ରାଜଧାନୀ ରାସ୍ତାରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର,୩୧।୮(ବ୍ୟୁରୋ):  ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟା। ରାଜଧାନୀ ରାସ୍ତାରେ ପୁଣି ରକ୍ତର ହୋଲି ଖେଳିଛନ୍ତି ଅପରାଧୀ। ରବିବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ରଘୁନାଥନଗରରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା। ପରିବାର ଲୋକଙ୍କ ଆଖି ଆଗରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ସହ ଛୁରି ଭୁସି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ସନାତନ ରାଉତରାୟ(୨୧)। ସୋମବାର ସକାଳେ ଜୋନ୍‌-୪ ଏସିପି ଭରତ ଚରଣ ସାହୁ ଓ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିବାବେଳେ ସାଇଣ୍ଟିଫିକ୍‌ ଟିମ୍‌ ଯାଞ୍ଚ ଓ ନମୁନା ସଂଗ୍ରହ କରିଛି। ଏଥିସହ ହତ୍ୟାରେ ବ୍ୟବହୃତ ଛୁରି ଓ ଅନ୍ୟ କେତେକ ସାମଗ୍ରୀକୁ ପୋଲିସ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଗୋଟିଏ ପରିବାରର ୨ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରଘୁନାଥନଗରରେ ରହୁଥିବା ରାଜା ପ୍ରଧାନ ଓରଫ ରବି(୧୯), ମିଥୁନ ସାହୁ(୨୫), ବାୟା ପ୍ରଧାନ ଓରଫ ବିଦେଶୀ(୪୦), ବାଳା ପ୍ରଧାନ(୩୮) ଓ ସୁଭଦ୍ରା ସାହୁ(୫୦)। ତେବେ ମୁଖ୍ୟ ଅଭିଯୁକ୍ତ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନାର ରାଜ୍‌ ଜୟସିଂ ଫେରାର ହୋଇଯାଇଛନ୍ତି। ତାଙ୍କ ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି। ତାଙ୍କୁ ଧରିବାକୁ ପୋଲିସ ଚଢ଼ାଉ ଜାରି ରଖିଛି। ଏନେଇ ଥାନାରେ ଆଇପିସି ଦଫା ୩୦୨, ୩୪ରେ ମାମଲା (ନଂ.୪୫୩/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।
ପୋଲିସ ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟାରେ ମୁଖ୍ୟ ଅଭିଯୁକ୍ତ ଜୟସିଂ ରଘୁନାଥନଗରର ତାଙ୍କ ମାଉସୀ ଘରକୁ ସ୍କୁଟିରେ ଆସୁଥିଲେ। ଏହି ସମୟରେ ହତ୍ୟାର ଶିକାର ହୋଇଥିବା ସନାତନ ତାଙ୍କ ସାଙ୍ଗଙ୍କ ସହ ନିକଟ ଶନିମନ୍ଦିର ପାଖକୁ ଯାଉଥିବାବେଳେ ଜୟସିଂଙ୍କ ସ୍କୁଟି ତାଙ୍କ ଦେହରେ ମାଡ଼ ହୋଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ସମୟ ବଚସା ହୋଇଥିଲା। ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଜୟସିଂ ସେଠାରୁ ଧମକ ଦେଇ ପଳାଇଥିଲେ। ରାତି ୧ଟାରେ ସନାତନ ରାସ୍ତାରେ ଯାଉଥିବା ଦେଖି ଜୟସିଂ ଓ ମାଉସୀଘର ଲୋକେ ଘେରିଯାଇ ଆକ୍ରମଣ କରିଥିଲେ। ସନାତନଙ୍କ ପରିବାର ଲୋକେ ଅଟକାଇବାକୁ ଆସୁଥିଲେ। ହେଲେ ୭ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣ ସେମାନଙ୍କୁ ପ୍ରତିରୋଧ କରି ଆକ୍ରମଣ କରିଥିଲେ। ଏପଟେ ୨ ମହିଳା ଓ ଆଉଜଣେ ପୁରୁଷ ସନାତନଙ୍କ ହାତକୁ ଧରି କାବୁ କରିଥିବାବେଳେ ଜୟସିଂ ତାଙ୍କ ଛାତି ଓ ଶରୀରକୁ ବାରମ୍ବାର ଛୁରି ଭୁସି ଚାଲିଥିଲେ। କିଛି ସମୟ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳ ଛାଡି ଦୌଡି ପଳାଇ ଯାଇଥିଲେ। ପରିବାର ଲୋକେ ସନାତନଙ୍କୁ ଏମ୍‌ସରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଭିଯୁକ୍ତଙ୍କୁ କାବୁକଲେ ଗାଁ ଲୋକେ
ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ରାଜ୍‌ ଜୟସିଂ ରାତାରାତି ଫେରାର ହୋଇଯାଇଥିଲେ। ତେବେ ସନାତନଙ୍କ ମୃତ୍ୟୁ ଖବର ପାଇବା ପରେ ସମ୍ପୃକ୍ତ ଅନ୍ୟ ୬ ଅଭିଯୁକ୍ତ ମଧ୍ୟ ଘର ଛାଡି ଫେରାର ହୋଇଯିବାକୁ ଯୋଜନା କରିଥିଲେ। ସୋମବାର ସକାଳ ପ୍ରାୟ ୮ଟାରେ ସେମାନେ ଏକ କାରରେ ବସି ପଳାଉଥିବାବେଳେ ଗାଁ ଲୋକେ ଖବର ପାଇ ପାତ୍ରପଡା ରାସ୍ତାରେ ଅଟକାଇଥିଲେ। ପରେ ସେମାନଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ହତ୍ୟାକାଣ୍ଡ ଖବର ପାଇଥିଲେ ମଧ୍ୟ ସେଯାଏ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରି ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି।
ନିଶା କାରବାରକୁ ବିରୋଧ କରୁଥିବାରୁ ଶତ୍ରୁତା ଥିଲା
ରଘୁନାଥନଗର ଗଳିରେ ଜୟସିଂଙ୍କ ମାଉସୀ ଘରର ଏକ ଷ୍ଟେଶନାରି ଦୋକାନ ନିକଟରେ ସନାତନଙ୍କର ଏକ ମୋବାଇଲ ଦୋକାନ ରହିଛି। ଉକ୍ତ ଷ୍ଟେଶନାରି ଦୋକାନରେ ନିଶାଦ୍ରବ୍ୟ ବିକ୍ରି ହେଉଥିବାରୁ ସନାତନ ଏହାକୁ ବିରୋଧ କରୁଥିଲେ, ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଜୟସିଂଙ୍କ ସହ ଝଗଡା ହୋଇଥିବା ମାଉସୀଘରର ଲୋକେ ଶୁଣିବା ପରେ ଭିତରେ କୁହୁଳୁଥିବା ନିଆଁ ଭୟଙ୍କର ରୂପ ନେଇଥିଲା। ସନାତନଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲେ।

ହତ୍ୟାକାରୀଙ୍କୁ ଫାଶୀ ହେଉ: ମୃତକଙ୍କ ସ୍ତ୍ରୀ

ସନାତନ କିଛିବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଏକ ଦେଢ଼ବର୍ଷର ଶିଶୁକନ୍ୟା ଅଛି। ତେବେ ସ୍ବାମୀଙ୍କୁ ହତ୍ୟା ପରେ ସ୍ତ୍ରୀ ବର୍ଷା ରାଉତରାୟ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସେ କହିଛନ୍ତି, ତାଙ୍କ ସ୍ବାମୀ ଚାଲିଗଲେ, ତାଙ୍କୁ କେହି ଫେରେଇ ଦେବ କି? ଛୋଟ ଛୁଆଟିର ଭବିଷ୍ୟତ କ’ଣ ହେବ? ଯେଉଁମାନେ ମୋ ସ୍ବାମୀଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି, ସେମାନଙ୍କୁ ଫାଶୀ ହେଉ।


Enter your email to get our daily news in your inbox.

All Right Reserved By Dharitri.Com

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri