Posted inଜାତୀୟ

ଯଶୋଧାରାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ, ୨୫।୮: ବିଶିଷ୍ଟ ସାହିତି୍ୟକା ଯଶୋଧାରା ମିଶ୍ର ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ସଂକଳନ ‘ସମୁଦ୍ରକୂଳ ଘର’ ପୁସ୍ତକ ପାଇଁ ୨୦୨୦ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି ଚନ୍ଦ୍ରଶେଖର କମ୍ବର ମଙ୍ଗଳବାର ଯଶୋଧାରାଙ୍କ ନାମ ଘୋଷଣା କରିଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ୧ଲକ୍ଷ ଟଙ୍କାର ଚେକ୍‌ ଏବଂ ଏକ ତାମ୍ର ଫଳକ ମିଳିବ। ବୀଣାପାଣି ମହାନ୍ତି, ପ୍ରତିଭା ଶତପଥୀ ଏବଂ ରମାକାନ୍ତ ରଥଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀ ‘ସମୁଦ୍ରକୂଳ ଘର’କୁ ମନୋନୀତ କରିଛନ୍ତି। ଏହି ସଂକଳନ ୨୦୧୬ରେ ପ୍ରକାଶ ପାଇଥିଲା। ଯଶୋଧାରା ୧୫ରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଗଳ୍ପ, ପ୍ରବନ୍ଧ, କବିତା ଏବଂ ବହୁ ପୁସ୍ତକ ଅନୁବାଦ କରିଛନ୍ତି। ସେ ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କଥା ସମ୍ମାନ, ଓଡ଼ିଶା ବୁକ୍‌ ଫେୟାର ସମ୍ମାନ ଏବଂ ଗଙ୍ଗାଧର ରଥ ଫାଉଣ୍ଡେଶନ ଦ୍ୱାରା ପ୍ରଦତ୍ତ ସାହିତ୍ୟ ଭାରତୀ ପୁରସ୍କାର ସମତେ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଯଶୋଧାରା ଇଂଲିଶ ବିଭାଗ ପ୍ରାଧ୍ୟାପିକା ଭାବେ କାର୍ଯ୍ୟ କରିଛନ୍ତି। ପ୍ୟାରିସ୍‌ର ମ୍ୟାସନ ଡି ସାଇନ୍ସରେ ଅତିଥି ଅଧ୍ୟାପିକା ଭାବେ ମଧ୍ୟ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି। କେନ୍ଦ୍ର ସାହିତ୍ୟ ପୁରସ୍କାର ପାଇବା ପାଇଁ ମନୋନୀତ ହେବା ପରେ ଯଶୋଧାରା ପ୍ରତିକ୍ରିୟାରେ କହିଛନ୍ତି , ଜଣେ ଲେଖକ କିମ୍ବା କଳାକାରଙ୍କୁ ସାମାଜିକ ସ୍ବିକୃତୀ ମିଳିବା ନିଶ୍ଚିତ ଖୁସିର ଖବର। ସାମାଜିକ ସ୍ବୀକୃତି ଅପେକ୍ଷା ପାଠକୀୟ ସ୍ବୀକୃତି ଅଧିକ ଆନନ୍ଦ ଦେଇଥାଏ। ୧୯୭୦ ଦଶକରୁ ଲେଖାଲେଖି କରୁଛି। ଇତିମଧ୍ୟରେ ବହୁ ପାଠକୀୟ ଆଦ୍ରୁତି ମିଳିଛି। ତଥାପି କେନ୍ଦ୍ର ସରକାରଙ୍କଠାରୁ ଏବେ ଯେଉଁ ସ୍ବୀକୃତି ମିଳିଛି ତାହା ସବୁଠୁ ଅଧିକ ଆନନ୍ଦ ଦେଉଛି।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ଯଶୋଧାରାଙ୍କୁ ମୁଖ୍ୟମନ୍ତ୍ରୀ ଟୁଇଟ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାହିତ୍ୟ କ୍ଷେତ୍ରରେ ତାଙ୍କର ଏହି ସଫଳତା ଓଡ଼ିଶା ଲାଗି ଗୌରବର ବିଷୟ। ତାଙ୍କ ସାରସ୍ବତ ସୃଷ୍ଟିଗୁଡ଼ିକ ଓଡ଼ିଆ ସାହିତ୍ୟକୁ ଆହୁରି ସମୃଦ୍ଧ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅପରପକ୍ଷରେ ମାଲାୟଲମ୍‌ ଭାଷା ପାଇଁ ଲେଖକ ଓମ୍‌ଚେରି ଏମ୍‌.ଏମ୍‌ ପିଲାଇଙ୍କୁ ‘ଆକସ୍ମିକମ୍‌ ଓମ୍‌ଚେରିୟୁଟେ ଅର୍‌ମାକୁରିପୁକଳ’ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର-୨୦୨୦ ମନୋନୀତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri