Posted inଜାତୀୟ

ପୁଣି ବିପଦ ସଙ୍କେତ ଟପିଲା ଯମୁନା

ନୂଆଦିଲ୍ଲୀ,୨୪ା୭ : ହରିୟାଣାର ହାଥନିକୁଣ୍ଡ ବ୍ୟାରେଜରୁ ୨ ଲକ୍ଷ କ୍ୟୁସେକ୍‌ ଜଳ ଛଡ଼ାଯିବା ପରେ ଦିଲ୍ଲୀରେ ଯମୁନା ଜଳସ୍ତର ପୁଣିଥରେ ବିପଦ ସଙ୍କେତ ଅତିକ୍ରମ କରିଛି। ରବିବାର ଅପରାହ୍ନ ୩ଟାରେ ଜଳସ୍ତର ୨୦୬.୨୬ ମିଟର ହୋଇଥିବାବେଳେ ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଜଳସ୍ତର ବଢ଼ିବାରୁ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯିବା ସହ ତଳିଆ ଅଞ୍ଚଳର ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବା ଲାଗି କୁହାଯାଇଛି। ଦିଲ୍ଲୀ ସରକାର ବନ୍ୟା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିବା ମନ୍ତ୍ରୀ ଆତିଶି କହିଛନ୍ତି।

ଜଳସ୍ତର ୨୦୬.୭ ମିଟର ଅତିକ୍ରମ କଲେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବନ୍ୟା ହେବ। ଖାଲୁଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ଲାଗି ସରକାର ପୂର୍ଣ୍ଣ ପ୍ରସ୍ତୁତିରେ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ରିଲିଫ କ୍ୟାମ୍ପ ଖୋଲାଯିବା ସହ ବନ୍ୟା ଆଶଙ୍କା ଥିବା ଯମୁନା ବଜାର ଏବଂ ଯମୁନା ଖଦାର ଆଦି ଅଞ୍ଚଳରେ ସତର୍କ ରହିବା ଲାଗି ନିୟମିତ ପ୍ରଚାର କରାଯାଉଛି। ମନ୍ତ୍ରୀ ସୌରଭ ଭରଦ୍ୱାଜ ରବିବାର ଅପରାହ୍ନରେ ଓ୍ବାଜିରାବାଦ ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି। ଗତ ସପ୍ତାହରେ ଏହି ପ୍ଲାଣ୍ଟ ପାଇଁ ଦିଲ୍ଲୀରେ ବନ୍ୟା ହୋଇଥିଲା ଓ ରାଜଧାନୀର ବିଭିନ୍ନ ଅଞ୍ଚଳକୁ ଜଳଯୋଗାଣରେ ସମସ୍ୟା ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା,୭।୨(ପ୍ରଭାତ ପାଣିଗ୍ରାହୀ): ଦନ୍ତା ହାତୀ ନେଲା ଜଣେ ଯୁବକଙ୍କ ଜୀବନ। ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଯୁବକ ହେଲେ ଖଡିପଦର ଗ୍ରାମର ଶଙ୍କର ରାଉତରାୟ ବୋଲି ଜଣାପଡିଥିବା।…

Jasprit Bumrah: ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ପ୍ରଥମ ମ୍ୟାଚରୁ ଜସପ୍ରିତ ବୁମରା ବାଦ!

ନୂଆଦିଲ୍ଲୀ,୭।୨: ୨୦୨୬ ଟି-୨୦ ବିଶ୍ୱକପ୍ ଆରମ୍ଭ ନହେଉଣୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ବିଶ୍ୱକପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଯୁବ ଦ୍ରୁତ ବୋଲର…

BCCI ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟରେ ସର୍ବାଧିକ ଦରମା ପାଇବେ ଏହି ୩ ଖେଳାଳି: ତଳକୁ ଖସିବେ ରୋହିତ-କୋହଲି

ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟ ଦଳର ତାରକାମାନେ ଏହି ବର୍ଷ କେତେ ଟଙ୍କା ପାଇବେ ତାହା ସ୍ଥିର ହୋଇସାରିଛି। ସବୁଦିନ ପରି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

ଟାରିଫ୍‌ ହ୍ରାସ ଦ୍ୱାରା ଉଭୟ ଦେଶ କ’ଣ ଫାଇଦା ପାଇବେ? ବୁଝନ୍ତୁ ପୂରା ଗଣିତ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ରୁଷିଆ ତେଲ କ୍ରୟ ଉପରେ ହଟିଲା ଟାରିଫ, ଭାରତ -ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାରି

ନୂଆଦିଲ୍ଲୀ,୭।୨: ଆମେରିକା ଏବଂ ଭାରତ ଏକ ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତିନାମା ପାଇଁ ଶୁକ୍ରବାର ଢାଞ୍ଚା ପ୍ରକାଶ କରିଛନ୍ତି। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଏକ ବ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri