ମଙ୍ଗୋଲିଆ ସାମରିକ କମାଣ୍ଡ ପରିଦର୍ଶନ କରି ‘ ଦ ଷ୍ଟିଲ ଗ୍ରେଟ ୱାଲ’ ନିର୍ମାଣ କରିବାକୁ ଆହ୍ବାନ କଲେ ଜିନପିଙ୍ଗ…

ବେଜିଂ,୧୦।୬ : ରାଷ୍ଟ୍ରପତି ଶି ଜିନପିଙ୍ଗ ପୁଣି ଥରେ ଚାଇନା ସୈନ୍ୟବାହିନୀକୁ ‘ ଦ ଗ୍ରେଟ ୱାଲ ଅଫ ଷ୍ଟିଲ’ ରେ ପରିଣତ କରିବାକୁ ଆହ୍ବାନ କରିଛନ୍ତି। ରାଜ୍ୟ ନିୟନ୍ତ୍ରିତ ଗଣମାଧ୍ୟମ ରିପୋର୍ଟ କରିଛି ସୈନ୍ୟମାନଙ୍କୁ ସୀମା ପ୍ରତିରକ୍ଷା ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ନିଜର ଦକ୍ଷତା ବୃଦ୍ଧି କରିବାକୁ ଜିନପିଙ୍ଗ କହିଛନ୍ତି।

ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟି (ସିପିସି) ଏବଂ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ର ସେଣ୍ଟ୍ରାଲ ମିଲିଟାରୀ କମିଶନ (ସିଏମସି) ର ମୁଖ୍ୟ ଜିନପିଙ୍ଗ ଆଭ୍ୟନ୍ତରୀଣ ମୋଙ୍ଗୋଲିଆର ଦ୍ୱୟଂଶାସିତ ଅଞ୍ଚଳ ସୀମା ପରିଚାଳନା ତଥା ନିୟନ୍ତ୍ରଣ ତଥା ବିକାଶ ଉପରେ ଏକ ତଥ୍ୟ ଅନୁସନ୍ଧାନ କରିଛନ୍ତି।

ଦେଶର ସରକାରୀ ନ୍ୟୁଜ ଏଜେନ୍ସି ଶିନହୁଆ ରିପୋର୍ଟ କରିଛି ସୀମା ପ୍ରତିରକ୍ଷା କ୍ଷେତ୍ରରେ ଚାଇନା ରାଷ୍ଟ୍ରପତି ସୈନ୍ୟମାନଙ୍କୁ ଏଭଳି କହିଛନ୍ତି।

୨୦୧୨ ରେ କ୍ଷମତାକୁ ଆସିଥିବା ଜିନପିଙ୍ଗ ତିବ୍ଦତ ସମେତ ବିଭିନ୍ନ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିୟମିତ ଭାବେ ସାମରିକ ବେସ ପରିଦର୍ଶନ କରୁଛନ୍ତି। ୨୦୨୧ ମସିହାରେ ସେ ତିବ୍ଦତ ଗସ୍ତରେ ଯାଇଥିଲେ। ସେ ଅରୁଣାଚଳ ପ୍ରଦେଶର ରଣନୈତିକ ଗୁରୁତ୍ୱପୂର୍ଣ୍ଣ ସୀମା ସହର ନିଙ୍ଗଚିରେ ପହଞ୍ଚିଥିଲେ।

ଜିନପିଙ୍ଗ ପିଏଲଏର ଆଭ୍ୟନ୍ତରୀଣ ମଙ୍ଗୋଲିଆ ମିଲିଟାରୀ କମାଣ୍ଡ ପରିଦର୍ଶନ କରି ସୀମା ସୈନ୍ୟମାନଙ୍କ ମଧ୍ୟରେ ଅଖଣ୍ଡତା ଏବଂ ଉଚ୍ଚତର ଏକତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଶାସକ କମ୍ୟୁନିଷ୍ଟ ପାର୍ଟି (ସିପିସି) ଏବଂ ସରକାରୀ ବିଭାଗ, ସାମରିକ, ଆଇନ ପ୍ରଣୟନକାରୀ ସଂସ୍ଥା ତଥା ସୀମା ରକ୍ଷା କ୍ଷେତ୍ରରେ ସାଧାରଣ ଲୋକଙ୍କ ମଧ୍ୟରେ ସହଯୋଗକୁ ଚାଇନାକୁ ଅନନ୍ୟ ଶକ୍ତି ବୋଲି ଦର୍ଶାଇଛନ୍ତି। ଦେଶର ସୀମା ରକ୍ଷା ପାଇଁ ନୂତନ ଭୂମି ସୃଷ୍ଟି କରିବାକୁ ସମସ୍ତ ପକ୍ଷ ମିଳିତ ଉଦ୍ୟମ କରିବାକୁ ସେ କହିଛନ୍ତି।

ସେନାର ତାଲିମକୁ ଅଧିକ କରିବା ଏବଂ ଯୁଦ୍ଧ ପ୍ରସ୍ତୁତି ବଢ଼ାଇବା ତଥା ସୂଚନା ପ୍ରଯୁକ୍ତିବିଦ୍ୟା ଦ୍ୱାରା ସୀମିତ ସୁରକ୍ଷା ଏବଂ ନିୟନ୍ତ୍ରଣ ସହ ଜଡିତ ଦକ୍ଷତା ବିକାଶକୁ ତ୍ୱରାନ୍ବିତ କରିବାକୁ ସେ ଅତିରିକ୍ତ ଉଦ୍ୟମ କରିବାକୁ ଆହ୍ବାନ ଦେଇଛନ୍ତି। ସୀମା ପ୍ରତିରକ୍ଷା କର୍ତ୍ତବ୍ୟ ଏବଂ ସାମରିକ ଅନୁଶାସନକୁ ମଜବୁତ କରିବା, ସୈନ୍ୟମାନଙ୍କର ଉତ୍ତମ ଶୃଙ୍ଖଳା ବଜାୟ ରଖିବା ଏବଂ ଅଧିକ ସୀମା ପ୍ରତିରକ୍ଷା ପ୍ରଫେସନାଲମାନଙ୍କୁ ପ୍ରୋତ୍ସାହିତ କରିବାକୁ ସେ ଉଦ୍ୟମ କରିବାକୁ କହିଛନ୍ତି।

ଦେଶର ଉତ୍ତର ସୀମାରେ ସୁରକ୍ଷା ଏବଂ ସ୍ଥିରତା ସୁନିଶ୍ଚିତ କରିବାରେ ଏହି ଅଞ୍ଚଳର ସୀମା ସୈନ୍ୟମାନଙ୍କର ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ସୀମା ପ୍ରତିରକ୍ଷା କାର୍ଯ୍ୟରେ ଚାଇନାର ଅଗ୍ରଗତିକୁ ପ୍ରଶଂସା କରି ସେ କହିଛନ୍ତି ସୈନ୍ୟମାନଙ୍କର ସାମରିକ ତାଲିମ ଓ ଯୁଦ୍ଧ ପ୍ରସ୍ତୁତି ବୃଦ୍ଧି କରାଯାଇଛି ଏବଂ ସୀମା ଅଞ୍ଚଳରେ ସୀମା ସୁରକ୍ଷା ଏବଂ ସ୍ଥିରତାକୁ ସୈନ୍ୟବାହିନୀ ଦୃଢ଼ ଭାବରେ ସୁରକ୍ଷିତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri