ବିନା ଇଟିପିରେ ଚାଲିଥିଲା ୟାଜଦାନୀ ଷ୍ଟିଲ

ଯାଜପୁର,୨୦ା୧୦(ହର୍ଷବର୍ଦ୍ଧନ ବେହେରା):କଳିଙ୍ଗନଗର ଶିଳ୍ପାଞ୍ଚଳର ୟାଜଦାନୀ ଷ୍ଟିଲ ପ୍ରାଇଭେଟ ଲିମିଟେଡ କାରଖାନାରେ ଦୀର୍ଘ ବର୍ଷ ହେଲା ଇଟିପି (ଇଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ସ୍ଥାପନ କରାଯାଇ ନାହିଁ। ଏଭଳି ଭାବେ ଏହି କାରଖାନା ବେଆଇନ ଭାବେ ଚାଲିଥିଲା। ଜିଲା ପ୍ରଶାସନ ଏଥିପ୍ରତି ଆଦୌ ଦୃଷ୍ଟି ଦେଉ ନ ଥିଲା। ଫଳରେ ଏହି କାରଖାନା ବିଷାକ୍ତ ବର୍ଜ୍ୟଜଳ ବାହାରକୁ ଛାଡି ସଚରାଚରକୁ ଦୂଷିତ କରୁଥିଲା। ଏବେ ଗତ ୩ ମାସ ହେଲା ଏହି କାରଖାନା ବନ୍ଦ ପଡିଛି। ଏଭଳି ଗୁରୁତର ତ୍ରୁଟିର ସମାଧାନ କରିବାକୁ ମଙ୍ଗଳବାର କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଗସ୍ତ କରି ବିଧାନସଭା ପବ୍ଲିକ ଆକାଉଣ୍ଟ କମିଟିର ଅଧ୍ୟକ୍ଷ ମୋହନଚରଣ ମାଝି ଏହା ପ୍ରକାଶ କରିଛନ୍ତି।
ଯାଜପୁର ଜିଲାରେ ଥିବା କେତେକ ଶିଳ୍ପ ଓ ଖଣି ଅଞ୍ଚଳରେ ଇଟିପି ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେଉନାହିଁ। ଫଳରେ ଜିଲାରେ ବାୟୁ ଓ ଜଳ ଲଗାତର ଭାବେ ପ୍ରଦୂଷଣ ହେବାରେ ଲାଗିଛି। ଖଣି ଓ ଶିଳ୍ପ ସଂସ୍ଥାରୁ ନିର୍ଗତ ବିଷାକ୍ତ ପାଣି ଜିଲାର ଗଣ୍ଡାନାଳ ଓ ଡମଶାଳା ନାଳରେ ମିଶି ଜହର ହେଉଛି। ଏହି ବିଷାକ୍ତ ଜଳ ଯୋଗୁ ଯାଜପୁର ଜିଲାର ଜୀବନରେଖା ଭାବେ ପରିଚିତ ବ୍ରାହ୍ମଣୀ ସର୍ବାଧିକ ପ୍ରଭାବିତ ହେଉଛି ବୋଲି ପୂର୍ବରୁ ପ୍ରକାଶିତ ଜଳ ନମୁନା ପରୀକ୍ଷା ରିପୋର୍ଟରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ଜଳ ପ୍ରଦୂଷଣ ଆଇନ-୧୯୮୧ର ଧାରା ୩୩(କ)ର ଖୋଲା ଉଲ୍ଲଂଘନ ହୋଇଥିବା ଦର୍ଶାଇ ବିଭିନ୍ନ ଶିଳ୍ପ ସଂସ୍ଥାରେ ଇଟିପି ସ୍ଥାପନ କରିବା ବାଧ୍ୟତାମୂଳକ ବୋଲି ହାଇକୋର୍ଟ ପକ୍ଷରୁ ରାୟ ପ୍ରଦାନ ହୋଇଥିଲା। ଯେଉଁ ଶିଳ୍ପ ସଂସ୍ଥା ଇଟିପି ସ୍ଥାପନ ଆଇନର ଉଲ୍ଲଂଘନ କରିବେ ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା। ତେବେ କେତେକ ଖଣି ଓ ଶିଳ୍ପସଂସ୍ଥାରେ ନିମ୍ନମାନର ଇଟିପି ମଧ୍ୟ ସ୍ଥାପନ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ୟାଜଦାନୀ କାରଖାନାରେ ଇଟିପି ସ୍ଥାପନ ନ ହେବା ଦ୍ୱାରା କାରଖାନା ପରିସରରେ ପଡୁଥିବା ବିଭିନ୍ନ କେମିକାଲ, କୋଇଲା ଗୁଣ୍ଡ, ଗ୍ରିସ୍‌ ଆଦି ପାଣିରେ ମିଶି ସିଧାସଳଖ ବାହାରକୁ ଛଡାଯାଉଛି। ଏହା କେବଳ ମାନବ ସମାଜ ପାଇଁ ନୁହେଁ ଜୀବଜନ୍ତୁ ଓ ବୃକ୍ଷଲତା ଲାଗି ମଧ୍ୟ ବିପଦର କାରଣ ହୋଇଛି। ତେଣୁ ରାଜ୍ୟରେ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା ପାଇଁ ଅତି ପ୍ରଦୂଷଣକାରୀ ଶିଳ୍ପଗୁଡିକ ବର୍ଜ୍ୟଜଳ ପରିଚାଳନା ପ୍ଲାଣ୍ଟ ବା ଇଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଇଟିପି) ସ୍ଥାପନ କରିବା ସକାଶେ ସୁପ୍ରିମକୋର୍ଟ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୭ ଫେବୃୟାରୀ ୨୨ରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)କୁ କଡା ନିର୍ଦ୍ଦେଶ ଦେଇଥିଲା। ରାଜ୍ୟରେ ବାୟୁ ମଣ୍ଡଳ ଓ ଭୂପୃଷ୍ଠ ଜଳ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଅତି ପ୍ରଦୂଷଣ ସୃଷ୍ଟି କରୁଥିବା ଶିଳ୍ପଗୁଡ଼ିକ ଇଟିପି ସ୍ଥାପନ କରିବା ବାଧ୍ୟତାମୂଳକ କରାଯାଇଛି। ଏପରି କି ଏହି ଶିଳ୍ପଗୁଡ଼ିକ ଦୈନିକ କେତେ ପରିମାଣର ବର୍ଜ୍ୟ ଜଳ ଓ ଅନ୍ୟାନ୍ୟ ଗ୍ୟାସ୍‌ ବାୟୁ ମଣ୍ଡଳକୁ ଛାଡୁଛନ୍ତି ତା’ ଉପରେ ମଧ୍ୟ ସିପିସିବି ପ୍ରତ୍ୟକ୍ଷ ନଜର ରଖିବା ଉଚିତ। ସେଥିପାଇଁ ଅନ୍‌ଲାଇନ ମନିଟରିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି। କିନ୍ତୁ ୟାଜଦାନୀ ଶିଳ୍ପ କାରଖାନାରୁ ବାହାରୁ ଥିବା ବର୍ଜ୍ୟଜଳ ନିୟନ୍ତ୍ରଣ କରିବାରେ ଏସ୍‌ପିସିବି ଏକ ପ୍ରକାର ବିଫଳ ହୋଇଛି। ଅତି ପ୍ରଦୂଷିତ ଅର୍ଥାତ୍‌ ଲାଲ ଶ୍ରେଣୀ, ମଧ୍ୟମ ପ୍ରଦୂଷିତ କମଳା ଶ୍ରେଣୀ ଓ ପ୍ରଦୂଷିତ ସବୁଜ ଶ୍ରେଣୀର ଶିଳ୍ପ ରହିଛି ା କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ରନତ୍ଗର୍ଭା ସୁକିନ୍ଦାର ଖଣି ଅଞ୍ଚଳରେ କାର୍ଯ୍ୟକ୍ଷମ ସମସ୍ତ ଖଣିସଂସ୍ଥା ଇଟିପି ଓ ଅନ୍‌ଲାଇନ ମନିଟରିଂ ସିଷ୍ଟମ ବ୍ୟବସ୍ଥା ହୋଇଥିବା ଏସ୍‌ପିସିବି ଦାବି କରି ଆସୁଛି। ଅଥଚ ଏବେ ବି କାଳିଆପାଣି ଖଣି ଅଞ୍ଚଳରେ ଲାଗିଥିବା ଇଟିପିଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ କରୁନାହିଁ। ଏହିକ୍ରମରେ ତରଳ ବର୍ଜ୍ୟବସ୍ତୁ ଠିକ୍‌ ଭାବେ ବିଶୋଧନ ହେଉ ନ ଥିବାରୁ ବାୟୁ ଓ ଜଳ ପ୍ରଦୂଷଣ ଯୋଗୁ ସଂପୃକ୍ତ ଅଞ୍ଚଳର ଲୋକେ ନାନାଦି ରୋଗରେ ପୀଡ଼ିତ ହେଉଛନ୍ତି। ଚର୍ମରୋଗ, ଥଣ୍ଡା, କାଶ, ଶ୍ୱାସ, ଯକ୍ଷ୍ମା ଭଳି ମାରାମତ୍କ ରୋଗରେ ଲୋକେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ ହେଉଛି। ଏପରି କି ଚାଷ ଜମିର ଉର୍ବରତା ମଧ୍ୟ ନଷ୍ଟ ହେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି।
ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ୟାଜଦାନୀ ଷ୍ଟିଲ କାରଖାନାରେ ଇଟିପି ପ୍ରତିଷ୍ଠା ହୋଇଥିଲା। ହେଲେ ବର୍ତ୍ତମାନ ଇଟିପିର ନବୀକରଣ କରାଯାଇ ଏସ୍‌ଆରଟିଏସ୍‌(ସର୍ଫେସ ରନ୍‌ ଅଫ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ନିର୍ମାଣାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri