ବିନା ସ୍ଲଟ୍‌ ବୁକିଂରେ ନେଇପାରିବେ ଦ୍ୱିତୀୟ ଡୋଜ୍‌ ଟିକା

ଭୁବନେଶ୍ୱର,୬ା୬(ବ୍ୟୁରୋ): ଏଣିକି ବିନା ସ୍ଲଟ୍‌ରେ ଦିଆଯିବ ଦିତୀୟ ଡୋଜ୍‌ ଟିକା। ଭୁବନେଶ୍ୱରରେ ଦ୍ୱିତୀୟ ଡୋଜ୍‌ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି। ମେ’ ୧୪ ପୂର୍ବରୁ ଟିକା ନେଇଥିବା ଲୋକଙ୍କୁ ଏହି ମିଳିବ ସୁବିଧା ଉପଲବ୍ଧ ହେବ। ପ୍ରଥମ ଡୋଜ୍‌ ନେଇଥିବା ୧୮ରୁ ୪୪ବର୍ଷୀୟଙ୍କ ଅବଧି ସରିବା ପୂର୍ବରୁ ଟିକା ଦିଆଯିବ। ଯେଉଁ ସେଣ୍ଟରରେ ପ୍ରଥମ ଡୋଜ୍‌ ନେଇଥିଲେ, ସେହି ସେଣ୍ଟରରେ ଦ୍ୱିତୀୟ ଡୋଜ୍‌ ଦିଆଯିବ। ଏଥିପାଇଁ ପ୍ରଥମ ଡୋଜ୍‌ ଟିକାର ପ୍ରମାଣପତ୍ର ଆଣିବାକୁ ପଡ଼ିବ ବୋଲି ବିଏମ୍‌ସି କମିଶନର ସଞ୍ଜୟ ସିଂ ଏନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ।