ସମୁଦ୍ରରେ ଭାସିଗଲେ ୨ଯୁବକ: ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ଅଫିସ, ୧୫।୮: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଯୁବକ ନିଖୋଜ। ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗର ରବି ସିଂ। ଆଜି ଅପରାହ୍ନ ୫ଟା ସମୟରେ ରବି ସିଂ ତାଙ୍କର ଅନ୍ୟ ସାଙ୍ଗମାନଙ୍କ ସହ ପୁରୀ ଦିଗବାରେଣୀ ଛକ ନିକଟସ୍ଥ ସମୁଦ୍ରରେ ଗାଧୋଉଥିଲ। ଦୁଇ ଜଣ ହଠାତ୍‌ ଗଭୀର ସମୁଦ୍ରକୁ ଭାସି ଯାଇଥିଲେ। ସେଠାରେ ମୁତୟନ ଥିବା ଲାଇଫଗାର୍ଡମାନେ ବିହାରର ସାଗର କୁମାର ଚୌଧୁରୀକୁ ଉଦ୍ଧାର କରିଥିବା ବେଳେ ରବି ସିଂଙ୍କ ପତ୍ତା ପାଇ ନ ଥିଲେ। ତେବେ ଏଯାଏ ତାଙ୍କର କୌଣସି ପତ୍ତା ମିଳି ନ ଥିବା ବେଳେ ଲାଇଫ ଗାର୍ଡ ଓ ଅଗ୍ନିଶମବାହିନୀର କର୍ମଚାରୀମାନେ ଖୋଜାଖୋଜି ଜାରି ରଖିଛନ୍ତି।