ହଜାରେ ଟଙ୍କା ପାଇଁ ଜିଆର୍‌ଏସ୍‌, ପିଇଓଙ୍କୁ ନିସ୍ତୁକ ମାଡ଼

ହାଟଡିହୀ,୩୦l୧୨(ଡ଼ି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ପଞ୍ଚାୟତ ଜିଆରଏସ୍‌ ଗୋଲଖ ନାଏକ ଏବଂ ପିଇଓ (କାର୍ଯ୍ୟ ର୍ନିବାହୀ ଅଧିକାରୀ)ଜିତେନ୍ଦ୍ର କୁମାର ଜେନାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି l

ପିଇଓ ଜେନା ଏବଂ ଜିଆରଏସ ନାଏକଙ୍କ ଅଭିଯୋଗ ମୁତାବକ, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାସନ କାର୍ଡ ତାଲିକାରେ ଯେଉଁ ହିତାଧିକାରୀଙ୍କ ନାମ ରହିଛି ସେମାନଙ୍କୁ ୧ ହଜାର ଟଙ୍କା କୋଭିଡ ସହାୟତା ପ୍ରଦାନ କରାଯାଉଛି। ଗୁରୁବାର ପଞ୍ଚାୟତରେ ରାଶନ କାର୍ଡ ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଉଥିଲା। ସେତିକିବେଳେ ମଧୁବନ ଗ୍ରାମର କାହ୍ନୁ ଚରଣ ଜେନା ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ l ପରେ କାହ୍ନୁ ୧ ହଜାର ଟଙ୍କା ଦେବାକୁ ଦାବି କରିଥିଲେ। ହେଲେ କାହ୍ନୁଙ୍କ ରାଶନ ତାଲିକାରେ ନାମ ନ ଥିବାରୁ ଟଙ୍କା ମିଳିବନି ବୋଲି ପିଇଓ ଏବଂ ଜିଆର୍‌ଏସ୍‌ କହିଥିଲେ। ଏଥିରେ କାହ୍ନୁ ରାଗିଯାଇ ଗାଳି ଗୁଲଜ କରିବା ସହ ଜିଆର୍‌ଏସ୍‌ ଏବଂ ପିଇଓଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ସହାୟତା ପ୍ରଦାନରେ ବାଧା ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ବିଡ଼ିଓ ଏବଂ ସୋସୋ ଥାନା ଅଧିକାରୀଙ୍କୁ ଜଣାଇ ଦିଆଯାଇଛି l ସୂଚନା ଯୋଗ୍ୟ, ଉକ୍ତ ପଞ୍ଚାୟତରେ ୧୨୩୦ ରାସନ କାର୍ଡ ହିତାଧିକାରୀ ରହିଛନ୍ତି।