ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ ଓ ମାନସିକ ନିର୍ଯାତନା ଦେବାସହ ଦିଅର ତାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଅଂଶିତା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୩୫୯/୨୬ ଅନୁଯାୟୀ ସମସ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।
ଅପରପକ୍ଷରେ ଅଂଶିତଙ୍କ ସମସ୍ତ ଅଭିଯୋଗକୁ ସ୍ବାମୀ ବାଳକୃଷ୍ଣ ପାଣିଗ୍ରାହୀ, ଶ୍ବଶୁର ରବୀନ୍ଦ୍ର ପାଣିଗ୍ରାହୀ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଛନ୍ତି। ଗତ ୨୦୨୫ ଜୁଲାଇ ୧୪ ତାରିଖରେ ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ରବିନ୍ଦ୍ର ପାଣିଗ୍ରାହୀଙ୍କ ପୁଅ ବାଳକୃଷ୍ଣ ପାଣିଗ୍ରାହୀଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସ୍ଵାମୀ ଓ ଶ୍ୱଶୁର ଘର ଲୋକଙ୍କ ଦାବି ପ୍ରକାରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା। ବିବାହର କିଛି ଦିନ ପରେ ତାଙ୍କୁ ଅଧିକା ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ଆସବାବ ପତ୍ର , ନଗଦ ଟଙ୍କା ବାପା ଘରୁ ଆଣିବା ପାଇଁ ନିର୍ଯାତନା ଦିଆଯାଇଥିଲା। ଏପରିକି ଦିଅର ତାଙ୍କୁ ଅସଦାଚରଣ କରିବା ସହ ଯୌନ ନିର୍ଯାତନା ଦେଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ଅପରପକ୍ଷରେ ଅଂଶିତାଙ୍କ ସମସ୍ତ ଅଭିଯୋଗକୁ ସ୍ବାମୀ ବାଳକୃଷ୍ଣ ପାଣିଗ୍ରାହୀ, ଶ୍ବଶୁର ରବୀନ୍ଦ୍ର ପାଣିଗ୍ରାହୀ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଛନ୍ତି। ବିବାହର ମାତ୍ର କିଛିଦିନ ପରେ ଅଂଶିତା ତାଙ୍କ ବାପ ଘରକୁ ପଳାଇଥିଲେ। ପରେ ସେ ଚେନ୍ନାଇ ଯାଇ ସେଠାକାର ଏକ କମ୍ପାନୀରେ କାମ କରିଥିଲେ। ତେଣୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ନିରାଧାର ଓ ଅସତ୍ୟ ବୋଲି ଅଂଶିତାଙ୍କ ଶ୍ବଶୁର କହିଛନ୍ତି। ତାଙ୍କୁ ବାରମ୍ବାର ଡକାଯିବା ସତ୍ତ୍ବେ ସେ ଶ୍ବଶୁର ଘରକୁ ଆସି ନ ଥିଲେ। ଏନେଇ ବନ୍ଧୁବର୍ଗ ଏବଂ ଭଦ୍ରଲୋକଙ୍କ ପକ୍ଷରୁ ନ୍ୟାୟ ନିଶାପ କରକରାଯାଇଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା ବୋଲି ଅଂଶିତାଙ୍କ ସ୍ବାମୀ କହିଛନ୍ତି। ସମୁଦାୟ ଘଟଣାର ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

