ଗର୍ଲଫ୍ରେଣ୍ଡକୁ ଧରି ଘରକୁ ଫେରିବା ବେଳେ ରୁମ୍‌ରେ ବସିଥିଲେ ଏକ୍ସ, ପରେ ଏମିତି କଲେ ଏହି ଅଭିନେତା

ବଲିଉଡରେ ଜଣେ ଶକ୍ତିଶାଳୀ ଅଭିନେତା ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଡାନି ଡେନଜୋନଗାପା। ଡାନି ଅନେକ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି। ହେଲେ ସେ କେବଳ ଫିଲ୍ମ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଥିଲେ। ତାଙ୍କ ନାମ ୭୦-୮୦ ଦଶକର ସୁନ୍ଦରୀ ଅଭିନେତ୍ରୀ ପରଭିନ ବାବିଙ୍କ ସହ ଯୋଡ଼ା ଯାଇଥିଲା। ଡାନି ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ ତାଙ୍କ ପ୍ରେମରେ ଥିଲେ।
ଏକ ସାକ୍ଷାତକାରରେ ଡାନି ପରଭିନଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ। ସେ କହିଥିଲେ ଯେ, ୪ ବର୍ଷ ମଧ୍ୟରେ ପରଭିନଙ୍କ ସହ ତାଙ୍କର ସମ୍ପର୍କ ଭାଙ୍ଗି ଯାଇଥିଲା। କିନ୍ତୁ ବ୍ରେକଅପ ପରେ ମଧ୍ୟ ସେମାନଙ୍କର ବନ୍ଧୁତା ଅକ୍ଷୁର୍ଣ୍ଣ ରହିଥିଲା। ତେବେ ଥରେ ପରଭିନ ଏପରି କିଛି କରିଥିଲେ ଯାହା ଡାନି ମହେଶ ଭଟ୍ଟଙ୍କ ନିକଟରେ ଅଭିଯୋଗ କରିଥିଲେ।
ପରଭିନଙ୍କ ସହ ବ୍ରେକଅପ୍‌ ପରେ ଡାନିଙ୍କର ଆଉ ଜଣେ ଗର୍ଲଫ୍ରେଣ୍ଡ ଥିଲେ। ଥରେ ଡାନି ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ଘରେ ପହଞ୍ଚିବା ବେଳେ ପରଭିନ ତାଙ୍କ ରୁମରେ ବସି ଫିଲ୍ମ ଦେଖୁଥିବା ଦେଖିବାକୁ ପାଇଥିଲେ। ସେତେବେଳକୁ ଉଭୟଙ୍କ ବ୍ରେକଅପ ହୋଇସାରିଥିଲା। ତେଣୁ ପରଭିନଙ୍କୁ ଘରେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ସେ। ପରଭିନଙ୍କ ଏହି କାର୍ଯ୍ୟ ବିଷୟରେ ସେ ମହେଶ ଭଟ୍ଟଙ୍କ ନିକଟରେ ଅଭିଯୋଗ କରିଥିଲେ।
ଏହାଛଡ଼ା ପରଭିନ ସ୍କିଜୋଫ୍ରେନିଆରେ ପୀଡିତ ଥିଲେ। କାହାକୁ ମଧ୍ୟ ସେ ତାଙ୍କର ଶତ୍ରୁ ବୋଲି ମାନି ନେଉଥିଲେ। ସେ ଅମିତାଭ ବଚ୍ଚନଙ୍କୁ ତାଙ୍କର ଶତ୍ରୁ ବୋଲି ମଧ୍ୟ କହୁଥିଲେ। ଡାନିଙ୍କଠାରୁ ଅଲଗା ହେବା ପରେ ପରଭିନ ମହେଶ ଭଟ୍ଟଙ୍କ ନିକଟତର ହୋଇଥିଲେ। କିନ୍ତୁ ଏହି ସମ୍ପର୍କ ପରଭିନଙ୍କୁ ଏକଲାପଣ ଦୂର କରିପାରି ନ ଥିଲା। ଏକୁଟିଆ ରହି ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri