ଯୁବକଙ୍କ ଉନ୍ମତ୍ତକାଣ୍ଡ: ଘରେ ପଶି ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରି ନିଜ ଗଳା କାଟିଲେ

ନୟାଗଡ଼ ଅଫିସ,୩୧ା୧: ନୟାଗଡ ଜିଲା ଶରଣକୁଳ ଥାନା ଗୋଡିପଡା ହାଇସ୍କୁଲ ସାହିରେ ଜଣେ ଯୁବକ ଶନିବାର ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଘରେ ପଶି ସେ ଜଣେ ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରିଛନ୍ତି। ଶିକ୍ଷୟିତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ୪ ଜଣ ସମ୍ପୃକ୍ତ ଯୁବକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଏହି ଘଟଣା ପରେ ଆକ୍ରମଣକାରୀ ମାନସିକ ଭାରସାମ୍ୟ ହରାଇ ନିଜ ଗଳାକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆହତଙ୍କ ମଧ୍ୟରୁ ଗୋଡିପଡା ସର୍ଦ୍ଦାର ପଟେଲ ନୋଡାଲ ହାଇସ୍କୁଲର ଶିକ୍ଷୟିତ୍ରୀ ଲିଲିମା ବେହେରା(୩୫) ଓ ଆକ୍ରମଣକାରୀ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇର ସୁକାନ୍ତ ବେହେରା(୪୦)ଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଶିକ୍ଷୟିତ୍ରୀ ଲିଲିମାଙ୍କ ଭଡା ଘରର ମାଲିକ ସନ୍ତୋଷ ସାହୁ(୪୮), ତାଙ୍କ ମାଆ ପଦି(୭୦), ପୁଅ ଲିପୁନ୍‌(୧୭), ଭଣଜା ଅନିଲ(୧୮) ଆହତ ହୋଇଛନ୍ତି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି। ଶିକ୍ଷୟିତ୍ରୀ ଲିଲିମା ସମ୍ପୃକ୍ତ ଯୁବକଙ୍କୁ ଚିହ୍ନି ନ ଥିବା କହିଛନ୍ତି। ପୋଲିସ ଘଟଣାସ୍ଥଳରୁ ୪ଟି ଛୁରି ଜବତ କରିଛି। ତେବେ ଏହି ଘଟଣା ସମ୍ପର୍କରେ କୌଣସି ସୂଚନା ଦେଇନାହିଁ।

ଶିକ୍ଷୟିତ୍ରୀଙ୍କ ଭାଇ ଗୁଲଶନ ବେହେରାଙ୍କ ଅଭିଯୋଗ ଅନୁସାରେ ପୁରୀ ଜିଲା ସାତପଡାରେ ଲିଲିମାଙ୍କ ଘର। ସେ ଗୋଡିପଡା ସର୍ଦ୍ଦାର ପଟେଲ ନୋଡାଲ ହାଇସ୍କୁଲର ଶିକ୍ଷୟିତ୍ରୀ ଅଛନ୍ତି। ଲିଲିମା ଗୋଡିପଡା ହାଇସ୍କୁଲ ସାହିରେ ସନ୍ତୋଷ ସାହୁଙ୍କ ଘରେ ଭଡାରେ ରହୁଥିଲେ। ତାଙ୍କର ଗୋଟିଏ ପୁଅ ଓ ଝିଅ। ସ୍ବାମୀ ବାହାରେ ଚାକିରି କରିଛନ୍ତି। ଲିଲିମା ସ୍କୁଲରେ ଥିବାବେଳେ ଜଣେ ଅଜଣା ଯୁବକ ଭଡା ଘର ମାଲିକଙ୍କ ମା’ ପଦିଙ୍କୁ ଶିକ୍ଷୟିତ୍ରୀ ଘରେ ଅଛନ୍ତି କି ନାହିଁ ଶନିବାର ଅପରାହ୍ନରେ ପଚାରିଥିଲେ। ଶିକ୍ଷୟିତ୍ରୀ ସ୍କୁଲକୁ ଯାଇଛନ୍ତି ଶୁଣିବା ପରେ ଯୁବକ ଜଣକ ଚାଲି ଯାଇଥିଲେ। ଅପରାହ୍ନରେ ଶିକ୍ଷୟିତ୍ରୀ ଘରକୁ ଫେରିବା ବେଳେ ସମ୍ପୃକ୍ତ ଯୁବକ ତାଙ୍କ ପିଛା କରି ଘରେ ପହଞ୍ଚି ଥିଲେ। ଘର ସମ୍ମୁଖରେ ତୁମ ସହ କଥା ଅଛି କହି ଶିକ୍ଷୟିତ୍ରୀଙ୍କୁ ଅଟକାଇଥିଲେ। ଶିକ୍ଷୟିତ୍ରୀ କହିଥିଲେ ମୁଁ ଆପଣଙ୍କୁ ଜାଣିନାହିଁ। ତେବେ ଅପେକ୍ଷା କରନ୍ତୁ ଡ୍ରେସ ବଦଳାଇ ଆସୁଛି। ଏତିକି ବେଳେ ଅଜଣା ଯୁବକ ଘରକୁ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ଘର ମାଲିକଙ୍କ ମା’ ଯୁବକଙ୍କୁ ଘରେ ପଶିବାକୁ ଦେଇ ନ ଥିଲେ। ଅଜଣା ଯୁବକ ଘର ମାଲିକଙ୍କ ମା’କୁ ମାରପିଟ୍‌ କରି ଘରେ ପଶି ଶିକ୍ଷୟିତ୍ରୀଙ୍କ ବେକ, ପିଠି ବାମ ହାତକୁ ଛୁରିମାଡ କରିଥିଲେ। ଶିକ୍ଷୟିତ୍ରୀଙ୍କୁ ରକ୍ଷା କରିବାକୁ ଘର ମାଲିକଙ୍କ ପରିବାର ଲୋକେ ଉଦ୍ୟମ କରିଥିଲେ। ଏଥିରେ ୪ଜଣ ଆହତ ହୋଇଥିଲେ। ଏହାପରେ ଘଟଣାସ୍ଥଳରୁ ଅଜଣା ଯୁବକ ଫେରାର ହୋଇ ନ ପାରି ନିଜ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରି ତଳେ ପଡିଯାଇଥିଲେ। ଏହାକୁ ନେଇ ଗୋଡିପଡାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକ ଗୋଡିପଡା ଫାଣ୍ଡି ପୋଲିସକୁ ଖବର ଦେଇ ଆହତ ଶିକ୍ଷୟିତ୍ରୀ ଓ ଆକ୍ରମଣକାରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri