ଯୁବକଙ୍କୁ ଖଣ୍ଡଖଣ୍ଡ କାଟି ପଲିଥିନରେ କରିଥିଲେ ପ୍ୟାକିଂ

ବଲାଙ୍ଗୀର ଅଫିସ, ୧୭ା୫: ବଲାଙ୍ଗୀର ସହର ସାଲେପାଲିସ୍ଥିତ ଏକ ତାଲାବନ୍ଦ ଭଡାଘରୁ ପଲିଥିନ ପ୍ୟାକିଂ ହୋଇଥିବା ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହକୁ ବୁଧବାର ଟାଉନ୍‌ ପୋଲିସ ଜବତ କରିଛି। ମୃତକ ରିଙ୍କୁ ମେହେର(୨୭) ବୋଲି ଚିହ୍ନଟ କରାଯାଇଛି। ଏହା ଏକ ବୀଭତ୍ସ ହତ୍ୟାକାଣ୍ଡ ବୋଲି ପୋଲିସ ପ୍ରାରମ୍ଭିକ ତଦନ୍ତରୁ ସ୍ପଷ୍ଟ କରିଛି।

ସ୍ଥାନୀୟ ଲୋକେ ସାଲେପାଲି ମଠଖାଇ ମନ୍ଦିର ଛକ ନିକଟରେ ଥିବା ଏକ ଘରୁ ଦୁର୍ଗନ୍ଧ ବାହାରୁଥିବା କହିଥିଲେ। ଘର ବାହାର ପଟୁ ତାଲା ପଡିଥିବାରୁ ଲୋକେ ସନ୍ଦେହ କରି ଟାଉନ୍‌ ଥାନା ପୋଲିସକୁ ଖବର କରିଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ତାଲାଭାଙ୍ଗି ଘର ଖୋଲିବାରୁ ରିଙ୍କୁ ମେହେରଙ୍କ ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ଅନେକ ଗୁଡିଏ ଜରି ପ୍ୟାକେଟ୍‌ରେ ଭର୍ତ୍ତି ଥିବା ଦେଖିବାକୁ ପାଇଥିଲେ। ଏପରିକି ଘର ଭିତରେ ଦୁଇଟି ଟାଙ୍ଗିଆ, ଶାବଳ ଓ ହାତୁଡି ପଡିଥିବା ଦେଖିବାକୁ ମିଳିଥିଲା। କେହି ଦୁର୍ବୃତ୍ତ ରିଙ୍କୁଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ମୃତଦେହକୁ ଖଣ୍ଡବିଖଣ୍ଡିତ କରି ପ୍ୟକିଂ କରିଥିବା ପୋଲିସ ଅନୁମାନ କରୁଛି।

ରିଙ୍କୁ ଉକ୍ତ ଘରେ ଦୀର୍ଘ ୮ ବର୍ଷ ହେଲା ରହି ଆସୁଥିଲେ। ପୂର୍ବରୁ ସେ ଗାଡି ଡ୍ରାଇଭର ଭାବେ କାମ କରୁଥିଲେ। ନୂଆପଡା ଜିଲା ଖରିଆର ନିକଟବର୍ତ୍ତୀ ଲିଆଡ ଗ୍ରାମର ରିଙ୍କୁ ଦୀର୍ଘ ଦିନ ହେଲା ବଲାଙ୍ଗୀର ଆସି ରହୁଥିଲେ। ଉକ୍ତ ଘରେ ରିଙ୍କୁଙ୍କ ସହ ତାଙ୍କ ବାପା ମାର୍କଣ୍ଡ ମେହେର, ମା’ ଓ ଭାଇ ପିଙ୍କୁ ରହୁଥିଲେ।

ସୂଚନାଯୋଗ୍ୟ, କିଛି ଦିନ ତଳେ ରିଙ୍କୁଙ୍କ ସହ ପରିବାର ଲୋକଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିବା ଜଣାପଡିଛି। ସାଇଣ୍ଟିଫିକ୍‌ ଟିମ୍‌ର ଛାନବିନ୍‌ ଏବଂ ପୋଲିସ ତଦନ୍ତ ପରେ ୨ରୁ ୩ଦିନ ତଳେ ରିଙ୍କୁଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପୋଲିସ ଟିମ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପଠାଇଛି। ପାରିବାରିକ ଗଣ୍ଡଗୋଳ ନଁା ଅନ୍ୟ କେଉଁ କାରଣରୁ ରିଙ୍କୁକୁ ହତ୍ୟା କରାଯାଇଛି ସେ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏନେଇ ଟାଉନ୍‌ ଥାନାରେ ଏକ ମାମଲା (୨୨୨/୨୩) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ,୧୫ା୨(ଅମିତାଭ ବେହେରା): ମାଲକାନଗିରି ଜିଲା ଏମ୍‌ଭି ୭୯ରୁ ବିଶାଖାପାଟଣା ଯାଉଥିବା (ଓଏସଆରଟିସି ) ବସ୍‌ ଆନ୍ଧ୍ରର ସାଲୁର ବାଇପାସ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ର ଷ୍ଟିଅରିଂ ଲକ୍‌…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri