ମୁହଁ ଖୋଲିଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ, କହିଲେ କୋର୍ଟଙ୍କ ନିଷ୍ପତ୍ତିକୁ…

କଟକ,୯ା୧: ଚର୍ଚ୍ଚିତ ଖଳନାୟକ ତଥା ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ଶେଷରେ ମୁହଁ ଖୋଲିଛନ୍ତି। ଯାତ୍ରା ମଞ୍ଚ ଚଢ଼ିବା ମନା ପ୍ରସଙ୍ଗକୁ ନେଇ ସେ କହିଛନ୍ତି, କୋର୍ଟଙ୍କ ନୋଟିସ୍‌ ମିଳିନି, ନ ମିଳିବା ପର୍ଯ୍ୟନ୍ତ ଅଭିନୟ କରିବି। ଆଇନକୁ ସମ୍ମାନ ଦେଉଛି, ନୋଟିସ୍‌ ମିଳିଲେ ନିଷ୍ପତ୍ତି ନେବି।

ଯାତ୍ରାକୁ ନେଇ ମୁଁ ବଞ୍ଚିଛି, ମଞ୍ଚ ଛାଡ଼ିବିନି ବୋଲି କହିଛନ୍ତି ପୀୟୂଷ । ସୁରୁଖୁରୁରେ ମାମଲାର ସମାଧାନ ହେଉ ବୋଲି ମୁଁ ଆଶା କରୁଛି । ଆଇନ ଉପରେ ବିଶ୍ବାସ ଅଛି, ଧର୍ମର ଜୟ ହେବ । ଯଦି ସବୁକିଛି ପବ୍ଲିକ ହେଉଛି ତା’ ହେଲେ ୨ ବର୍ଷର ଏଗ୍ରିମେଣ୍ଟ ବି ପବ୍ଲିକ ହେଉ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଦୀର୍ଘ ପ୍ରାୟ ଏକ ବର୍ଷ ପରେ ପୀୟୂଷ ଗତ ଜାନୁଆରୀ ୫ରେ ପୁଣିଥରେ ମଞ୍ଚକୁ ଫେରିଥିଲେ। ସେ ସିଂହବାହିନୀ ଯାତ୍ରା ପାର୍ଟିର ନାଟକ ‘ତୁ ମୋ ବଜରଙ୍ଗୀ’ରେ ଅଭିନୟ କରି ନିଜର ପ୍ରତ୍ୟାବର୍ତ୍ତନ କରିଥିଲେ। ପୀୟୂଷ ବିଶ୍ରାମ ନ ନେଇ ପୁଣି ସିଂହବାହିନୀ ଯାତ୍ରା ପାର୍ଟିରେ ଅଭିନୟ କରୁଥିବା ଅଭିଯୋଗ ଆଣି ସୂର୍ଯ୍ୟମନ୍ଦିର ମାଲିକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୂଚନାନୁଯାୟୀ, ପୀୟୂଷ ପୂର୍ବରୁ ସୂର୍ଯ୍ୟମନ୍ଦିର ପାର୍ଟିରେ ରହି କାମ କରୁଥିଲେ। ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ଥିଲା। ହେଲେ ଏହି ଚୁକ୍ତି ସରି ନ ଥିବାବେଳେ ପୀୟୂଷ ସିଂହବାହିନୀ ଆସିବାକୁ ମନ ବଳାଇଥିଲେ। ପୀୟୂଷ ଗତବର୍ଷ ସିଂହବାହିନୀ ମାଲିକଙ୍କଠାରୁ ଅଗ୍ରିମ ଟଙ୍କା ସହ ଏକ କାର୍‌ ମଧ୍ୟ ନେଇଯାଇଥିଲେ। ସେ ୨୦୨୫ ଯାତ୍ରା ଋତୁରେ ସିଂହବାହିନୀରେ ଯୋଗଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ସୂର୍ଯ୍ୟମନ୍ଦିର ଓ ସିଂହବାହିନୀ ପାର୍ଟି ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। ପରେ ବିବାଦ ଉଗ୍ର ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ। ଗତ ଏପ୍ରିଲ ୧୧ତାରିଖରେ ପୀୟୂଷ ଯାତ୍ରାପାର୍ଟି ସୂର୍ଯ୍ୟମନ୍ଦିର ମାଲିକଙ୍କୁ ୬୦ ଲକ୍ଷ ଏବଂ ସିଂହବାହିନୀ ମାଲିକଙ୍କୁ ୫୫ ଲକ୍ଷ ଟଙ୍କା ଫେରାଇ ଦେଇଥିଲେ। ଏପରି କି ବର୍ଷେ ଯାତ୍ରା କରିବେ ନାହିଁ ବୋଲି ମଧ୍ୟ ପୀୟୂଷ କହିଥିଲେ। ହେଲେ ଗତ ୫ ତାରିଖରେ ସେ ସିଂହବାହିନୀ ଯାତ୍ରା ମଞ୍ଚ ଚଢ଼ିଥିଲେ। ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ ନାଟକରେ ମୁଖ୍ୟ ଚରିତ୍ରରେ ଅଭିନୟ ଆରମ୍ଭ କରିଥିଲେ। ଏହାକୁ ନେଇ ସୂର୍ଯ୍ୟମନ୍ଦିର ପାର୍ଟି ପକ୍ଷରୁ କୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ନାବାଳିକା ଝିଅଙ୍କ ନିର୍ମମ କାଣ୍ଡ: ପ୍ରେମିକଙ୍କ ସହ ମିଶି ମା’-ଭାଇଙ୍କୁ ହତ୍ୟା କରି କେନାଲରେ ଫିଙ୍ଗିଲେ, ଅଖାରୁ ହାତ ଗୋଡ଼ ବନ୍ଧା…

କୋରାପୁଟ/ବୋରିଗୁମ୍ମା, ୨୪ା୨(ଅମିତାଭ ବେହେରା/ବିଜୟ ନାରାୟଣ ସାହୁ)-ପ୍ରେମ ପାଇଁ ଜଣେ ନାବାଳିକା ତାଙ୍କ ପ୍ରେମିକ ସହ ମିଶି ମା’ ଓ ନାବାଳକ ଭାଇଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ…

୫୫ ହଜାର ଉଧାର ଟଙ୍କାକୁ ନେଇ ସମ୍ପର୍କ ଭୁଲିଲେ: ଦୁଇ ପରିବାର ମଧ୍ୟରେ ଉଗ୍ରରୂପ ନେଲା ବିବାଦ, ସୁରକ୍ଷା ପାଇଁ…

ଦିଗପହଣ୍ଡି,୨୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ପିତାମ୍ବରପୁର ଗ୍ରାମର ୨ ପରିବାର ମଧ୍ୟରେ ଟଙ୍କା ଦେଣ ନେଣକୁ କେନ୍ଦ୍ର କରି…

T20 World Cup 2026: ଟିମ୍‌ ଇଣ୍ଡିଆର ହାତ ଛାଡିଲେ ରିଙ୍କୁ ସିଂହ! ଅଚାନକ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୪।୨: ଟିମ ଇଣ୍ଡିଆର ଅଲରାଉଣ୍ଡର ରିଙ୍କୁ ସିଂହଙ୍କୁ ଅପ୍ରତ୍ୟାଶିତ ଭାବରେ ଘରକୁ ଫେରିବାକୁ ପଡିଛି। ସେ ଚେନ୍ନାଇରୁ ଫେରି ଆସିଛନ୍ତି। ରିଙ୍କୁ ସିଂହଙ୍କ ଫେରିବାର କାରଣ ପରିବାରର…

ଦିଗପହଣ୍ଡି-କେ. ନୂଆଗାଁ ଥାନାରେ ଯୋଗଦେଲେ ନୂଆ ଆଇଆଇସି:  ଅପରାଧ ଦମନ ସହ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଦିଗରେ…

ଦିଗପହଣ୍ଡି, ୨୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାରେ ନୂତନ ଆଇଆଇସି ଭାବେ ମଙ୍ଗଳବାର ସାରେ କିଶୋର କୁମାର ସାମଲ ଯୋଗ ଦେଇଛନ୍ତି। ଏହା ପୂର୍ବରୁ…

ବନ୍ଧୁକ ଦେଖାଇ ନବବଧୂଙ୍କୁ ଅପହରଣ ଘଟଣା: ଧରାପଡ଼ିଲେ ଅଭିଯୁକ୍ତ, ସମ୍ବଲପୁରର ଭଡ଼ା ଘରୁ ମହିଳାଙ୍କୁ…

ବଲାଙ୍ଗୀର/ତରଭା,୨୪।୨(ସୁନୀଲ ମହାନ୍ତି/ମାନଭଞ୍ଜନ ମିଶ୍ର): ବହୁଚର୍ଚ୍ଚିତ ବନ୍ଧୁକ ଦେଖାଇ ନବବଧୂ ଅପହରଣ ଘଟଣାର ପର୍ଦ୍ଦାଫାଶ କରିଛି ତରଭା ପୋଲିସ।  ସୋନପୁର ଏସ୍‌ପି ନାରାୟଣ ନାୟକ ଖବରଦାତା ସମ୍ମିଳନୀ କରି…

ଅର୍ଥମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ଏଥିପାଇଁ ବଢୁଛି ସୁନାରୂପା ରେଟ! ଆଗାମୀ ଦିନରେ….

ନୂଆଦିଲ୍‌ଲୀ,୨୪।୨: ବିଶ୍ୱ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ଘଟୁଛି । ବିଶେଷକରି ସମ୍ପ୍ରତି ସୁନାର ମୂଲ୍ୟରେ ଏକ ବିରାଟ ବୃଦ୍ଧି ଘଟିଛି। ଯାହାର କାରଣ କହିଛନ୍ତି ଅର୍ଥମନ୍ତ୍ରୀ…

କୃଷକଙ୍କୁ ବଡ଼ ଭେଟି ଦେଲେ ମୋଦି ସରକାର ! ଏହି ଫସଲ ଉପରେ କୁଇଣ୍ଟାଲ ପିଛା ୨୭୫ ଟଙ୍କା MSP ବଢ଼ାଇଲେ…

ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ୨୦୨୬-୨୭ ମାର୍କେଟିଂ ସିଜନ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ ମଞ୍ଜୁରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri