ଆଇପିଏସ୍ ଭୂମିକାରେ ୟାମି

ମୁମ୍ବାଇ: ବଲିଉଡ୍ ନାୟିକା ୟାମି ଗୌତମ ଖୁବ୍‌ଶୀଘ୍ର ଏକ ନୂଆ ଫିଲ୍ମରେ ନଜର ଆସିବେ । ଯାହାର ଲୁକ୍ ଏବେ ସାମ୍ନାକୁ ଆସିଛି । ଏହାସହ ୟାମିଙ୍କ ହାତରେ ବି ରହିଛି ଆଉ କିଛି ପ୍ରୋଜେକ୍ଟ । ୟାମି ତାଙ୍କ ଅଗାମୀ ଫିଲ୍ମ ‘ଭୁତ ପୋଲିସ’ ଓ ‘ଦଶୱି’ ପାଇଁ ଏବେ ବ୍ୟସ୍ତ ଅଛନ୍ତି । ‘ଭୁତ ପୋଲିସ’ରେ ସେ ଶୈଫ ଅଲ୍ଲି ଖାଁ, ଅର୍ଜୁନ କପୁର ଓ ଜ୍ୟାକଲିନଙ୍କ ସହ ନଜର ଆସୁଥିବା ବେଳେ ‘ଦଶୱି’ରେ ତାଙ୍କୁ ଅଭିଶେକ ବଚ୍ଚନଙ୍କ ସହ ଦେଖିବାକୁ ମିଳିିବ । ଏହି ପଲିଟିକାଲ କମେଡି ଫିଲ୍ମରେ ତାଙ୍କ ଲୁକ୍ ନିକଟରେ ନଜର ଆସିଛି । ଏହି ନୂଆ ଲୁକକୁ ଶେୟାର କରି କ୍ୟାପଶନରେ ୟାମି ଲେଖିଛନ୍ତି ଜ୍ୟୋତି ଦେଶୱାଲଙ୍କ ଚରିତ୍ରରେ ଅଭିନୟ କରୁଥିବାର ଦଶୱି ସେଟ୍‌ର ମୋର ପ୍ରଥମ ଦିନ । ଜଣେ ଆଇପିଏସ୍ ଚରିତ୍ରରେ ଅଭିନୟ କରି ଗର୍ବ ଅନୁଭବ କରୁଛି । ଆଉ ସେ ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ସେ ଆଇପିଏସ୍ ଚରିତ୍ରରେ ନଜର ଆସିଛନ୍ତି । ଏହି ଫିଲ୍ମରେ ୟାମିଙ୍କ ବ୍ୟତୀତ ଅଭିଶେକଙ୍କ ଲୁକ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ନିମ୍ରତ କୌର ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ମାଧ୍ୟମରେ ତୁଷାର ଜସୋଲା ତାଙ୍କ ଡାଇରେକ୍ଟର ଡେବ୍ୟୁ କରିଛନ୍ତି । ଏହି ଫିଲ୍ମର କାହାଣୀ ସମାଜରେ ଶିକ୍ଷା ବିଷୟରେ କହୁଛି । ଏହାର ପ୍ରଡକସନ୍ ଦିନେଶ ବିଜାନଙ୍କ ମେଣ୍ଢକ ଫିଲ୍ମସ ଓ ଜିୟୋ ଷ୍ଟୁଡିଓ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚାରିଦିନ ପାଇଁ ଏନ୍‌ସିବି ହେପାଜତକୁ ଗଲେ ରିଆଙ୍କ ଭାଇ

ମୁମ୍ବାଇ,୫।୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ବେଳକୁ ବେଳ ଭିନ୍ନ ମୋଡ ନେଉଛି। ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ...

ବଲିଉଡ୍‌ ଫିଲ୍ମରେ ହୋଲିର ଝଲକ୍‌

ମୁମ୍ବାଇ: ବିଗତ ଦିନରେ ବଲିଉଡର କିଛି ଫିଲ୍ମରେ ହୋଲିର ଝଲକ ଦେଖିବାକୁ ମିଳିଥିଲା। ହୋଲି ଗୀତ ସହିତ ଅଭିନେତ୍ରୀ, ଅଭିନେତାଙ୍କ ଡ୍ୟାନ୍ସ ଦର୍ଶକଙ୍କ ଦୃଶ୍ୟପଟରେ ଆଜି...

ରେଡ୍‌ କାର୍ପେଟ୍‌ ଲୁକ୍‌ରେ ଐଶ୍ୱର୍ଯ୍ୟା

ମୁମ୍ବାଇ: ‘କାନ୍ସ’ ଫିଲ୍ମ ଫେଷ୍ଟିଭାଲରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଉପସ୍ଥିତି ସବୁବେଳେ ଚର୍ଚ୍ଚାରେ ରହିଥାଏ। ସେ ତାଙ୍କ ବୋଲ୍ଡ ବାଇଗଣୀ ରଙ୍ଗର ଲିପ୍‌ଷ୍ଟିକ ହେଉ...

ସାଇକେଲ ଧରି ମୁମ୍ବାଇ ରାସ୍ତାରେ ବୁଲୁଛନ୍ତି ଏହି ଅଭିନେତା

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ବଲିଉଡ ଅଭିନେତା ରଣବୀର କପୁର ନିଜ ସାଙ୍ଗମାନଙ୍କ ସହ ମୁମ୍ବାଇ ରାସ୍ତାରେ ସାଇକେଲ ଚଳାଉଥିବା...

ଦୁଇ ଦୁଇ ଥର ଭାଙ୍ଗିଛି ପାରସ୍‌ଙ୍କ ହୃଦୟ; କାରଣ ନ କହି ବ୍ରେକ୍‌ଅପ୍‌ କରିଥିଲେ ଉର୍ଫି

ବମ୍ବେ: ଟେଲିପରଦାର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ଅନୁପମା’ ଅନ୍ୟତମ। ଶୋ’ର ଷ୍ଟାରକାଷ୍ଟର ପ୍ରତିଟି ଚରିତ୍ର ଏବେ ଘରେ ଘରେ ପରିଚିତ। ଅନୁପମାଙ୍କ ପୁଅ ସମର ଭୂମିକାରେ...

ମୋ ସ୍ବାମୀଙ୍କଠାରୁ ଦୂରରେ ରୁହ- ରେଖାଙ୍କୁ ଏଭଳି ଧମକ ଦେଇଥିଲେ ଡିମ୍ପଲ କପାଡ଼ିଆ, ହେଲେ..

ବମ୍ବେ: ବଲିଉଡ୍‌ରେ ବିବାହିତ ଅଭିନେତାଙ୍କ ସହ ଅଭିନେତ୍ରୀଙ୍କ ନାମ ଯୋଡ଼ାଯିବା ନୂଆ କଥା ନୁହେଁ। ହେଲେ ବେଳେବେଳେ ଏହା ଚର୍ଚ୍ଚିତ ହୋଇଥାଏ। ଏକ ସମୟରେ ରେଖା,...

ଫିଲ୍ମ ‘ଆନିମଲ୍‌’ରେ ନଜର ଆସିବେ ରଣବୀର, ରଶ୍ମିକାଙ୍କ ସହ କରିବେ ସ୍କ୍ରିନ୍‌ ଶେୟାର

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ରଣବୀର କପୁର ଏବେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ବ୍ୟସ୍ତ ରହିଛନ୍ତି। ତେବେ ଏହା ଭିତରେ ତାଙ୍କର ଏକ ଫଟୋ...

ସ୍ତ୍ରୀଙ୍କ ଠାରୁ କମ୍‌ ରୋଜଗାର କରୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ନାନା ପାଟେକର ୧ ଜାନୁଆରୀ ୧୯୫୧ରେ ମହାରାଷ୍ଟ୍ରର କୋଲାବାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ବିଶ୍ୱନାଥ ପାଟେକର। ହିନ୍ଦୀ ବ୍ୟତୀତ ସେ...

Advertisement
Archives

Model This Week