ନୂଆଦିଲ୍ଲୀ,୧୯।୧୧: ଜୋହାନ୍ସବର୍ଗରେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୯ ଉଇକେଟ୍ରେ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମ ଇନିଂସରେ ୪୦୦ ରନ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୫୫୭ ରନ ସଂଗ୍ରହ କରି ୧୫୭ ରନରେ ଅଗ୍ରଣୀ ହାସଲ କରିଥିଲା।
ଏହାପରେ ଦ୍ୱିତୀୟ ଇନିଂସରେ ବାଂଲାଦେଶ ଦଳ ମାତ୍ର ୧୬୮ ରନରେ ଅଲଆଉଟ ହୋଇଯାଇଥିଲା। ଫଳରେ ଘରୋଇ ଦଳ ଆଗରେ ମାତ୍ର ୧୨ ରନର ବିଜୟ ଲକ୍ଷ୍ୟ ରହିଥିଲା। ପ୍ରୋଟିଜ ଟିମ ମାତ୍ର ଗୋଟିଏ ଉଇକେଟ୍ ହରାଇ ସହଜରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା।
ଦକ୍ଷିଣ ଆଫ୍ରିକାର ଏହି ବିଜୟ ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (WTC) ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକା ଦଳ ଏବେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ଦ୍ୱିତୀୟ ସ୍ଥାନକୁ ଖସିଆସିଛି। ସେହିପରି ୪ର୍ଥ ସ୍ଥାନରେ ଭାରତ ରହିଛି।