ପୁରୁଷୋତ୍ତମପୁର,୧୫।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର ଭାଜପାର ବରିଷ୍ଠ ନେତା ଯଜ୍ଞନାରାୟଣ ଦାଶଙ୍କ ଉପରେ ଆସ୍ଥାପ୍ରକଟ କଲା ଭାଜପା। ଭାଜପା ପୁଣି ଗୁରୁଦାଇୟିତ୍ୱ ଦେଇ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ପ୍ରଭାରୀ ରୂପେ ନିଯୁକ୍ତି ଦେଇଛି। ପୂର୍ବରୁ ସାଧାରଣ ନିର୍ବାଚନ ସମୟରେ ଆସିକା ସଂସଦୀୟ କ୍ଷେତ୍ର ସଂଯୋଜକ ଭାବେ ନିଯୁକ୍ତି ଦେଇଥିଲେ ଯାହାକି ତାଙ୍କର ଗୋଟିଚାଳନାରେ ଆସିକା ଏମ୍ପିଙ୍କ ସମେତ ୫ ବିଧାନସଭା ନିର୍ବୀଚନମଣ୍ଡଳୀ ଖଲ୍ଲିକୋଟ, କବିସୂର୍ଯ୍ୟନଗର, ଆସିକା,ପୋଲସରା, ସୋରଡାରେ ଭାଜପା ବିଜୟ ଲାଭ କରିବାରେ ସକ୍ଷମ ହୋଇପାରିଥିଲା। ଏଭଳି କାର୍ଯ୍ୟଦକ୍ଷତାକୁ ନେଇ ଆସିକା ଏମ୍ପି ଅନିତା ଶୁଭଦର୍ଶନୀ ତାଙ୍କ ସଂସଦୀୟ କ୍ଷେତ୍ରରେ ତାଙ୍କର ପ୍ରତିନିଧି ରୂପେ ନିଯୁକ୍ତି ଦେଇଛନ୍ତି। ଏହାକୁ ନେଇ ଯଜ୍ଞନାରାୟଣ ଭାଜପା ରାଜ୍ୟସଭାପତି, ମୁଖ୍ୟମନ୍ତ୍ରୀ ,ଆସିକା ଏମ୍ପି, ରାଜ୍ୟ ସାଂଗଠନିକ ସାଧାରଣ ସମ୍ପାଦକ, ଜିଲାସଭାପତି ବିଜୟକୁମାର ସ୍ବାଇଁ ଓ ସମସ୍ତ ଦଳୀୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଣାଇଛନ୍ତି।

