ଯୁବ ମେଣ୍ଢା

ହିମାଳୟ ଦେଶ ନେପାଳରେ ସରକାର ବିରୋଧୀ ବିକ୍ଷୋଭ ଶୀର୍ଷରେ ପହଞ୍ଚତ୍ଛି। କିଛିଦିନ ପୂର୍ବରୁ ସେଠାରେ ରାଜତନ୍ତ୍ର ସପକ୍ଷରେ ଆନ୍ଦୋଳନ ଦେଖାଦେଇଥିଲା। ହେଲେ ଏବର ପ୍ରତିବାଦର ନେତୃତ୍ୱ ନେଇଛନ୍ତି ଜେନ୍‌ ଜେଡ୍‌ ବର୍ଗ। ଉଲ୍ଲେଯୋଗ୍ୟ ଯେ, ୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଏହି ପିଢ଼ି ଦେଶରେ ଗତ ୪ ତାରିଖରୁ ସେଠାକାର ସରକାରଙ୍କ ଦ୍ୱାରା ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ୟ୍ୟୁଟୁବ୍‌, ହ୍ବାଟ୍ସଆପ୍‌ ଭଳି ୨୬ଟି ସୋସିଆଲ ମିଡିଆକୁ ଅଚଳ କରିଦିଆଯିବା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି। ନାଗରିକର ବାକ୍‌ ସ୍ବାଧୀନତା ଓ ଅଭିବ୍ୟକ୍ତି ସ୍ବାଧୀନତାକୁ ସଙ୍କୁଚିତ କରିଦିଆଯିବାରୁ ‘ହାମି ନେପାଳ’ ଆହ୍ବାନରେ ଯୁବବର୍ଗ ୮ ସେପ୍ଟେମ୍ବରରେ କାଠମାଣ୍ଡୁସ୍ଥିତ ପାର୍ଲାମେଣ୍ଟ ଭବନ ଆଡ଼କୁ ମାଡ଼ି ଆସିଛନ୍ତି। ବିକ୍ଷୋଭକୁ ପ୍ରତିହତ କରିବା ଲାଗି ଓ.ପି. ଶର୍ମା ଓଲି ସରକାର କଠୋର ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ସୋସିଆଲ ମିଡିଆ ବନ୍ଦ ସପକ୍ଷରେ ସରକାର ସଫେଇ ଦେଇଛନ୍ତି ଯେ, ସମ୍ପୃକ୍ତ କମ୍ପାନୀଗୁଡ଼ିକ ସରକାରୀ ନିୟମାବଳୀକୁ ଉଲ୍ଲଂଘନ କରିବା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ପଞ୍ଜୀକୃତ ହେଉ ନ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ହେଲେ ଭିତିରି କଥା ଦେଖିଲେ ଦେଶରୁ ଦୁର୍ନୀତି ହଟାଇବା, ସରକାରଙ୍କ ଏକଚ୍ଛତ୍ରବାଦୀ ଶାସନ ଏବଂ ନେପାଳର ଦୁର୍ବଳ ଗଣତନ୍ତ୍ରରେ ଚାଇନାର ଅଯଥା ହସ୍ତକ୍ଷେପକୁ ବିରୋଧ କରି ଯୁବବର୍ଗ ପ୍ରତିବାଦର ସ୍ବରକୁ ଦୃଢ଼ କରିଛନ୍ତି। ବର୍ଷ ବର୍ଷ ଧରି ନେପାଳର ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ମାନ୍ଦାବସ୍ଥା ଓ ନାଗରିକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯାଉ ନ ଥିବାରୁ ସେଠାକାର ଯୁବବର୍ଗ ସରକାର ବିରୋଧରେ ବିକ୍ଷୋଭ କରିବା ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି।
ଯୌବନକୁ କେବଳ କ୍ୟାଲେଣ୍ଡର ବର୍ଷରେ ମାପିହୁଏ ନାହିଁ। ଯୌବନକୁ ଚିହ୍ନିବା ପାଇଁ ଦୃଢ଼ ମାନସିକ ଆଭିମୁଖ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସମସ୍ତେ କହନ୍ତି ଯେ, ଭବିଷ୍ୟତ ନାଗରିକର ହିତ ସକାଶେ ଆଜିର ଦେଶକୁ ଗଠନ କରାଯିବା ଦରକାର। ସେତେବେଳେ ଯୁବପିଢ଼ି ସବୁ କ୍ଷେତ୍ରରେ ଯୋଗ୍ୟ ହେବା ପାଇଁ ଚେଷ୍ଟା କରିବା ଆବଶ୍ୟକ। ଯୁବପିଢ଼ିର କର୍ତ୍ତବ୍ୟ ହେଉଛି ପୁରୁଣା ଢାଞ୍ଚାକୁ ଭାଙ୍ଗି ନୂଆ ସମାଜ ଓ ବ୍ୟବସ୍ଥା ସକାଶେ ପ୍ରଚେଷ୍ଟା କରିବା। ସେଥିରୁ ଓହରି ଗଲେ ଏବଂ କେବଳ ସ୍ବାର୍ଥପର ହୋଇ ସମୂହ ବିକାଶକୁ ଅଣଦେଖା କରୁଥିଲେ ତାହାକୁ ଯୁବପିଢ଼ି କୁହାଯିବ ନାହିଁ। ଯେମିତି ଅନ୍ୟ ଦେଶଗୁଡ଼ିକରେ ଯୁବପିଢ଼ି ସବୁବେଳେ ଆନ୍ଦୋଳନ ମାଧ୍ୟମରେ ତ୍ରୁଟିପୂର୍ଣ୍ଣ ଆଇନ ବଦଳାଇ ଦେଇଥାଏ, ସେହିଭଳି ସ୍ଥିତି ଆଜି ନେପାଳରେ ଦେଖିବାକୁ ମିଳିଛି। ଭାରତର ପଡ଼ୋଶୀ ନେପାଳର ଯୁବପିଢ଼ି ନିଜର ସ୍ଥାନ ଭିନ୍ନ ସ୍ତରକୁ ନେଇପାରିଛି। ଯେତେବେଳେ ପାକିସ୍ତାନ, ଭାରତ ଓ ବାଂଲାଦେଶ ଭଳି ରାଷ୍ଟ୍ରରେ ଇଣ୍ଟରନେଟ୍‌ ବନ୍ଦ କରାଯାଉଛି ଓ ସୋସିଆଲ ମିଡିଆକୁ ଅଟକାଇ ଦିଆଯାଉଛି, ସେତେବେଳେ ଯୁବଶକ୍ତିର କୌଣସି ପ୍ରତିବାଦର ସ୍ବର ଶୁଣିବାକୁ ମିଳୁନାହିଁ। ତାହା ପ୍ରମାଣ କରୁଛି ଯେ ଭାରତ ଭଳି ଦେଶରେ, ଶାରୀରିକ ବା କ୍ୟାଲେଣ୍ଡର ବୟସକୁ ଦେଖିଲେ ଅଧିକ ଯୁବ ଜନସଂଖ୍ୟା ଥିବା ସତ୍ତ୍ୱେ, ଯୁବଶକ୍ତି ସମ୍ପୂର୍ଣ୍ଣ ଭାବେ ଶିଥିଳ ପଡ଼ିଯାଇଛି। ଏହା ପ୍ରମାଣ କରୁଛି ଯେ, ଭାରତର ଯୁବବର୍ଗ ନୂତନତ୍ୱ ବୁଝିବା ପରିବର୍ତ୍ତେ କେବଳ ତତ୍‌କ୍ଷଣାତ୍‌ ସୁବିଧା ଖୋଜୁଥିବା ହେତୁ ସେମାନେ ଏହି ଦେଶର ଭବିଷ୍ୟତରେ ପରିବର୍ତ୍ତନ ଆଣିଲା ଭଳି ଦେଖାଯାଉ ନାହିଁ। ମନେରଖିବାକୁ ହେବ ଯେ, ପାଟିଫିଟାଇ ନିଜ ମତବ୍ୟକ୍ତ କରିବାକୁ ଅନିଚ୍ଛୁକ ଯୁବପିଢ଼ି କେବଳ ମେଣ୍ଢା ଭାବେ ପଲରେ ମାତି ଡେଇଁଲେ ଉନ୍ନତ ଜାତି ସୃଷ୍ଟି ହେବ ନାହିଁ।
ନେପାଳର ଯୁବପିଢ଼ି ନିଜର ଭିନ୍ନତା ପ୍ରମାଣ କରିପାରିଛି। ଏଭଳି ଧରଣର ବିକ୍ଷୋଭ ପଡ଼ୋଶୀ ଦେଶରେ ଦେଖିବାକୁ ମିଳୁ ନ ଥିଲା। ପ୍ରଥମେ ବାଂଲାଦେଶରେ ଛାତ୍ର ଓ ଯୁବବର୍ଗ ସେଠାକାର ସରକାର ପରିବର୍ତ୍ତନ କରିବାରେ ସଫଳ ହେଲେ। ଏବେ ନେପାଳର ଯୁବଶକ୍ତି ଏକ ନୂତନ ଲଢ଼େଇ ଆରମ୍ଭ କରିଛନ୍ତି। ସେମାନେ ଯଦି ସଫଳ ହୁଅନ୍ତି, ତେବେ ପ୍ରମାଣ ମିଳିବ ଯେ ଯୁବପିଢ଼ି ଯେଉଁଠାରେ ନୂଆ ବାଟ ଖୋଜିବ ସେଠାରେ ସଫଳତା ନିଶ୍ଚୟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜଧାନୀ ମହିଳାଙ୍କ ପାଇଁ ନେଲେ ଏହି ପଦକ୍ଷେପ, ଏଣିକି ମିଳିବ…

ଭୁବନେଶ୍ୱର,୩୧ା୧: ରାଜଧାନୀ ମହିଳା ଯାତ୍ରୀଙ୍କ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ…

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

ବିଶିଷ୍ଟ କବିଙ୍କ ପରଲୋକ: ଇଂରାଜୀ-ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ଇଂରାଜୀ ସାହିତ୍ୟ ଜଗତର ଉଜ୍ଜ୍ୱଳ ତାରକା, ବିଶିଷ୍ଟ ଶିକ୍ଷାବିତ୍‌ ତଥା କବି ପ୍ରଫେସର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପଦ୍ମପୁରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ…

ବିଜେଡିରେ ଥମୁନି କଳିକେଶ ଚର୍ଚ୍ଚା, ବାହାରୁ ସମର୍ଥନ ଭିତରେ ବିରୋଧ

ଭୁବନେଶ୍ୱର,୩୧ା୧: ପୂର୍ବତନ ଏମ୍‌ପି ତଥା ବଲାଙ୍ଗୀର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ନେତୃତ୍ୱକୁ ନେଇ ଜିଲା ବାହାରୁ ସମର୍ଥନ ପରେ…

Ruturaj Gaikwad Net Worth: ୨୯ ବର୍ଷରେ ପଦାର୍ପଣ କଲେ ଋତୁରାଜ ଗାୟକଓ୍ବାଡ, ଜାଣନ୍ତୁ କେତେ ଧନୀ CSK କ୍ୟାପଟେନ

ନୂଆଦିଲ୍ଲୀ,୩୧।୧: ଋତୁରାଜ ଗାୟକୱାଡ ଆଜି ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଭାରତ ପାଇଁ ODI ଏବଂ T20 ରେ ୩୨ ଟି ଅନ୍ତର୍ଜାତୀୟ ମ୍ୟାଚ…

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଭୁବନେଶ୍ୱର କ୍ୟାପିଟାଲ ଥାନା ଅଞ୍ଚଳରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟର୍ସରୁ ଘରୋଇ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri