Posted inଖେଳ

ଡବ୍ଲୁଟିଏସି ଫାଇନାଲ: ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ସ୍ବାସ୍ଥ୍ୟ ଅପ୍‌ଡେଟ ଦେଲେ ଏହି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର

ନୂଆଦିଲ୍ଲୀ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ୧୬ତମ ସିଜନ ଶେଷ ହେବା ସହିତ ଏବେ ସମସ୍ତଙ୍କ ନଜର ଅନ୍ତର୍ଜାତୀୟ କ୍ରିକେଟ ଉପରେ ରହିଛି। ଇଂଲଣ୍ଡ ଦଳ ଜୁନ ୧ରୁ ଆୟର୍ଲାଣ୍ଡ ବିପକ୍ଷରେ ଏକ ମ୍ୟାଚ ଟେଷ୍ଟ ସିରିଜ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଏଥି ସହିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିଏସି) ର ଦ୍ୱିତୀୟ ସଂସ୍କରଣର ଫାଇନାଲ ମ୍ୟାଚ ଜୁନ ୭ରୁ ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ ହାଜଲେଉଡ ତାଙ୍କ ଫିଟ୍‌ନେସକୁ ନେଇ ଅପ୍‌ଡେଟ ଦେଇଛନ୍ତି।

ଆହତ କାରଣରୁ ଜୋଶ ହାଜଲେଉଡଙ୍କୁ ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟରେ ଖେଳୁଥିବାର ଦେଖିବାକୁ ମିଳିନାହିଁ। ସେ ଭାରତ ଗସ୍ତରେ କଙ୍ଗାରୁ ଦଳ ସହିତ ଆସିଥିଲେ, କିନ୍ତୁ ସମ୍ପୂର୍ଣ୍ଣ ଫିଟ ନ ଥିବାରୁ ତାଙ୍କୁ ଘରକୁ ଫେରିବାକୁ ପଡିଲା। ଏହା ପରେ, ଯେତେବେଳେ ଆଇପିଏଲର ୧୬ ତମ ସିଜିନର ପ୍ରଥମାର୍ଦ୍ଧରେ ବାହାରେ ରହିବା ପରେ ଯେବେ ହାଜଲେଉଡ ଫେରିଥିଲେ, ତେବେ ମାତ୍ର ଅଳ୍ପ କିଛି ମ୍ୟାଚ ଖେଳିବା ପରେ ପୁଣି ଅନ୍‌ଫିଟ କାରଣରୁ ଫେରିଯାଇଥିଲେ। ଆଇସିସି ସହିତ ବାର୍ତ୍ତାଳାପ ବେଳେ ଜୋଶ ହାଜଲେଉଡ ତାଙ୍କ ଫିଟନେସ ବିଷୟରେ ଏକ ବିବୃତ୍ତିରେ କହିଛନ୍ତି ଆଇପିଏଲରେ ନିଜର ପୂରା କ୍ଷମତାର ସହିତ ବୋଲିଂ କରିବାକୁ ମୁଁ ସକ୍ଷମ ନ ଥିଲି। ବର୍ତ୍ତମାନ କିଛି ସପ୍ତାହ ବିଶ୍ରାମ ନେବା ପରେ, ମୁଁ ପୂର୍ବ ଅପେକ୍ଷା ବହୁତ ଭଲ ଅନୁଭବ କରୁଛି।

ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ମ୍ୟାଚ ପାଇଁ ଅଷ୍ଟ୍ରେଲିଆର ଅନ୍ତିମ ଦଳ ଘୋଷଣା କରାଯାଇଛି। ଦ୍ରୁତ ବୋଲର ସ୍କଟ ବୋଲାଣ୍ଡଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ଯଦି ମ୍ୟାଚ ପାଇଁ ହାଜଲେଉଡ ସମ୍ପୂର୍ଣ୍ଣ ଫିଟ ଘୋଷିତ ହୋଇ ନ ଥାଏ, ତେବେ ସ୍କଟ ବୋଲାଣ୍ଡଙ୍କୁ ତାଙ୍କ ସ୍ଥାନରେ ଖେଳୁଥିବା ୧୧ରେ ସାମିଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri