ଯୋଗୀ ସରକାରଙ୍କୁ ସମସ୍ୟା

Dillip Cherian

୧୯୮୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ରେଣୁକା କୁମାର ତାଙ୍କ ମୂଳ କ୍ୟାଡର ଉତ୍ତରପ୍ରଦେଶ (ୟୁପି)କୁ ଫେରିଥିବା ବିଷୟ ଗତ ସପ୍ତାହରେ ଦିଲ୍ଲୀକା ବାବୁରେ ପ୍ରକାଶ ପାଇଥିଲା। କିନ୍ତୁ ଏବେ ଜଣାପଡ଼ିଛି ଯେ, ଏହି ଅଧିକାରୀ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ଲାଗି ଆବେଦନ କରିଛନ୍ତି। ସ୍ପଷ୍ଟ ହେଉଛି ଯେ, ଉକ୍ତ ବରିଷ୍ଠ ଅଧିକାରୀ ୟୁପିକୁ ଫେରିବା ପାଇଁ ଅନିଚ୍ଛୁକ ଥିଲେ। ତେବେ ଯୋଗୀଙ୍କ ଶାସିତ ରାଜ୍ୟରେ କେବଳ କୁମାର ନୁହନ୍ତି, ଆହୁରି ଅନେକ ଅଧିକାରୀ ଚାକିରି କରିବା ଲାଗି ଚାହଁୁନାହାନ୍ତି। ଏହି କାରଣରୁ ଏକ ସପ୍ତାହ ମଧ୍ୟରେ କୁମାରଙ୍କ ଭଳି ୟୁପି କ୍ୟାଡରର ଦୁଇ ବରିଷ୍ଠ ଅଧିକାରୀ ଯୁଥିକା ପଟଙ୍କର ଏବଂ ବିକାଶ ଗୋଥାଲ୍‌ଓ୍ବାଲ ସ୍ବେଚ୍ଛାକୃତ ଅବସର ନେବାକୁ ଚାହିଁଛନ୍ତି। ତେବେ ପାଖାପାଖି କେଉଁ ଦିନ ଏହି ବରିଷ୍ଠ ଅଧିକାରୀମାନେ ଅବସର ନେବାକୁ ଚାହିଁଛନ୍ତି ତାହା ପର୍ଯ୍ୟବେକ୍ଷକମାନେ ସୁନିଶ୍ଚିତ କରିପାରିନାହାନ୍ତି। ଏହି ଘଟଣାର ସମ୍ଭାବିତ କାରଣ ବିଷୟରେ ବାବୁମାନଙ୍କ ପକ୍ଷରୁୁ ବେସରକାରୀ ସୂଚନା ଏବଂ କିଛି ଗୁଜବର ଗୁଞ୍ଜରଣ ପ୍ରକାଶ ପାଉଛି। ଏଭଳି ଘଟଣା ଲାଗି ୟୁପିରେ ସର୍ଭିସ୍‌ର ଅତ୍ୟଧିକ ରାଜନୀତୀକରଣକୁ କେତେକେ ଦୋଷ ଦେଉଛନ୍ତିି ଓ ଏହି କାରଣରୁ ବାବୁମାନେ ରାଜ୍ୟରେ କାମ କରିବାକୁ ଚାହଁୁ ନ ଥିବା ଅନୁମାନ କରାଯାଉଛି। ତେବେ ନବେ ଦଶକରେ ରାଜ୍ୟ କ୍ୟାଡର୍‌ରେ ତିନିଜଣ ଅଧିକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଠାବ କରିବାବୁ ୟୁପି ଆଇଏଏସ୍‌ ଆସୋସିଏଶନ୍‌ର ଅଭିଯାନରେ ମୁଖ୍ୟ ଭୂମିକା ନେଇଥିବା ଅଧିକାରୀ ରେଣୁକା କୁମାର କେଉଁ କାରଣ ପାଇଁ ସେଠାରେ ଆଉ ଅଧିକ ଦିନ କାମ କରିବାକୁ ଚାହଁୁନାହାନ୍ତି? ରେଣୁକାଙ୍କ ଭଳି ଯୁଥିକା ମଧ୍ୟ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିଲେ। ବିକାଶ ଗୋଥଓ୍ବାଲ ଏବେ ଷ୍ଟଡି ଲିଭ୍‌ରେ ଇଂଲଣ୍ଡରେ ରହିଛନ୍ତି ଏବଂ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଭିଆର୍‌ଏସ୍‌ ଚାହଁିଛନ୍ତି। ଏହା ପଛରେ କାରଣ ଯାହା ଥାଉନା କାହିଁକି, ବରିଷ୍ଠ ବାବୁମାନେ ରାଜ୍ୟରେ କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ବୋଲି ଏକ ଧାରଣା ସୃଷ୍ଟି ହୋଇଥିବାରୁ ଏବଂ ଅବସରର କିଛି ବର୍ଷ ପୂର୍ବରୁ ସେମାନେ ଚାକିରି ଛାଡ଼ୁଥିବାରୁ ଏହି ଘଟଣା ଯୋଗୀ ସରକାର ପାଇଁ ଏକ କଠିନ ସମସ୍ୟା ସୃଷ୍ଟି କରୁଛି।
ଚର୍ଚ୍ଚାରେ ଇଡି
ତଦନ୍ତ କରାଯାଉଥିବା ମନି ଲଣ୍ଡରିଂର ହାଇ ପ୍ରୋଫାଇଲ ମମଲା ସଂଖ୍ୟା ବୃଦ୍ଧି ଯୋଗୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସ୍ବରୂପ ବଦଳିବା ସହ ତା’ କାର୍ଯ୍ୟ ବଢ଼ିଯାଇଛି। ଏବକାର ତଦନ୍ତକୁ ନେଇ ଇଡ଼ି ମିଡିଆରେ ଚର୍ଚ୍ଚାର ବିଷୟ ପାଲଟୁଛି। ପର୍ଯ୍ୟବେକ୍ଷକଙ୍କ ମତରେ, ୨୦୧୮ରେ ଏସ୍‌.କେ.ମିଶ୍ର ଇଡିର ନିର୍ଦ୍ଦେଶକ ହେବା ସମୟରୁ ଏହା କମ୍‌ ସମୟରେ ଅସାଧାରଣ ଭାବେ ତାହାର କାୟା ବିସ୍ତାର କରିବା ସହ ଅତ୍ୟଧିକ ସକ୍ରିୟତା ପ୍ରକାଶ କରିଆସିଛି। ମିଶ୍ର ମୁଖ୍ୟ ହେବା ପୂର୍ବରୁ ଇଡିର ୫ ଜଣ ସ୍ବତନ୍ତ୍ର ନିର୍ଦ୍ଦେଶକ ଏବଂ ୧୮ଜଣ ଯୁଗ୍ମ ନିର୍ଦ୍ଦେଶକ ଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଆଇପିଏସ୍‌ରୁ ଆସିଥିଲେ। ଏବେ ଏହି ସଂସ୍ଥାରେ ୯ ଜଣ ସ୍ବତନ୍ତ୍ର ନିର୍ଦ୍ଦେଶକ, ୩ ଅତିରିକ୍ତ ନିର୍ଦ୍ଦେଶକ, ୩୬ ଯୁଗ୍ମ ନିର୍ଦ୍ଦେଶକ ଏବଂ ୧୮ ଜଣ ଉପନିର୍ଦ୍ଦେଶକ ରହିଛନ୍ତି। ୨୦୧୮ ପୂର୍ବାପେକ୍ଷା ଏହି ପଦବୀ ସଂଖ୍ୟା ପାଖାପାଖି ୫୦ ପ୍ରତିଶତ ବୃଦ୍ଧିପାଇଛି। ଆଶ୍ଚର୍ଯ୍ୟର କଥା, ଏଥିରେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଆୟକର ଅଧିକାରୀମାନଙ୍କୁ, ଜିଏସ୍‌ଟି ଇଣ୍ଟେଲିଜେନ୍ସ ଏବଂ ଉପତ୍ାଦ ଓ ଅବକାରୀ ବିଭାଗର ମହା ନିର୍ଦ୍ଦେଶକଙ୍କୁ ଅଧିକ ପ୍ରାଥମିକତା ଦିଆଯାଇଛି। ମେଘାଳୟ,କର୍ନାଟକ, ମଣିପୁର, ତ୍ରିପୁରା ଏବଂ ସିକ୍କିମ ସମେତ ଅନ୍ୟ ରାଜ୍ୟରେ ଇଡି ତା’ଅଫିସ କରିଛି। ୨୦୦୨ରେ ପ୍ରିଭେନ୍‌ଶନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ)ଲାଗୁ ହେବା ପରଠାରୁ ଏହି ଆଇନ୍‌ ବଳରେ ଇଡି ସଶକ୍ତ ହେଲା ଏବଂ ଏହାର ଅଧିକାରୀମାନଙ୍କୁ କାର୍ଯ୍ୟ କରିବାକୁ ଶକ୍ତି ଓ କ୍ଷମତା ଦେଲା। ଚଳିତ ବର୍ଷ ଫେବୃୟାରୀ ସୁଦ୍ଧା ଏହାର ତଦନ୍ତ ସଂଖ୍ୟ ଥିଲା ୩,୦୮୬। ଇଡିର ତଦନ୍ତ ସଂଖ୍ୟାକୁ ଦେଖିଲେ ସେହି ତୁଳନାରେ ଦୋଷୀ ସାବ୍ୟସ୍ତ ହେବାର ହାର ଅତ୍ୟଧିକ କମ୍‌। ପିଏମ୍‌ଏଲ୍‌ଏ ଆଇନ ପାସ୍‌ ହେବା ଠାରୁ କେବଳ ୨୩ଟି ମାମଲାରେ ଦୋଷୀ କରାଯାଇପାରିଛି।
ପୁନଶ୍ଚ ଗୌବା
କେନ୍ଦ୍ର କ୍ୟାବିନେଟ୍‌ ସଚିବ ରାଜୀବ ଗୌବାଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି କରିବା ଫଳରେ ବାବୁ ଓ ମିଡିଆ ପରିସରରେ ସମାନ୍ୟ ହଲ୍‌ଚଲ୍‌ ଦେଖାଦେଲା। ୨୦୧୯ରେ ପୂର୍ବତନ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଗୌବାଙ୍କୁ ଦେଶର ଏହି ଶୀର୍ଷ ଅମଲାତନ୍ତ୍ର ପଦବୀରେ ଦୁଇ ବର୍ଷ ଲାଗି ନିଯୁକ୍ତ କରାଯାଇଥିଲା। ଗତ ବର୍ଷ ଅଗଷ୍ଟରେ ତାଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ାଯାଇଥିଲା। ନିୟମିତ କାର୍ଯ୍ୟକାଳ ପରେ କ୍ୟାବିନେଟ୍‌ ସଚିବ ପଦବୀରେ ରହିବା ଏବେ ଏକ ନୂଆ ପରମ୍ପରା ହୋଇଯାଇଛି। ବହୁ ସମୟରେ କିଛି କାରଣ କାର୍ଯ୍ୟକାଳ ଲଗାତର ବୃଦ୍ଧି କରିବା ଧାରାକୁ ସୁନିଶ୍ଚିତ କରୁଛି, ଯାହା ଉକ୍ତ ଘଟଣାରେ ସାମ୍ନାକୁ ଆସିଛି। ଅର୍ଥ ବ୍ୟବସ୍ଥାରେ ସୁଧାର ଓ ଅଭିବୃଦ୍ଧି ଆଣିବା ଲାଗି କାର୍ଯ୍ୟକଳାପର ସଞ୍ଚାଳକ ଭାବେ ଗୌବାଙ୍କୁ କାର୍ଯ୍ୟ କରିବା ଲାଗି କେନ୍ଦ୍ର ଚାହଁୁଥିବାରୁ ଏଭଳି କରିଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବାରୁ ସରକାରଙ୍କ ପାଇଁ ଆର୍ଥିକ ସୁଧାର ଓ ଅଭିବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅବଶ୍ୟ,ଗୌବାଙ୍କ ପରେ କ୍ୟାବିନେଟ୍‌ ସଚିବ ପଦବୀରେ ଅସୀନ ହେବା ସକାଶେ ଯେଉଁମାନେ କ୍ରମରେ ରହିଥିଲେ ସେମାନଙ୍କ ଯୋଜନାକୁ ତାଙ୍କ ଦ୍ୱିତୀୟ ସମ୍ପ୍ରସାରଣ ଧୂଳିସାତ କରିଦେଲା। ତେବେ ଗୌବାଙ୍କ ଠିକ୍‌ ପୂର୍ବରୁ ଏହି ପଦବୀରେ ପି.କେ. ସିହ୍ନା ରହିଥିଲେ ଓ ତାଙ୍କ କାର୍ଯ୍ୟକାଳ ୩ଥର ସମ୍ପ୍ରସାରଣ କଲା ପରେ ତାଙ୍କୁ ପ୍ରିନ୍ସି୍‌ପାଲ ଆଡ୍‌ଭାଇଜର ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏହାକୁ ବିଚାରକଲେ ଜଣାଯାଏ ଯେ, ଗୌବାଙ୍କ ପାଇଁ ବି ଲମ୍ବା ଚାକିରି ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri