ଯୁଗଳ ଗଛକୁ ଚଢିବା ପାଇଁ ଉଦ୍ୟମ କରୁଥିବା ବେଳେ ଭାଲୁ ତାଙ୍କ ଗୋଡକୁ ଧରି ଟାଣି ତଳେ ପକାଇ ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ କରିଦେଇଛି। ଯୁଗଳ ଚିତ୍କାର କରିବାରୁ ପାଖରେ କେନ୍ଦୁପତ୍ର ତୋଳୁଥିବା ଲୋକେ ଦୌଡି ଆସି ଠେଙ୍ଗାବାଡିରେ ଭାଲୁକୁ ଘଉଡାଇଥିଲେ। ଗୁରୁତର ଅବସ୍ଥାରେ ଯୁଗଳଙ୍କୁ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛିି। ତାଙ୍କର ମୁଣ୍ଡ ଓ ଦୁଇ ଜଙ୍ଘ ସହ ଶରୀରର ଅନ୍ୟ ସ୍ଥାନରେ ଅଧିକ ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁର ଘର ଜାଳିଦେଲେ ଜ୍ୱାଇଁ

କାମାକ୍ଷାନଗର,୨୩।୨(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୂଆଁ ଆଳତୁମା ଗାଁରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଶ୍ୱଶୁର...

କିନ୍ନରଙ୍କୁ ପ୍ରେମ କରି କରିଥିଲେ ବିବାହ, ପରେ ପ୍ରତାରଣା କରି…

କାମାକ୍ଷାନଗର,୨୩।୨(ସୁଧୀର ପରିଡ଼ା): କିନ୍ନରଙ୍କୁ ପ୍ରେମ ବିବାହ ପରେ ଜଣେ ଯୁବକ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ କିନ୍ନର ଶୁକ୍ରବାର ଢେଙ୍କାନାଳ ଜିଲା...

ତାତିଗଲେ ଲୋକେ ବୋହି ନେଲେ କୁକୁଡ଼ା

ପରଜଙ୍ଗ,୨୩।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ଗାଁରେ କୁକୁଡ଼ା ଚିଆଁ ବଣ୍ଟନ ବେଳେ ହଟ୍ଟଗୋଳ ହୋଇଛି । ଉତ୍ତ୍ୟକ୍ତ ଲୋକେ କୁକୁଡ଼ା ଚିଆଁ...

ଗନ୍ଧମାର୍ଦ୍ଦନ ପାହାଡ଼ରେ ଯବାନ- ମାଓବାଦୀଙ୍କ ଗୁଳି ବିନିମୟ

ବରଗଡ଼/ପାଇକମାଳ,୨୩।୨(ପ୍ରେମାନନ୍ଦ ଖମାରୀ/ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ରେ ଦୀର୍ଘଦିନ ବ୍ୟବଧାନ ପରେ ମାଓବାଦୀଙ୍କ ଗତିବିଧି ପୁଣି ପରିଲକ୍ଷିତ ହୋଇଛି । ଶୁକ୍ରବାର...

୨୬ରେ ସଚିବାଳୟ ଘେରାଉ କରିବ କଂଗ୍ରେସ

ବାଲେଶ୍ୱର, ୨୩।୨(ମାନସ ବିଶ୍ୱାଳ): ବାଲେଶ୍ୱର ସହର ସିନେମା ଛକସ୍ଥିତ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲା କଂଗ୍ରେସ କମିଟି...

୧୦ ବର୍ଷ ପରେ ଘର ବାହୁଡ଼ା: ବିଜେଡିରେ ପୁଣି ଯୋଗଦେଲେ ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ

ବାରିପଦା,୨୨ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ ଭାଜପା ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ...

ଝାଡ଼ା ବାନ୍ତିରେ ୫୦ ଜଣରୁ ଅଧିକ ଆକ୍ରାନ୍ତ

ଯାଜପୁର,୨୩।୨: ଯାଜପୁର ଜିଲା ବ୍ୟାସନଗର ସହର ସମେତ ଆଖପାଖ ଅଞ୍ଚଳରେ ଡାଇରିଆ ଯୋଗୁ ବହୁଲୋକ ଆକ୍ରାନ୍ତ ହୋଇଛନ୍ତି। କୋରେଇ ବ୍ଲକ ଖମଣ ପଞ୍ଚାୟତ ସଙ୍ଖଚିଲା, ଭିକିପୁର,...

ଏସ୍‌ଆଇଙ୍କ ପୁଅ ପରୀକ୍ଷାରେ କପି କରି ପଡ଼ିଲେ ଧରା, ରାତିରେ କରିଦେଲେ ଏପରି କାଣ୍ଡ

ବ୍ରହ୍ମପୁର,୨୩।୩(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ସୂର୍ଯ୍ୟନଗରରେ ରହୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଦେବାଶିଷ ସେଠୀ(୧୭) ବୋଲି ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri