ଗୋଷ୍ଠୀ ସଂଘର୍ଷରୁ ଯୁବ ଇଞ୍ଜିନିୟରଙ୍କୁ ହତ୍ୟା

ନୟାଗଡ଼ ଅଫିସ,୧୪।୪:  ନୟାଗଡ଼ ସହରରେ ଦଣ୍ଡପବର୍ର୍ ବୁଧବାର ରାତିରେ ଶୋଭାଯାତ୍ରା ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଘଟଣାରେ ନୟାଗଡ଼ ଟାଉନ ଥାନା ଅଧୀନ ଦୁର୍ଗାପ୍ରସାଦ ଗାଁର ଯୁବ ଇଞ୍ଜିନିୟର ନବୀନ ପରିଡ଼ା(୨୬)ଙ୍କୁ ହତ୍ୟା କରାଯାଇଛି। ଦେଉଳପଲ୍ଲୀ ଗାଁଲୋକ ନବୀନଙ୍କୁ ହତ୍ୟା କରି ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ସେହିପରି ସିନ୍ଦୁରିଆ ଲୋକନାଥ ମନ୍ଦିରରେ ଦୁର୍ଗାପ୍ରସାଦର ଦଣ୍ଡୁଆମାନଙ୍କୁ ତାଲା ପକାଇ ପ୍ରାୟ ଅଧ ଘଣ୍ଟା ରଖାଯାଇଥିଲା। ସେମାନଙ୍କ ଉପରକୁ ଢ଼େଲାପଥର ମାଡ଼ କରାଯାଇଥିଲା। ପୋଲିସକୁ ଦଣ୍ଡୁଆମାନେ ଖବର ଦେଇଥିଲେ। ହେଲେ ପୋଲିସ ଘଟଣାସ୍ଥଳକୁ
ବହୁ ବିଳମ୍ବରେ ଆସିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଲା ବୋଲି ଅଭିଯୋଗ ହୋଇଛି।

ଏପରି କି ନିଜ ଗାଁ ଦଣ୍ଡୁଆମାନଙ୍କୁ ଉଦ୍ଧାର କରିବା ପାଇଁ ଦୁର୍ଗାପ୍ରସାଦର ୫ଜଣ ଲୋକ ସେଠାରେ ପହଞ୍ଚି ଥିଲେ। ସେମାନଙ୍କୁ ଅପରଗୋଷ୍ଠୀ ଢ଼େଲାପଥର ମାଡ଼ କରିଥିବା ସୂଚନା ମିଳିଛି। ଏହି ଗଣ୍ଡଗୋଳ ଚାଲିଥିବା ବେଳେ ଯୁବ ଇଞ୍ଜିନିୟର ନବୀନଙ୍କ ସମେତ ୨ଜଣଙ୍କୁ ଅପହରଣ କରାଯାଇଥିଲେ ମଧ୍ୟ ଦୁର୍ଗାପ୍ରସାଦ ଲୋକ ଜାଣି ପାରି ନ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିବାବେଳେ ନବୀନଙ୍କୁ ଦେଉଳପଲ୍ଲୀ ବାସିନ୍ଦା ହତ୍ୟା କରି ଫୋପାଡି ଦେଇଥିବା ଅଭିଯୋଗ ହୋଇଛି।
ପୋଲିସ ନବୀନଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି। ଏହାକୁ ନେଇ ସିନ୍ଦୁରିଆରେ ଉତ୍ତେଜନା ଲାଗି ରହିଛି। ଆକ୍ରମଣକାରୀଙ୍କ ପଥର ମାଡ଼ରେ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପାରମିତା ଜେନାଙ୍କ ସମେତ ଦୁର୍ଗାପ୍ରସାଦର ଅଖିଳ ମାଝି, କିଶୋର ମାଝି, ଶ୍ରୀକାନ୍ତ ଦଳେଇ, ଶ୍ରୀହରି ହରପ୍ରସାଦ, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ୧୧ ଜଣ ଆହତ ହୋଇଛନ୍ତି। ଆହତମାନେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦେଉଳପଲ୍ଲୀର ଆହତମାନେ କେଉଁଠି ଚିକିସତ୍ିତ ହେଉଛନ୍ତି ସୂଚନା ମିଳିନାହିଁ। ମୃତକଙ୍କ ପରିବାର ଓ ଆହତମାନଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୪୩/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଏସ୍‌ପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଏସ୍‌ପି ଉମାକାନ୍ତ ମଲ୍ଲିକ ପହଞ୍ଚି ତଦନ୍ତ କରିଛନ୍ତି। ଅନ୍ୟପକ୍ଷେ ଏତେବଡ଼ ଶୋଭାଯାତ୍ରାରେ ପୋଲିସ ଫୋର୍ସ ବଦଳରେ ହୋମଗାର୍ଡ ଡ୍ୟୁଟି କରୁଥିବା ଦେଖିବାକୁ ମିଳିଥିଲା। ପୋଲିସର ଦାୟିତ୍ୱହୀନତା ଯୋଗୁ ଗୋଟିଏ ଜୀବନ ଚାଲିଗଲା ବୋଲି ଗ୍ରାମବାସୀ କହିଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ଦେଉଳପଲ୍ଲୀ ଓ ଦୁର୍ଗାପ୍ରସାଦ ଗାଁ ପକ୍ଷରୁ ଦଣ୍ଡ ଠାକୁରଙ୍କ ଶୋଭାଯାତ୍ରା ବାହାରିଥିଲା। ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଉଭୟ ଗାଁର ଡିଜେ ଗାଡ଼ି ମୁହାଁମୁହିଁ ହେବା ପରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏନେଇ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପାରମିତା ଜେନା କୁହନ୍ତି, ପୋଲିସ ଘଟଣା ତଦନ୍ତ କରୁଛି। କେତେଜଣ ଲୋକଙ୍କୁ ଅଟକ ରଖି ପଚରାଉଚୁରା ଚାଲିଛି। ନବୀନଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri