ଯୁବ ମେଣ୍ଢା

ହିମାଳୟ ଦେଶ ନେପାଳରେ ସରକାର ବିରୋଧୀ ବିକ୍ଷୋଭ ଶୀର୍ଷରେ ପହଞ୍ଚତ୍ଛି। କିଛିଦିନ ପୂର୍ବରୁ ସେଠାରେ ରାଜତନ୍ତ୍ର ସପକ୍ଷରେ ଆନ୍ଦୋଳନ ଦେଖାଦେଇଥିଲା। ହେଲେ ଏବର ପ୍ରତିବାଦର ନେତୃତ୍ୱ ନେଇଛନ୍ତି ଜେନ୍‌ ଜେଡ୍‌ ବର୍ଗ। ଉଲ୍ଲେଯୋଗ୍ୟ ଯେ, ୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଏହି ପିଢ଼ି ଦେଶରେ ଗତ ୪ ତାରିଖରୁ ସେଠାକାର ସରକାରଙ୍କ ଦ୍ୱାରା ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ୟ୍ୟୁଟୁବ୍‌, ହ୍ବାଟ୍ସଆପ୍‌ ଭଳି ୨୬ଟି ସୋସିଆଲ ମିଡିଆକୁ ଅଚଳ କରିଦିଆଯିବା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି। ନାଗରିକର ବାକ୍‌ ସ୍ବାଧୀନତା ଓ ଅଭିବ୍ୟକ୍ତି ସ୍ବାଧୀନତାକୁ ସଙ୍କୁଚିତ କରିଦିଆଯିବାରୁ ‘ହାମି ନେପାଳ’ ଆହ୍ବାନରେ ଯୁବବର୍ଗ ୮ ସେପ୍ଟେମ୍ବରରେ କାଠମାଣ୍ଡୁସ୍ଥିତ ପାର୍ଲାମେଣ୍ଟ ଭବନ ଆଡ଼କୁ ମାଡ଼ି ଆସିଛନ୍ତି। ବିକ୍ଷୋଭକୁ ପ୍ରତିହତ କରିବା ଲାଗି ଓ.ପି. ଶର୍ମା ଓଲି ସରକାର କଠୋର ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ସୋସିଆଲ ମିଡିଆ ବନ୍ଦ ସପକ୍ଷରେ ସରକାର ସଫେଇ ଦେଇଛନ୍ତି ଯେ, ସମ୍ପୃକ୍ତ କମ୍ପାନୀଗୁଡ଼ିକ ସରକାରୀ ନିୟମାବଳୀକୁ ଉଲ୍ଲଂଘନ କରିବା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ପଞ୍ଜୀକୃତ ହେଉ ନ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ହେଲେ ଭିତିରି କଥା ଦେଖିଲେ ଦେଶରୁ ଦୁର୍ନୀତି ହଟାଇବା, ସରକାରଙ୍କ ଏକଚ୍ଛତ୍ରବାଦୀ ଶାସନ ଏବଂ ନେପାଳର ଦୁର୍ବଳ ଗଣତନ୍ତ୍ରରେ ଚାଇନାର ଅଯଥା ହସ୍ତକ୍ଷେପକୁ ବିରୋଧ କରି ଯୁବବର୍ଗ ପ୍ରତିବାଦର ସ୍ବରକୁ ଦୃଢ଼ କରିଛନ୍ତି। ବର୍ଷ ବର୍ଷ ଧରି ନେପାଳର ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ମାନ୍ଦାବସ୍ଥା ଓ ନାଗରିକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯାଉ ନ ଥିବାରୁ ସେଠାକାର ଯୁବବର୍ଗ ସରକାର ବିରୋଧରେ ବିକ୍ଷୋଭ କରିବା ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି।
ଯୌବନକୁ କେବଳ କ୍ୟାଲେଣ୍ଡର ବର୍ଷରେ ମାପିହୁଏ ନାହିଁ। ଯୌବନକୁ ଚିହ୍ନିବା ପାଇଁ ଦୃଢ଼ ମାନସିକ ଆଭିମୁଖ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସମସ୍ତେ କହନ୍ତି ଯେ, ଭବିଷ୍ୟତ ନାଗରିକର ହିତ ସକାଶେ ଆଜିର ଦେଶକୁ ଗଠନ କରାଯିବା ଦରକାର। ସେତେବେଳେ ଯୁବପିଢ଼ି ସବୁ କ୍ଷେତ୍ରରେ ଯୋଗ୍ୟ ହେବା ପାଇଁ ଚେଷ୍ଟା କରିବା ଆବଶ୍ୟକ। ଯୁବପିଢ଼ିର କର୍ତ୍ତବ୍ୟ ହେଉଛି ପୁରୁଣା ଢାଞ୍ଚାକୁ ଭାଙ୍ଗି ନୂଆ ସମାଜ ଓ ବ୍ୟବସ୍ଥା ସକାଶେ ପ୍ରଚେଷ୍ଟା କରିବା। ସେଥିରୁ ଓହରି ଗଲେ ଏବଂ କେବଳ ସ୍ବାର୍ଥପର ହୋଇ ସମୂହ ବିକାଶକୁ ଅଣଦେଖା କରୁଥିଲେ ତାହାକୁ ଯୁବପିଢ଼ି କୁହାଯିବ ନାହିଁ। ଯେମିତି ଅନ୍ୟ ଦେଶଗୁଡ଼ିକରେ ଯୁବପିଢ଼ି ସବୁବେଳେ ଆନ୍ଦୋଳନ ମାଧ୍ୟମରେ ତ୍ରୁଟିପୂର୍ଣ୍ଣ ଆଇନ ବଦଳାଇ ଦେଇଥାଏ, ସେହିଭଳି ସ୍ଥିତି ଆଜି ନେପାଳରେ ଦେଖିବାକୁ ମିଳିଛି। ଭାରତର ପଡ଼ୋଶୀ ନେପାଳର ଯୁବପିଢ଼ି ନିଜର ସ୍ଥାନ ଭିନ୍ନ ସ୍ତରକୁ ନେଇପାରିଛି। ଯେତେବେଳେ ପାକିସ୍ତାନ, ଭାରତ ଓ ବାଂଲାଦେଶ ଭଳି ରାଷ୍ଟ୍ରରେ ଇଣ୍ଟରନେଟ୍‌ ବନ୍ଦ କରାଯାଉଛି ଓ ସୋସିଆଲ ମିଡିଆକୁ ଅଟକାଇ ଦିଆଯାଉଛି, ସେତେବେଳେ ଯୁବଶକ୍ତିର କୌଣସି ପ୍ରତିବାଦର ସ୍ବର ଶୁଣିବାକୁ ମିଳୁନାହିଁ। ତାହା ପ୍ରମାଣ କରୁଛି ଯେ ଭାରତ ଭଳି ଦେଶରେ, ଶାରୀରିକ ବା କ୍ୟାଲେଣ୍ଡର ବୟସକୁ ଦେଖିଲେ ଅଧିକ ଯୁବ ଜନସଂଖ୍ୟା ଥିବା ସତ୍ତ୍ୱେ, ଯୁବଶକ୍ତି ସମ୍ପୂର୍ଣ୍ଣ ଭାବେ ଶିଥିଳ ପଡ଼ିଯାଇଛି। ଏହା ପ୍ରମାଣ କରୁଛି ଯେ, ଭାରତର ଯୁବବର୍ଗ ନୂତନତ୍ୱ ବୁଝିବା ପରିବର୍ତ୍ତେ କେବଳ ତତ୍‌କ୍ଷଣାତ୍‌ ସୁବିଧା ଖୋଜୁଥିବା ହେତୁ ସେମାନେ ଏହି ଦେଶର ଭବିଷ୍ୟତରେ ପରିବର୍ତ୍ତନ ଆଣିଲା ଭଳି ଦେଖାଯାଉ ନାହିଁ। ମନେରଖିବାକୁ ହେବ ଯେ, ପାଟିଫିଟାଇ ନିଜ ମତବ୍ୟକ୍ତ କରିବାକୁ ଅନିଚ୍ଛୁକ ଯୁବପିଢ଼ି କେବଳ ମେଣ୍ଢା ଭାବେ ପଲରେ ମାତି ଡେଇଁଲେ ଉନ୍ନତ ଜାତି ସୃଷ୍ଟି ହେବ ନାହିଁ।
ନେପାଳର ଯୁବପିଢ଼ି ନିଜର ଭିନ୍ନତା ପ୍ରମାଣ କରିପାରିଛି। ଏଭଳି ଧରଣର ବିକ୍ଷୋଭ ପଡ଼ୋଶୀ ଦେଶରେ ଦେଖିବାକୁ ମିଳୁ ନ ଥିଲା। ପ୍ରଥମେ ବାଂଲାଦେଶରେ ଛାତ୍ର ଓ ଯୁବବର୍ଗ ସେଠାକାର ସରକାର ପରିବର୍ତ୍ତନ କରିବାରେ ସଫଳ ହେଲେ। ଏବେ ନେପାଳର ଯୁବଶକ୍ତି ଏକ ନୂତନ ଲଢ଼େଇ ଆରମ୍ଭ କରିଛନ୍ତି। ସେମାନେ ଯଦି ସଫଳ ହୁଅନ୍ତି, ତେବେ ପ୍ରମାଣ ମିଳିବ ଯେ ଯୁବପିଢ଼ି ଯେଉଁଠାରେ ନୂଆ ବାଟ ଖୋଜିବ ସେଠାରେ ସଫଳତା ନିଶ୍ଚୟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?