ଠିକା ସଂସ୍ଥାକୁ ବର୍ଷେ, କର୍ମଚାରୀଙ୍କୁ ତଦୂର୍ଦ୍ଧ୍ୱ

ପାରାଦୀପ, ୨୮ା୧୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାରେ ଥିବା ଯୁବତୀଯୁବକମାନେ ଚାକିରି ପାଇଁ ଜିଲା ବାହାରକୁ ଯାଇ ଆବେଦନ କରୁଛନ୍ତି। ହେଲେ ଜିଲାରେ ଥିବା ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ (ପିଡିଏ) ଠିକା କର୍ମଚାରୀଙ୍କୁ ନେଇ କାମ ଚଳାଇଛି ବୋଲି ବେକାର ଯୁବତୀଯୁବକମାନେ ଅଭିଯୋଗ ଆଣିଛନ୍ତି। ଏ ନେଇ ଇଞ୍ଜିନୟରିଂ ପାଠ ପଢି ବେକାର ହୋଇ ବସିଥିବା ପ୍ରଭାତ କୁମାର ସ୍ବାଇଁ କୁହନ୍ତି, ପିଡିଏ ଠିକା କର୍ମଚାରୀଙ୍କୁ ନେଇ ତା’ର କାମ ଚଳାଇଛି। ହେଲେ ଚାକିରି ନ ପାଇ ବେକାର ଯୁବତୀଯୁବକମାନେ ରୋଜଗାର ନିମନ୍ତେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ଏବେ ପିଡିଏରେ ୧୩ଜଣ କର୍ମଚାରୀ ଅଛନ୍ତି। ସେଥିରେ ୫ ଜଣ ରେଗୁଲାର ଥିବା ବେଳେ ୮ ଜଣ ଆଉଟସୋର୍ସିଂ (ଠିକା କର୍ମଚାରୀ) ବର୍ଷିକିଆ ନିଯୁକ୍ତି ପାଇଛନ୍ତି। ଆଉଟସୋର୍ସିଂ ନେଇଥିବା କମ୍ପାନୀ ଭୁବନେଶ୍ୱର ଅଞ୍ଚଳର। ଉକ୍ତ ସଂସ୍ଥାର ବର୍ଷିକିଆ ଅବଧି ନଭେମ୍ବର ମାସରୁ ଶେଷ ହୋଇ ସାରିଲାଣି। କିନ୍ତୁ ଠିକା କର୍ମଚାରୀ ଡିସେମ୍ବର ମାସରେ କାମ କରୁଛନ୍ତି। ଅର୍ଥାତ ୧ ବର୍ଷ ୧ ମାସ କାମ କଲେଣି ବୋଲି ଖୋଦ ପିଡିଏ ଅଫିସ ଲିଖିତ ଭାବେ ଉତ୍ତର ଦେଇଛି। ଜନ ସୂଚନା ଆଇନ ଜରିଆରେ ପିଡିଏ ଅଫିସର ଠିକା ସଂସ୍ଥା ଓ କର୍ମଚାରୀଙ୍କ ସମ୍ପର୍କରେ କେତେକ ପ୍ରଶ୍ନ ଲିଖିତ ଭାବେ ଜଣାଇବାକୁ ଖବରଦାତା ଶରତ କୁମାର ରାଉତ ଆବେଦନ କରିଥିଲେ। କେଉଁ ସଂସ୍ଥା କେତେବର୍ଷ ପାଇଁ ଆଉଟସୋର୍ସିଂ କାମ ପାଇଛି, କେତେଜଣ କର୍ମଚାରୀ ଅଛନ୍ତି, ସେମାନଙ୍କ ପାଇଁ କେତେ ଟଙ୍କା ମାସିକ ବେତନ ବାବଦରେ ଯାଉଛି, ସେମାନେ କେଉଁ କାମ କରୁଛନ୍ତି, କେତେ ବର୍ଷ ରହିଲେଣି ଆଦି ବିଷୟରେ ପ୍ରଶ୍ନ ଥିଲା।
ଏ ସମ୍ପର୍କରେ ପିଡିଏ ଅଫିସ ପକ୍ଷରୁ ଡିସେମ୍ବର ୨୩ରେ ବରିଷ୍ଠ ସହାୟକ ସୁଶାନ୍ତ ମହାପାତ୍ର ଦେଇଥିବା ତଥ୍ୟ ଚିଠି ନଂ. ୪୮୧ରେ ତଥ୍ୟରେ ଦର୍ଶାଇଛନ୍ତି ଯେ, ଭୁବନେଶ୍ୱର ଜଗନ୍ନାଥପୁର ଅଞ୍ଚଳର ଶ୍ରୀସଲୁସନ ଆଣ୍ଡ ସର୍ଭିସକୁ ଆଉଟସୋର୍ସିଂ ପାଇଁ ଏକ ବର୍ଷ ପାଇଁ କାମ ଦିଆଯାଇଛି। ୮ ଜଣ କର୍ମଚାରୀ ଏହି ସଂସ୍ଥା ପିଡିଏରେ କାମ କରୁଛନ୍ତି। ଉକ୍ତ ସଂସ୍ଥା ଯେତେବେଳେ ଚାହିଁବ ସେତେବେଳେ କର୍ମଚାରୀ ଅଦଳବଦଳ କରି ପାରିବ। ସେଥିପାଇଁ ସେମାନଙ୍କ ଦରମା ବାବଦରେ ମାସିକ ୧ ଲକ୍ଷ ୩୬,୧୭୯ ଟଙ୍କା ଦିଆଯାଉଛି। ଉକ୍ତ ୮ଜଣ କର୍ମଚାରୀ ୧ ବର୍ଷ ୧ ମାସ ରହିଲେଣି ବୋଲି ଦର୍ଶାଇଛନ୍ତି। ଉକ୍ତ ତଥ୍ୟରୁ ଜଣାପଡିଛି ଯେ, ଠିକାସଂସ୍ଥାକୁ ବର୍ଷେ ଓ କର୍ମଚାରୀଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ରଖା ଯାଇଛି। ସେହିପରି ୫ ଜଣ ରେଗୁଲାର କର୍ମଚାରୀଙ୍କ ମଧ୍ୟରେ ଜଣେ ବରିଷ୍ଠ ସହାୟକ, କ୍ଷୀପ୍ର ଲେଖକ, ଡାଏରିଷ୍ଟ, ଡ୍ରାଇଭର ଓ ଚପରାସୀ ଅଛନ୍ତି। ପିଡିଏର ନିଜସ୍ବ ଗାଡି ନ ଥିଲା ବେଳେ ରେଗୁଲାର ଡ୍ରାଇଭର ଡେପୁଟେଶନରେ ଅନ୍ୟ ଜାଗାରେ କାମ କରୁଛନ୍ତି ବୋଲି ସୂଚନା ମିଳିଛି। ପିଡିଏର ରାଜସ୍ବ ସଂଗ୍ରହ ଉତ୍ସ ହେଲା ପାରାଦୀପଠାରୁ ରାହାମା ଚାନ୍ଦପୁର ପର୍ଯ୍ୟନ୍ତ ମୌଜା। ସେହି ଅଞ୍ଚଳର ଜମି କିଣାବିକା ବାବଦରେ ଷ୍ଟାମ୍ପ ଡ୍ୟୁଟି ବାବଦରେ ୨% ଅର୍ଥ, ମାର୍କେଟ କମ୍ପ୍ଲେକ୍ସ ଭଡ଼ା, ବିଲ୍ଡିଂ ପରମିଶନ ଓ ଓଏଲଆର କେସ୍‌ରୁ ୨୦୨୧/୨୨ ଆର୍ଥିକ ବର୍ଷରେ ୧ କୋଟି ୩୧,୨୨ ,୩୫୩ ଟଙ୍କା ପାଇଛି। ସମାନ ବର୍ଷରେ ଖର୍ଚ୍ଚ ୫୧ଲକ୍ଷ ୯୨,୦୪୨ ଟଙ୍କା ଖର୍ଚ୍ଚ ହୋଇଛି। କେତେବେଳେ ଅଫିସ ଖୋଲେ କିମ୍ବା ବନ୍ଦ ହୁଏ ତାହା ସହଜେ ଜଣାପଡେ ନାହିଁ। ପିଡିଏ ଅଧୀନରେ ଥିବା କୁଜଙ୍ଗ ମାର୍କେଟ କମ୍ପ୍ଲେକ୍ସ ଭାଙ୍ଗିରୁଜି ଗଲାଣି। ନିମିଢିରେ ଥିବା ପ୍ଲଟର ରାସ୍ତା ଡ୍ରେନ ହେଉ ନ ଥିବାରୁ ସେଠାରେ ପ୍ରାୟତଃ ପ୍ରତିବାଦ କରାଯାଉଛି। ଏମିତି ସ୍ଥିତିରେ ପିଡିଏର ସ୍ଥାଣୁତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri