ବାଇକ୍‌ରେ ଯାଉଥିବା ବେଳେ ଉପରେ ପଡ଼ିଲା ତାଳ ଗଛ: ଚାଲିଗଲା ଯୁବକଙ୍କ ଜୀବନ,ଖବର ପାଇ ବିଷ ପିଇଦେଲେ ସ୍ତ୍ରୀ

ଯାଜପୁର,୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ବଡଚଣା ବଡ଼ବାଲିକିୁଦା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ତାଳଗଛ ପଡ଼ି ଯୁବକଙ୍କ ଜୀବନ ଯାଇଥିବା ବେଳେ ଏ ଖବର ପାଇ ତାଙ୍କ ପତ୍ନୀ ବିଷ ପିଇ ଗୁରୁତର ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଜଣେ ଯୁବକ ବାଇକ ଯୋଗେ ଯାଉଥିବା ବେଳେ ହଠାତ କାଳବୈଶାଖୀ ତାଣ୍ଡବ ରଚିଥିଲା। ତେବେ ବାଟରେ ଥିବା ତାଳ ଗଛ ତାଙ୍କ ଉପରେ ପଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବଡ଼ଚଣା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇ ତାଙ୍କ ପତ୍ନୀ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
Dharitri – Odisha’s No.1 Odia Daily

Share