ଲକ୍‌ଡାଉନ୍‌ରୁ ଲାଭ ଉଠାଉଛନ୍ତି ଯୁବ ଇଞ୍ଜିନିୟର

ଜଗତ୍‌ସିଂହପୁର ଅଫିସ,୧୧।୭: କରୋନା ଭୂତାଣୁ ଓ ଲକ୍‌ଡାଉନ୍‌, ଶଟ୍‌ଡାଉନଜନିତ ପରିସ୍ଥିତି ଯୋଗୁ ଅନେକେ ଚାକିରି ହରାଇ ବେରୋଜଗାର ହୋଇଯାଇଛନ୍ତି। ହଜାର ହଜାର ଲୋକ ହାତବାନ୍ଧି ହତାଶ ହୋଇ ବସିଛନ୍ତି। କିନ୍ତୁ ଏପରି ଏକ ସଙ୍କଟ ସମୟକୁ ସୁଯୋଗରେ ପରିଣତ କରିଦେଇଛନ୍ତି ଜଗତ୍‌ସିଂହପୁର ବ୍ଲକ ତରଡ଼ାପଡ଼ା ପଞ୍ଚାୟତ ଆନନ୍ଦପୁର ଗ୍ରାମର ଯୁବ ସଫ୍ଟୱେର ଇଞ୍ଜିନିୟର ସ୍ବପ୍ନେଶ ମହାନ୍ତି (୩୨)। ମହାମାରୀ ପାଇଁ ବାଙ୍ଗାଲୋରସ୍ଥିତ ଏକ ସଫ୍ଟୱେର କମ୍ପାନୀରୁ ଗଁ।କୁ ଫେରିଥିବା ସ୍ବପ୍ନେଶ ଉନ୍ନତ ଜ୍ଞାନକୌଶଳ ତଥା ବାୟୋଫ୍ଲକ୍‌ ପ୍ରଣାଳୀରେ ପଲିଥିନ ଟାଙ୍କିରେ ମାଛ ଚାଷ କରି ଲକ୍ଷାଧିକ ଟଙ୍କା ଲାଭ କମାଇବା ଯୋଜନାରେ ରହିଛନ୍ତି।
ସ୍ବପ୍ନେଶ କହିଛନ୍ତି, ବାଙ୍ଗାଲୋରରୁ ପଳାଇ ଆସିବା ପରେ ଘରେ ଅଯଥାରେ ବସି ସମୟ ନଷ୍ଟ କରିବାକୁ ଚାହିଁ ନ ଥିଲି। ତେଣୁ ଆଧୁନିକ ଜ୍ଞାନକୌଶଳରେ କି ଚାଷ କରି ଲାଭବାନ ହୋଇପାରିବି ସେ ନେଇ ଇଣ୍ଟରନେଟରେ ସର୍ଚ୍ଚ କରିଥିଲି। ଶେଷରେ ବାୟୋଫ୍ଲକ ଫିସ୍‌ ଫାର୍ମିଂ ପାଇଁ ନିଷ୍ପତ୍ତି ନେଇଥିଲି। ଏପ୍ରିଲ ୨୮ରେ ନିଜ ବାଡ଼ିରେ ମାତ୍ର ୪ ମିଟର ବ୍ୟାସ ଓ ୧.୩ ମିଟର ଉଚ୍ଚତାର ୨ଟି ଗୋଲେଇ ପଲିଥିନ କୁଣ୍ଡ କରି ସେଥିରେ ଭୁବନେଶ୍ୱର କୌଶଲ୍ୟାଗଙ୍ଗସ୍ଥିତ ସିଫାରୁ ୪ରୁ ୫ଗ୍ରାମ ଓଜନ ବିଶିଷ୍ଟ ୨ ହଜାର ରୁପ-ଚାନ୍ଦି ମାଛ ଯାଆଁଳ କିଣି ଛାଡିଥିଲି। ମାଛଗୁଡ଼ିକ ଏବେ ପାଖାପାଖି ୮୦ରୁ ୧୦୦ ଗ୍ରାମର ହୋଇଗଲେଣି। ଯାଆଁଳ ଯନତ୍ ନେବା, ଦାନା ଦେବା, ପାଣିସ୍ତର ଠିକ୍‌ ରଖିବା, ପ୍ରତି ସପ୍ତାହରେ ଥରେ ପାଣିର ଟିଡିଏସ୍‌ ଯାଞ୍ଚ କରିବା ସହିତ ଆବଶ୍ୟକ ଔଷଧ ଯୋଗାଉଛି। ଆଉ ୩ରୁ ୪ ମାସରେ ପ୍ରତି ମାଛର ଓଜନ ୫ରୁ ୬ଶହ ଗ୍ରାମ ହୋଇଯିବା ଆଶା ରହିଛି। ଏସବୁ ବାବଦରେ ପାଖାପାଖି ୧.୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଠିକ୍‌ ଭାବେ ବଢ଼ିଲେ ୫ କୁଇଣ୍ଟାଲ ମାଛ ମିଳିବ ଓ କୁଣ୍ଡପିଛା ୩୦ରୁ ୪୦ ହଜାର ଟଙ୍କା ଲାଭ ପାଇହେବ। ପ୍ରଥମେ ପରିବାର ପକ୍ଷରୁ ସମର୍ଥନ ମିଳି ନ ଥିବାବେଳେ ଏବେ ବାପା ଯଜ୍ଞେଶ୍ୱର ପ୍ରୋତ୍ସାହିତ କରୁଛନ୍ତି। ସେ ଚାକିରିକୁ ଗଲାପରେ ବାପା ଦାୟିତ୍ୱ ସମ୍ଭାଳିବେ ବୋଲି ସ୍ବପ୍ନେଶ କହିଛନ୍ତି। ପୁଅଠାରୁ ତାଲିମ ପାଇ ସାରିଛନ୍ତି ବୋଲି ବାପା ଯଜ୍ଞେଶ୍ୱର ମଧ୍ୟ କହିଛନ୍ତି।
ଏ ସମ୍ପର୍କରେ ଜିଲା ମତ୍ସ୍ୟ ଅଧିକାରୀ ସୁବ୍ରତ ଦାସ କହିଛନ୍ତି, ବାସ୍ତବିକ ଯୁବଗୋଷ୍ଠୀ ଏଥିପ୍ରତି ଆକର୍ଷିତ ହେବା ଉଚିତ। କାରଣ କମ୍‌ ଜାଗା, ପାଣିରେ ପ୍ରଦୂଷଣମୁକ୍ତ ମାଛ ଚାଷ କରିହେବ। ଇତିମଧ୍ୟରେ ଜିଲାରେ ଯୁବଗୋଷ୍ଠୀଙ୍କ ନିଜ ଉଦ୍ୟମରେ ୮/୧୦ଟି ପ୍ରକଳ୍ପ ହୋଇ ସାରିଲାଣି। ସରକାର ଜୁଲାଇରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଯୋଜନା ମୁତାବକ ଜଳଙ୍ଗ, ରୁପଚାନ୍ଦି, ପିଲାକିଆ, ମାଗୁର ଓ କଉ ଆଦି ମାଛ ଚାଷ ପାଇଁ ପ୍ରୋତ୍ସାହିତ କରାଯିବ। ରୋହି, ଭାକୁର ଚାଷ ବ୍ୟାପକ ହୋଇନାହିଁ। ଗୋଟିଏ ୪ ମିଟର ବ୍ୟାସାର୍ଦ୍ଧବିଶିଷ୍ଟ କୁଣ୍ଡରେ ୧୦ ହଜାର ଲିଟର ପାଣି ଭରିଲେ ସେଥିରୁ ୫/୬ ମାସରେ ୫ କୁଇଣ୍ଟାଲ ମାଛ ଉତ୍ପାଦନ ହୋଇପାରିବ। ତେବେ ସରକାରଙ୍କ ତରଫରୁ ସାଧାରଣ ବର୍ଗଙ୍କ ପାଇଁ ରିହାତି ବ୍ୟବସ୍ଥା ଥିବା ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri