ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି ମ୍ୟାଚ୍ ସମୟରେ ସେ ଅସୁସ୍ଥ ଅନୁଭବ କରିଥିଲେ। ମ୍ୟାଚ୍ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ, ଯଶସ୍ୱୀ ଜୟସ୍ୱାଲଙ୍କ ପେଟ ଫୁଲିଥିବା ଜଣାପଡିଥିଲା। ଏକ ସିଟି ସ୍କାନ ଏବଂ ଅଲ୍ଟ୍ରାସାଉଣ୍ଡ କରାଯାଇଥିଲା ଏବଂ ଜୟସ୍ୱାଲଙ୍କୁ ଗମ୍ଭୀର ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ରୋଗ ହୋଇଥିବା ଜଣାପଡିଛି ।
ଡାକ୍ତରମାନେ ଯଶସ୍ୱୀ ଜୟସ୍ୱାଲଙ୍କୁ ବର୍ତ୍ତମାନ ପାଇଁ କ୍ରିକେଟ୍ ନ ଖେଳିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଜୟସ୍ୱାଲଙ୍କୁ ଶିରାଭ୍ୟାସ ଔଷଧ ଦିଆଯାଇଛି ଏବଂ ସେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି। ଖେଳାଳି ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରୁଥିଲେ। ସେ ହରିୟାଣା ବିପକ୍ଷରେ ମାତ୍ର୫୦ ବଲ୍ ରେ ୧୦୧ ରନ୍ କରି ତାଙ୍କ ଦଳକୁ ବିଜୟୀ କରାଇଥିଲେ।
ଜୟସୱାଲଙ୍କୁ ଏବେ ବିଶ୍ରାମ ନେବାର ସୁଯୋଗ ମିଳିଛି। ତାଙ୍କୁ ଭାରତର ଟି-୨୦ ଦଳରେ ସାମିଲ କରାଯାଇ ନାହିଁ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପରେ, ଟିମ୍ ଇଣ୍ଡିଆର ପରବର୍ତ୍ତୀ ସିରିଜ୍ ଆସନ୍ତା ବର୍ଷ ପାଇଁ ସ୍ଥିର ହୋଇଛି।


