Posted inଜାତୀୟ

ୟୁପିରେ ଗତ ୬ ବର୍ଷ ମଧ୍ୟରେ ହୋଇଛି ୧୦ ହଜାରରୁ ଅଧିକ ଏନକାଉଣ୍ଟର, ୬୩ ମୃତ, ୫୯୬୭ ଆରେଷ୍ଟ

ଲକ୍ଷ୍ନୌ,୧୭ ।୩: ଉତ୍ତର ପ୍ରଦେଶ ସରକାର ପୋଲିସ ଓ ଅପରାଧିଙ୍କ ମଧ୍ୟରେ ହୋଇଥିବା ସାମ୍ନା ସାମ୍ନିକୁ ନେଇ ଏକ ବଡ ସୂଚନା ଦେଇଛନ୍ତି । ଯୋଗି ଆଦିତ୍ୟନାଥ ସରକାର କହିଛନ୍ତି ଗତ ୬ବର୍ଷ ମଧ୍ୟରେ ରାଜ୍ୟରେ ପୋଲିସ ଓ ଅପରାଧିଙ୍କ ମଧ୍ୟରେ ୧୦,୦୦୦ରୁ ଅଧିକ ଏନକାଉଣ୍ଟର ହୋଇଛି । ଏଥିରେ ୬୩ ଜଣ ଅପରାଧିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବାହଦୂର ସିପାହି ବି ଶହୀଦ ହୋଇଛନ୍ତି ।
ରାଜ୍ୟରେ ହୋଇଥିବା ଏନକାଉଣ୍ଟର ସଂଖ୍ୟା ମାମଲାରେ ମେରଠ ୨୦୧୭ ପରେ ସବୁଠାରୁ ଅଧିକ ୩୧୫୨ ଏନକାଉଣ୍ଟର ସହ ଟପରେ ରହିଛି । ଏଠାରେ ଏନକାଉଣ୍ଟରରେ ୬୩ ଅପରାଧିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୦୮ ଅପରାଧି ଆହତ ହାଇଛନ୍ତି ।

ଏହି ଏନକାଉଣ୍ଟର ସମୟରେ ଜଣେ ପୋଲିସକର୍ମୀ ଶହୀଦ ହୋଇଥିବା ବେଳେ ୪୦୧ ପୋଲିସ ଆହତ ହୋଇଛନ୍ତି । ୟୁପି ପୋଲିସର କାର୍ଯ୍ୟାନୁଷ୍ଠାନ ସମୟରେ ମୋଟ ୫,୯୬୭ ଅପରାଧିଙ୍କୁ ଧରାଯାଇଛି । ସରକାରଙ୍କ ପକ୍ଷରୁ ଜାରି ସଂଖ୍ୟାରେ କୁହାଯାଇଛି କି ଉତ୍ତର ପ୍ରଦେଶ ପୋଲିସ ୨୦୧୭ ପରେ ୧୦୭୧୩ ଏନକାଉଣ୍ଟର କରିଛି, ଏଥିମଧ୍ୟରୁ ସବୁଠାରୁ ଅଧିକ ୩୧୫୨ ମେରଠ ପୋଲିସ ପକ୍ଷରୁ କରାଯାଇଛି ।
ଆଗ୍ରା ପୋଲିସ ପକ୍ଷରୁ ୧୮୪୪ ଏନକାଉଣ୍ଟର କରାଯାଇଛି । ଯେଉଁଥିରେ ୪୬୪୫ ଅପରାଧିଙ୍କୁ ଗିରଫ କରାଯାଇଛି, ଏମାନଙ୍କ ମଧ୍ୟରେ ଥିବା ୧୪ ମୋଷ୍ଟ ୱାଣ୍ଟେଡ ଅପରାଧିଙ୍କ ମୃତ୍ୟୁ ହୋଇଥିବା ବେଳେ ୫୫ ପୋଲିସ ଆହତ ହୋଇଛନ୍ତି । ଏହାପରେ ବରେଲିରେ ୧୪୯୭ ଏନକାଉଣ୍ଟର ହୋଇଛି । ଏଥିରେ ୩୪୧୦ ଅପରାଧିଙ୍କୁ ଗିରଫ କରାଯାଇଛି, ସେଥିରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ବରେଲିରେ ଏନକାଉଣ୍ଟର ସମୟରେ ୪୩୭ ଅପରାଧି ଆହତ ହୋଇଛନ୍ତି । ଏହି ଅଭିଯାନରେ ୨୯୬ ବାହାଦୂର ପୋଲିସ ଆହତ ହୋଇଛନ୍ତି ଓ ଜଣେ ଶହୀଦ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri