Categories: Home Leftଖେଳ

ପାକିସ୍ତାନ-ଶ୍ରୀଲଙ୍କା ଟେଷ୍ଟ ଡ୍ର ପରେ WTC ପଏଣ୍ଟ ଟେବୁଲରେ ବଡ଼ ହଲଚଲ: ଭାରତ କେତେ ସ୍ଥାନରେ, ଦେଖନ୍ତୁ ତାଲିକା…

ନୂଆଦିଲ୍ଲୀ,୧୪।୧୧: ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଡ୍ର ରହିଛି। ରାୱଲପିଣ୍ଡିରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ହେଲେ ଶେଷ ଦିନ ପର୍ଯ୍ୟନ୍ତ ମ୍ୟାଚର କୌଣସି ଫଳାଫଳ ବାହାରିପାରିନଥିଲା।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ନିଜର ପ୍ରଥମ ଇନିଂସକୁ ୯ ଉଇକେଟ୍‌ରେ ୪୩୪ ରନ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୪୪୬ ରନ ସଂଗ୍ରହ କରି ୧୨ ରନ୍ର ଅଗ୍ରଣୀ ହାସଲ କରିଥିଲା। ଅନ୍ୟପଟେ ଦ୍ୱିତୀୟ ଇନିଂସରେ ପାକିସ୍ତାନ ୮ ଉଇକେଟ୍‌ ହରାଇ ୨୮୪ ରନ କରିଥିଲା। ଫଳରେ ଶ୍ରୀଲଙ୍କାକୁ ବିଜୟ ପାଇଁ ୨୯୭ ରନର ଲକ୍ଷ୍ୟ ମିଳିଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ଶେଷ ହେବା ସୁଦ୍ଧା ଶ୍ରୀଲଙ୍କା ଦଳ ଲକ୍ଷ୍ୟ ହାସଲ କରିପାରିନଥିଲା। ଫଳରେ ମ୍ୟାଚଟି ଡ୍ର ରହିଥିଲା।

ମ୍ୟାଚ ଡ୍ର ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (WTC) ପଏଣ୍ଟ ଟେବୁଲରେ ଉଭୟ ଦଳକୁ କୌଣସି ଫାଇଦା ମିଳିନାହିଁ। ଅନ୍ୟପଟେ ଭାରତୀୟ ଦଳ ଟପ-୫ରେ ନିଜ ସ୍ଥାନ ବଜାୟ ରଖିଛି। ଆସନ୍ତୁ ଜାଣିବା ପାକିସ୍ତାନ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ପରେ WTC ପଏଣ୍ଟ ଟେବୁଲର ସ୍ଥିତି କ’ଣ ରହିଛି।

ପ୍ରଥମ ଟେଷ୍ଟ ଡ୍ର ରହିବା ସତ୍ତ୍ୱେ ପାକିସ୍ତାନକୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (WTC) ୨୦୨୫-୨୭ର ପଏଣ୍ଟ ଟେବୁଲ୍ରେ କୌଣସି ଫାଇଦା ମିଳିନାହିଁ। ଦଳ ମାତ୍ର ୭.୫୦ ପ୍ରତିଶତ ବିଜୟ ହାର ସହ ନବମ ତଥା ଶେଷ ସ୍ଥାନରେ ରହିଛି। WTCର ଚଳିତ ଚକ୍ରରେ ଏହା ପାକିସ୍ତାନର ପ୍ରଥମ ଡ୍ର ମ୍ୟାଚ। ଏହା ପୂର୍ବରୁ ଖେଳିଥିବା ୯ଟି ଟେଷ୍ଟ ମ୍ୟାଚକୁ ପାକିସ୍ତାନ ୭ଟିରେ ପରାଜିତ ହୋଇଥିବା ବେଳେ ୨ଟିରେ ବିଜୟୀ ହୋଇଥିଲା।

ସେହିପରି ଶ୍ରୀଲଙ୍କା ଦଳ ମଧ୍ୟ ୩୩.୩୩ ପ୍ରତିଶତ ବିଜୟ ହାର ସହ ସପ୍ତମ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଏହି ମ୍ୟାଚ ଡ୍ର ହେବା ଯୋଗୁ ପଏଣ୍ଟ ଟେବୁଲରେ ଅନ୍ୟ ଦଳଗୁଡ଼ିକର ସ୍ଥିତିରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ଭାରତୀୟ ଦଳ ୫୧.୫୨ ପ୍ରତିଶତ ବିଜୟ ହାର ସହ ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ୭୨.୨୨ ପ୍ରତିଶତ ବିଜୟ ହାର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ୭୧.୪୩ ପ୍ରତିଶତ ବିଜୟ ହାର ସହ ଦ୍ୱିତୀୟ ସ୍ଥାନରେ ରହିଛି।

ସେହିପରି ଅଷ୍ଟ୍ରେଲିଆ ୬୯.୨୩ ପ୍ରତିଶତ ବିଜୟ ହାର ସହ ତୃତୀୟ ସ୍ଥାନରେ ରହିଛି। ବାଂଲାଦେଶ ଏବଂ ଇଂଲଣ୍ଡ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ଥିବା ବେଳେ ୱେଷ୍ଟଇଣ୍ଡିଜ ଅଷ୍ଟମ ସ୍ଥାନରେ ରହିଛି।

 

Dharitri – Odisha’s No.1 Odia Daily

Share