ଠିକା ସଂସ୍ଥାକୁ ବର୍ଷେ, କର୍ମଚାରୀଙ୍କୁ ତଦୂର୍ଦ୍ଧ୍ୱ

ପାରାଦୀପ, ୨୮ା୧୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାରେ ଥିବା ଯୁବତୀଯୁବକମାନେ ଚାକିରି ପାଇଁ ଜିଲା ବାହାରକୁ ଯାଇ ଆବେଦନ କରୁଛନ୍ତି। ହେଲେ ଜିଲାରେ ଥିବା ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ (ପିଡିଏ) ଠିକା କର୍ମଚାରୀଙ୍କୁ ନେଇ କାମ ଚଳାଇଛି ବୋଲି ବେକାର ଯୁବତୀଯୁବକମାନେ ଅଭିଯୋଗ ଆଣିଛନ୍ତି। ଏ ନେଇ ଇଞ୍ଜିନୟରିଂ ପାଠ ପଢି ବେକାର ହୋଇ ବସିଥିବା ପ୍ରଭାତ କୁମାର ସ୍ବାଇଁ କୁହନ୍ତି, ପିଡିଏ ଠିକା କର୍ମଚାରୀଙ୍କୁ ନେଇ ତା’ର କାମ ଚଳାଇଛି। ହେଲେ ଚାକିରି ନ ପାଇ ବେକାର ଯୁବତୀଯୁବକମାନେ ରୋଜଗାର ନିମନ୍ତେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ଏବେ ପିଡିଏରେ ୧୩ଜଣ କର୍ମଚାରୀ ଅଛନ୍ତି। ସେଥିରେ ୫ ଜଣ ରେଗୁଲାର ଥିବା ବେଳେ ୮ ଜଣ ଆଉଟସୋର୍ସିଂ (ଠିକା କର୍ମଚାରୀ) ବର୍ଷିକିଆ ନିଯୁକ୍ତି ପାଇଛନ୍ତି। ଆଉଟସୋର୍ସିଂ ନେଇଥିବା କମ୍ପାନୀ ଭୁବନେଶ୍ୱର ଅଞ୍ଚଳର। ଉକ୍ତ ସଂସ୍ଥାର ବର୍ଷିକିଆ ଅବଧି ନଭେମ୍ବର ମାସରୁ ଶେଷ ହୋଇ ସାରିଲାଣି। କିନ୍ତୁ ଠିକା କର୍ମଚାରୀ ଡିସେମ୍ବର ମାସରେ କାମ କରୁଛନ୍ତି। ଅର୍ଥାତ ୧ ବର୍ଷ ୧ ମାସ କାମ କଲେଣି ବୋଲି ଖୋଦ ପିଡିଏ ଅଫିସ ଲିଖିତ ଭାବେ ଉତ୍ତର ଦେଇଛି। ଜନ ସୂଚନା ଆଇନ ଜରିଆରେ ପିଡିଏ ଅଫିସର ଠିକା ସଂସ୍ଥା ଓ କର୍ମଚାରୀଙ୍କ ସମ୍ପର୍କରେ କେତେକ ପ୍ରଶ୍ନ ଲିଖିତ ଭାବେ ଜଣାଇବାକୁ ଖବରଦାତା ଶରତ କୁମାର ରାଉତ ଆବେଦନ କରିଥିଲେ। କେଉଁ ସଂସ୍ଥା କେତେବର୍ଷ ପାଇଁ ଆଉଟସୋର୍ସିଂ କାମ ପାଇଛି, କେତେଜଣ କର୍ମଚାରୀ ଅଛନ୍ତି, ସେମାନଙ୍କ ପାଇଁ କେତେ ଟଙ୍କା ମାସିକ ବେତନ ବାବଦରେ ଯାଉଛି, ସେମାନେ କେଉଁ କାମ କରୁଛନ୍ତି, କେତେ ବର୍ଷ ରହିଲେଣି ଆଦି ବିଷୟରେ ପ୍ରଶ୍ନ ଥିଲା।
ଏ ସମ୍ପର୍କରେ ପିଡିଏ ଅଫିସ ପକ୍ଷରୁ ଡିସେମ୍ବର ୨୩ରେ ବରିଷ୍ଠ ସହାୟକ ସୁଶାନ୍ତ ମହାପାତ୍ର ଦେଇଥିବା ତଥ୍ୟ ଚିଠି ନଂ. ୪୮୧ରେ ତଥ୍ୟରେ ଦର୍ଶାଇଛନ୍ତି ଯେ, ଭୁବନେଶ୍ୱର ଜଗନ୍ନାଥପୁର ଅଞ୍ଚଳର ଶ୍ରୀସଲୁସନ ଆଣ୍ଡ ସର୍ଭିସକୁ ଆଉଟସୋର୍ସିଂ ପାଇଁ ଏକ ବର୍ଷ ପାଇଁ କାମ ଦିଆଯାଇଛି। ୮ ଜଣ କର୍ମଚାରୀ ଏହି ସଂସ୍ଥା ପିଡିଏରେ କାମ କରୁଛନ୍ତି। ଉକ୍ତ ସଂସ୍ଥା ଯେତେବେଳେ ଚାହିଁବ ସେତେବେଳେ କର୍ମଚାରୀ ଅଦଳବଦଳ କରି ପାରିବ। ସେଥିପାଇଁ ସେମାନଙ୍କ ଦରମା ବାବଦରେ ମାସିକ ୧ ଲକ୍ଷ ୩୬,୧୭୯ ଟଙ୍କା ଦିଆଯାଉଛି। ଉକ୍ତ ୮ଜଣ କର୍ମଚାରୀ ୧ ବର୍ଷ ୧ ମାସ ରହିଲେଣି ବୋଲି ଦର୍ଶାଇଛନ୍ତି। ଉକ୍ତ ତଥ୍ୟରୁ ଜଣାପଡିଛି ଯେ, ଠିକାସଂସ୍ଥାକୁ ବର୍ଷେ ଓ କର୍ମଚାରୀଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ରଖା ଯାଇଛି। ସେହିପରି ୫ ଜଣ ରେଗୁଲାର କର୍ମଚାରୀଙ୍କ ମଧ୍ୟରେ ଜଣେ ବରିଷ୍ଠ ସହାୟକ, କ୍ଷୀପ୍ର ଲେଖକ, ଡାଏରିଷ୍ଟ, ଡ୍ରାଇଭର ଓ ଚପରାସୀ ଅଛନ୍ତି। ପିଡିଏର ନିଜସ୍ବ ଗାଡି ନ ଥିଲା ବେଳେ ରେଗୁଲାର ଡ୍ରାଇଭର ଡେପୁଟେଶନରେ ଅନ୍ୟ ଜାଗାରେ କାମ କରୁଛନ୍ତି ବୋଲି ସୂଚନା ମିଳିଛି। ପିଡିଏର ରାଜସ୍ବ ସଂଗ୍ରହ ଉତ୍ସ ହେଲା ପାରାଦୀପଠାରୁ ରାହାମା ଚାନ୍ଦପୁର ପର୍ଯ୍ୟନ୍ତ ମୌଜା। ସେହି ଅଞ୍ଚଳର ଜମି କିଣାବିକା ବାବଦରେ ଷ୍ଟାମ୍ପ ଡ୍ୟୁଟି ବାବଦରେ ୨% ଅର୍ଥ, ମାର୍କେଟ କମ୍ପ୍ଲେକ୍ସ ଭଡ଼ା, ବିଲ୍ଡିଂ ପରମିଶନ ଓ ଓଏଲଆର କେସ୍‌ରୁ ୨୦୨୧/୨୨ ଆର୍ଥିକ ବର୍ଷରେ ୧ କୋଟି ୩୧,୨୨ ,୩୫୩ ଟଙ୍କା ପାଇଛି। ସମାନ ବର୍ଷରେ ଖର୍ଚ୍ଚ ୫୧ଲକ୍ଷ ୯୨,୦୪୨ ଟଙ୍କା ଖର୍ଚ୍ଚ ହୋଇଛି। କେତେବେଳେ ଅଫିସ ଖୋଲେ କିମ୍ବା ବନ୍ଦ ହୁଏ ତାହା ସହଜେ ଜଣାପଡେ ନାହିଁ। ପିଡିଏ ଅଧୀନରେ ଥିବା କୁଜଙ୍ଗ ମାର୍କେଟ କମ୍ପ୍ଲେକ୍ସ ଭାଙ୍ଗିରୁଜି ଗଲାଣି। ନିମିଢିରେ ଥିବା ପ୍ଲଟର ରାସ୍ତା ଡ୍ରେନ ହେଉ ନ ଥିବାରୁ ସେଠାରେ ପ୍ରାୟତଃ ପ୍ରତିବାଦ କରାଯାଉଛି। ଏମିତି ସ୍ଥିତିରେ ପିଡିଏର ସ୍ଥାଣୁତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri