Categories: ଜାତୀୟ

ଗଣିବେ ହଜାରେ କୋଟି

ନୂଆଦିଲ୍ଲୀ,୩୧।୧୨: ଟିକସ ଫାଙ୍କି ଥିବାରୁ ମୋବାଇଲ ନିର୍ମାତା ସାଓମି ଏବଂ ଓପ୍ପୋକୁ ୧୦୦୦ କୋଟି ଟଙ୍କାର ଫାଇନ ଦେବାକୁ ପଡ଼ିପାରେ। ଏ ନେଇ ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ଆୟକାର ଅଧିକାରୀ। ଗତ ସପ୍ତାହରେ ଦୁଇ ଚାଇନିଜ ମୋବାଇଲ କମ୍ପାନୀର ବିଭିନ୍ନ ଫାକ୍ଟ୍ରିରେ ଚଢ଼ାଉ କରିଥିଲା ଆୟକର ବିଭାଗ। ଏଥିରୁ ଟିକସ ବହିର୍ଭୁତ ୧୪୦୦ କୋଟି ଟଙ୍କାର ସମ୍ପତ୍ତି ମିଳିଥିଲା ବୋଲି ସେ କହିଛନ୍ତି।

ଗତ ଡିସେମ୍ବର ୨୧ ତାରିଖରେ ଦିଲ୍ଲୀ ସମେତ ୧୧ ରାଜ୍ୟ (କର୍ନାଟକ, ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ବିହାର ଓ ରାଜସ୍ଥାନ)ରେ ଏକକାଳିନ ଚଢ଼ାଇ କରିଥିଲେ ଆଇଟି ଅଧିକାରୀ।

ଚଢ଼ାଉରୁ ଦୁଇ ମୋବାଇଲ ନିର୍ମାତା ବିଦେଶୀରେ ଥିବା ସେମାନଙ୍କ ଗ୍ରୁପ୍‌ କମ୍ପାନୀ ପାଇଁ ଟିକସ ଫାଙ୍କି ଥିବା ଜଣାପଡ଼ିଥିଲା ବୋଲି ଟିକସ ବିଭାଗ ପକ୍ଷରୁ କୁହାଯାଇଛି।

Share