ଭୁବନେଶ୍ୱର,୧୩ା୮(ସତ୍ୟଜିତ୍ ରାଉତ): ପ୍ରେମିକାଙ୍କ ଘରେ ପଶି ଜଣେ ଯୁବକ ତାଙ୍କ ଘରେ ପଶି ହାଇଡ୍ରାମା କରିବା ସହ ଦୁର୍ବ୍ୟବହାର କରିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ଯୁବକଙ୍କୁ ବୁଧବାର ଗିରଫ କରିଛି। ସେ ହେଲେ ଜଗତ୍ସିଂହପୁର ଜିଲା ପାରାଦୀପର ସରୋଜ କୁଣ୍ଡୁ (୨୪)। କୋର୍ଟଚାଲାଣ ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୋଗକାରିଣୀ ଯୁବତୀ ଏବଂ ସରୋଜଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। ସରୋଜ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଯୁବତୀ ଜଣକ ପ୍ରତ୍ୟାଖ୍ୟାନ କରିଦେବା ସହ ଦୂରେଇ ଯାଇଥିଲେ। ହେଲେ ସେବେଠାରୁ ସରୋଜ ଉକ୍ତ ଯୁବତୀଙ୍କ ଉପରେ ନଜର ରଖିବା ସହ ସବୁବେଳେ ପିଛା କରି ହଇରାଣ କରୁଥିଲେ। ମଙ୍ଗଳବାର ସକାଳେ ଯୁବତୀ ରହୁଥିବା ତମାଣ୍ଡୋ ଫେଜ-୨ସ୍ଥିତ ଘରେ ସରୋଜ ବଳପୂର୍ବକ ପଶ ଗାଳିଗୁଲଜ ଓ ଟଣାଓଟରା କରିଥିଲେ। ବିବାହ ପାଇଁ ରାଜି ନ ହେଲେ ହତ୍ୟା କରିଦେବେ ବୋଲି ଧମକ ଦେଇଥିଲେ। ଏନେଇ ଯୁବତୀଙ୍କ ଏତଲାକ୍ରମେ ପୋଲିସ ମାମଲା (ନଂ.୫୬୨/୨୦୨୫) ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେଇଛି।


