୨୪ ଘଣ୍ଟାରେ ମିଳିବ ପଟ୍ଟା

ଭୁବନେଶ୍ୱର,୨୭ା୧୧ (ରବିନାରାୟଣ ଜେନା): ରାଜ୍ୟରେ ଭାଜପା ସରକାର କ୍ଷମତାସୀନ ହେବା ପରଠାରୁ ରାଜସ୍ବ ବିଭାଗରେ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଏବେ ଆଉ କେତେକ ସଂସ୍କାର ଅଣାଯିବାକୁ ରହିଛି। ଲୋକେ ଯେପରି ଜମି କିଣାବିକା ବେଳେ ସମସ୍ୟାର ସମ୍ମୁଖୀନ ନ ହେବେ ତାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଣିକି ୨୪ ଘଣ୍ଟା ମଧ୍ୟରେ ପଞ୍ଜୀକରଣ ଜମିର ପଟ୍ଟା ଯୋଗାଇବା ଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯିବାକୁ ରହିଛି। ଏନେଇ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନ ଥିଲେ ହେଁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅନେକ ସମୟରେ ଗୋଟିଏ ଲେଖାଏ ପ୍ଲଟ୍‌ ଏକାଧିକ ଥର ପଞ୍ଜୀକରଣ ହେଉଥିବା ବିଭାଗର ନଜରକୁ ଆସୁଛି। ଏଥିଲାଗି ବିଭାଗ ସମସ୍ୟାରେ ପଡୁଛି। ଲୋକମାନେ କୋର୍ଟ-କଚେରିରେ ଖର୍ଚ୍ଚାନ୍ତ ହେଉଥିବା ବେଳେ ସରକାରଙ୍କୁ ମଧ୍ୟ ଏହାର ଜବାବ ଦେବାରେ ଖର୍ଚ୍ଚାନ୍ତ ହେବା ସହିତ ସମୟ ଗଡ଼ିଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏଣିକି ଜମି ପଞ୍ଜୀକରଣ ଦିନ ହିଁ ପଟ୍ଟା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ। ତେବେ ଏହି ପଟ୍ଟା ପ୍ରସ୍ତୁତ ହେବା ପୂର୍ବରୁ ପଞ୍ଜୀକରଣ ହୋଇଥିବା ଖାତା ଓ ପ୍ଲଟ୍‌ ନମ୍ବରରୁ ଉକ୍ତ ଅଂଶକୁ ବାଦ୍‌ ଦିଆଯିବ। ଫଳରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଗୋଟିଏ ପ୍ଲଟ୍‌କୁ ଏକାଧିକ ଥର ବିକାକିଣା ହୋଇପାରିବ ନାହିଁ। ତେବେ ଏହି ପଟ୍ଟା ପ୍ରୋଭିଜନାଲି ଦେବାକୁ ଏବେ ଆପାତତଃ ସ୍ଥିର ହୋଇଛି। ଏନେଇ ଆସନ୍ତା ୨୮ତାରିଖରେ ପୁନର୍ବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ। ଉକ୍ତ ବୈଠକରେ ଏହାର ପୂର୍ଣ୍ଣାଙ୍ଗ ରୂପରେଖ ପ୍ରକାଶ ପାଇବ। ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ରେକର୍ଡ ଡିଜିଟାଇଜେଶନ ହେବା ଦ୍ୱାରା ଏବେ ୩୦ ବର୍ଷର ଏନ୍‌କମ୍ବରାନ୍ସ ସାର୍ଟିଫିକେଟ୍‌(ଇସି) ପ୍ରଦାନ କରାଯାଇପାରୁଛି। ଏହାକୁ ୭୦ ବର୍ଷ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଦେବାକୁ ରାଜସ୍ବ ବିଭାଗ ଲକ୍ଷ୍ୟ ରଖିଛି। ଏଥିପାଇଁ ଏବେ ଆଉ ୨୦ ବର୍ଷର ରେକର୍ଡ ଡିଜିଟାଇଜେଶନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ହୋଇପାରିଲେ, ଜମିଜମା କିଣାବିକା ସମସ୍ୟାରେ ଅଧିକ ସ୍ବଚ୍ଛତା ଆସିବା ସହିତ ଲୋକେ ଝମେଲାରେ ପଡ଼ିବେ ନାହିଁ ବୋଲି ବିଭାଗ ଲକ୍ଷ୍ୟ ରଖିଛି। ସେହିପରି ବିଭାଗ ପକ୍ଷରୁ ବିନା କାଗଜରେ ସରକାରୀ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟସ୍ତରରୁ ତହସିଲ୍‌ଦାର ଏବଂ ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏଣିକି ବିନା କାଗଜପତ୍ରରେ ହେବ। ଲୋକସେବା ଭବନରେ ଯେପରି ‘ଓସ୍ବାସ୍‌’ ମାଧ୍ୟମରେ ସମସ୍ତ ସରକାରୀ କାର୍ଯ୍ୟ ସମ୍ପାଦନା ହେଉଛି ଅନୁରୂପ ଭାବେ ତହସିଲଦାର ଓ ଆର୍‌ଆଇଙ୍କ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଆପଣାଯିବ। ଯାହାଫଳରେ ଲୋକେ ଉନ୍ନତମାନର ରାଜସ୍ବ ସେବା ହାତପାଆନ୍ତାରେ ପାଇପାରିବେ ବୋଲି ବରିଷ୍ଠ ଅଧିକାରୀ ଜଣକ ନିଜ ନାମ ଗୋପନ ରଖି କହିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଭୋପାଳ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ଟଳିଲା ବଡ଼ ବିପଦ

ଭୋପାଳ/ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ (AI-୧୮୮୬) ଜୟପୁର ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ଉଡ଼ାଣ ସମୟରେ ବିମାନଟିକୁ ଜୟପୁରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?