ଠକେଇ ଟଙ୍କାରେ ଯାତ୍ରା ପାର୍ଟି

ଭୁବନେଶ୍ୱର,(ବ୍ୟୁରୋ)/ବାଲିଅନ୍ତା, ୧୮ା୨ (ଡି.ଏନ୍‌.ଏ.): କେତେବେଳେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ତ ଆଉ କେତେବେଳେ ଡାକ୍ତର ପରିଚୟ ଦେଇ ଫସାଉଥିଲେ। ଏଏସ୍‌ଓ, ଫାର୍ମାସିଷ୍ଟ ଆଦି ବିଭିନ୍ନ ଚାକିରି ଦେବା ଆଳରେ ବହୁ ଯୁବତୀଯୁବକ ଓ ଚାକିରି ଆଶାୟୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଉଥିଲେ। ଆଉ ଉକ୍ତ ଟଙ୍କାରେ ଯାତ୍ରା ପାର୍ଟି ଚଳାଉଥିଲେ। ନା ବଦଳାଇ ମାଲିକ ସାଜିଥିଲେ। ସାରା ରାଜ୍ୟରେ ଏହି ବଡ଼ ଠକେଇ ରାକେଟ ଚଳାଇଥିବା ମାଷ୍ଟରମାଇଣ୍ଡ୍‌ ଏବେ କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି। ସେ ହେଲେ କଟକ ଜିଲା ସଦର ଥାନା ଅନ୍ତର୍ଗତ ବାଲିକୁଦା ଜଗନ୍ନାଥ ବିହାର ଗ୍ରାମର ରଞ୍ଜନ କୁମାର ନାୟକ (୩୮)। ଭୁବନେଶ୍ୱର ପାହାଳ ଥାନା ପୋଲିସ ଅଭିଯୁକ୍ତ ରଞ୍ଜନଙ୍କୁ କଟକ ପ୍ରତାପନଗରୀ ଅଞ୍ଚଳରୁ ଶୁକ୍ରବାର ଗିରଫ କରିଛି। ତାଙ୍କଠାରୁ ୨ଟି ମୋବାଇଲ, ପୋଲିସ ଓ ଡାକ୍ତର ପୋଷାକ, ୨ ବ୍ୟାଙ୍କ ପାସ୍‌ବୁକ ଆଦି ଜବତ କରିଛି। ପୋଲିସ ତାଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ରଞ୍ଜନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କଟକ ସଦର ଥାନାରେ ତାଙ୍କ ନାମରେ ଆଉଏକ ମାମଲା ରହିଥିବା ପୋଲିସ କହିଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ରଞ୍ଜନ ପୂର୍ବରୁ ପାହାଳସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ସେହି ସମୟରେ ଅର୍ଥାତ୍‌ ୨୦୨୨ ଜାନୁୟାରୀରେ ସେ ଭରତପୁର ଅଞ୍ଚଳରେ ରହୁଥିବା ରାଉରକେଲାର ଅକ୍ଷୟ କୁମାର ମହନ୍ତିଙ୍କୁ ହାଇକୋର୍ଟରେ ଏଏସ୍‌ଓ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ୧୦ରୁ ୧୨ ଲକ୍ଷ ଟଙ୍କା ମାଗିଥିଲେ। ଏହାପରେ ଅକ୍ଷୟ ବିଭିନ୍ନ ପର୍ଯ୍ୟାୟରେ ତାଙ୍କୁ ଓ ସହଯୋଗୀଙ୍କ ଜରିଆରେ ମୋଟ ୮ ଲକ୍ଷ ୨ ହଜାର ଟଙ୍କା ଦେଇଥିଲେ। ଏଏସ୍‌ଓ ପରୀକ୍ଷା ଫଳ ବାହାରିବା ପରେ ଅକ୍ଷୟଙ୍କ ନାଁ ନ ଥିବାରୁ ସେ ରଞ୍ଜନଙ୍କୁ ପଚାରିଥିଲେ। ଏହାପରେ ରଞ୍ଜନ ଏକ ନକଲି ନିଯୁକ୍ତି ପତ୍ର ଦେଇଥିଲେ। ତେବେ ସେଥିରେ ନାଁ ଭୁଲ ଥିବାରୁ ଅକ୍ଷୟ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଅକ୍ଷୟ ଟଙ୍କା ମାଗିବାରୁ ରଞ୍ଜନ ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇ ଆସୁଥିଲେ। ବୁଧବାର ଅକ୍ଷୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ. ୫୫/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେହିପରି ରଞ୍ଜନଙ୍କ ନାମରେ ଧରଣୀଧର ପଣ୍ଡା ନାମକ ଆଉଜଣେ ଯୁବକ ମଧ୍ୟ ଅଭିଯୋଗ କରିଥିଲେ। ହାଇକୋର୍ଟରେ ଏଏସ୍‌ଓ ଚାକିରି ଦେବାକୁ କହି ରଞ୍ଜନ ତାଙ୍କଠାରୁ ୭ ଲକ୍ଷ ୬୮ ହଜାର ଟଙ୍କା ନେଇଯାଇଥିବା ଧରଣୀଧର ଏତଲାରେ ଉଲ୍ଲେଖ କରିଛନ୍ତି। ଏସଂକ୍ରାନ୍ତରେ ପୋଲିସ ଦ୍ୱିତୀୟ ମାମଲା (ନଂ.୫୬/୨୦୨୩) ରୁଜୁ କରିଛି। ଏହି ଦୁଇଟି ମାମଲାର ତଦନ୍ତ ସମୟରେ ପୋଲିସ ରଞ୍ଜନଙ୍କ ଠକେଇ ସାମ୍ରାଜ୍ୟ ବିଷୟରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପାଇଛି। ଭୁବନେଶ୍ୱର ବ୍ୟତୀତ ସମ୍ବଲପୁର, ବଡ଼ଗଡ଼, କଳାହାଣ୍ଡି ଆଦି ଜିଲାରେ ମଧ୍ୟ ରଞ୍ଜନ ଚାକିରି ଦେବାକୁ କହି ବହୁ ନିରୀହ ଲୋକଙ୍କୁ ଠକେଇ କରିଛି। ଏପରିକି ଭଡ଼ା ଘର ମାଲିକଙ୍କୁ ସେ ସରକାରୀ ଚାକିରିଆ ପରିଚୟ ଦେଇ ରହିଥିଲେ। ନଅ ତାଲାରେ ଚାକିରି କରିଥିବା କହୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri