ଭୁଲ୍‌ ନେତୃତ୍ୱ

ଆକାର ପଟେଲ

କିଛି ମାସ ପୂର୍ବେ ମୋ ଲିଖିତ ବହିଟି ପ୍ରକାଶ ପାଇଥିଲା। ଭାରତରେ ମୁଖ୍ୟତଃ ବାସ୍ତବ ତଥା ତଥ୍ୟଭିତ୍ତିକ ଏବଂ ଇତିହାସ ସମ୍ପର୍କିତ ବହି ଲେଖିବାର ସମସ୍ୟା ହେଉଛି ଅନେକେ ଏଭଳି ବହିଗୁଡ଼ିକୁ ପଢ଼ନ୍ତି ନାହିଁ। ଅନେକାଂଶରେ ବହିର ମାନ ଏବଂ ଲେଖକଙ୍କର ଖ୍ୟାତି ଗୁରୁତ୍ୱପୂର୍ଣ୍ଣ ହୋଇ ନ ଥାଏ। ଛପାଯାଉଥିବା ଏଭଳି ବହିଗୁଡ଼ିକର ସଂଖ୍ୟା ଅଳ୍ପ କେତେ ହଜାରରେ ସୀମିତ ରହୁଛି। ସାଧାରଣତଃ ଛପାଯାଉଥିବା ଏହିସବୁୁ ବହିର କପିଗୁଡ଼ିକ ବହୁ ଦିନ ଯାଏ ପଡ଼ି ରହେ। ୨୦୧୪ରେ ସାଦତ ହାସନ ମାଣ୍ଟୋଙ୍କର ଏକ ନନ୍‌-ଫିକ୍‌ସନ ଉର୍ଦ୍ଦୁ ଲେଖାର ଅନୁବାଦ କରିଥିଲି। ସାହିତ୍ୟରେ ମାଣ୍ଟୋ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। କିନ୍ତୁ ସେହି ବହି ମୋର ପ୍ରଥମ ପ୍ରକାଶନରେ ହିଁ ଅଟକି ଯାଇଛି। ପ୍ରକାଶିତ ମୋର ନୂଆ ବହିଟି ହେଉଛି ‘ଆଓ୍ବାର ହିନ୍ଦୁ ରାଷ୍ଟ୍ର’। ଏକ ଧର୍ମ ନିରପେକ୍ଷ ଏବଂ ଲୋକତାନ୍ତ୍ରିକ ରାଷ୍ଟ୍ର ଭାରତର ସାମ୍ବିଧାନିକ ପ୍ରତିଶ୍ରୁତିକୁ ବିଚାରକୁ ନେଇ ତା’ର ଏବକାର ସ୍ଥିତି କେଉଁଠି ସେ ସମ୍ପର୍କରେ ଏହି ବହିରେ ଆଲୋଚନା କରାଯାଇଛି। ଲୋକତନ୍ତ୍ରକୁ ଯଦି ତୁମେ ମୁକ୍ତ ଏବଂ ଅବାଧ ନିର୍ବାଚନ ବୋଲି ବିଚାର କରିବ ତେବେ ସେ ଦୃଷ୍ଟିରୁ ଆମେ ନିଜକୁ ଲୋକତାନ୍ତ୍ରିକ ଦେଶ କହିପାରିବା। କିନ୍ତୁ ବିଶ୍ୱର ଅବଶିଷ୍ଟ ଦେଶ ଏହା କହୁନାହାନ୍ତି। ନିକଟରେ ଫ୍ରିଡମ ହାଉସିଂ ର଼୍ୟାକିଂଙ୍ଗସ୍‌ରେ ଭାରତକୁ ‘ଆଂଶିକ ସ୍ବାଧୀନ’ ବୋଲି ଦର୍ଶାଯାଇଥିଲା। ଏହା ମଧ୍ୟ ନାଗରିକଙ୍କ ରାଜନୈତିକ ଅଧିକାରଗୁଡ଼ିକୁ ୪୦ ପ୍ରତିଶତ ଅଧିକ ଗୁରୁତ୍ୱ ଦେଇଥିଲା ଏବଂ ମୁକ୍ତ ଓ ଅବାଧ ନିର୍ବାଚନକୁ ସମ୍ପୂର୍ଣ୍ଣ ନମ୍ବର ଦେଇଥିଲା। ନାଗରିକ ସ୍ବତନ୍ତ୍ରତା ଏବଂ ମୌଳିକ ଅଧିକାରଗୁଡ଼ିକରେ ଭାରତ ଏତେ ଖରାପ ନମ୍ବର ପାଇଥିତ୍ଲା ଯେ, ମୁକ୍ତ ନିର୍ବାଚନରେ କରିଥିବା ଭଲ କାର୍ଯ୍ୟଗୁଡ଼ିକୁ ଏହା ଅସ୍ବୀକାର କରିଥିଲା। ମୋ ବହି ଏହି ପ୍ରକ୍ରିୟା ଉପରେ ଏକ ଦୀର୍ଘ ସମୟସୀମାକୁ ନେଇ ଆଲୋଚନା କରିଛି। ଏହି ବହିର ନାମ ରଖିଛିି ‘ଆଓ୍ବାର ହିନ୍ଦୁ ରାଷ୍ଟ୍ର’, କାରଣ ମୋ ମତରେ ଆମେ ସମସ୍ତେ ଏକ ହୋଇଗଲୁଣି। ୨୦୧୪ରୁ ଭାରତ ଯାହା କରି ଆସୁଛି ସେଥିରେ ଆଉ କୌଣସି ସାମ୍ବିଧାନିକ କିମ୍ବା ଅନ୍ୟ ମୁଖ୍ୟ ପରିବର୍ତ୍ତନର ଅବଶ୍ୟକତା ନାହିଁ। ପାକିସ୍ତାନରେ ଆଇନ ଦ୍ୱାରା ସଂଖ୍ୟାଲଘୁଙ୍କୁ ବାଦ୍‌ ଦିଆଯାଇଛି। କିନ୍ତୁ ଭାରତରେ ଏହା ବିନା ବିଚାରରେ କରାଯାଇଛି। ଏହା ହିଁ ଦୁଇ ଦେଶ ମଧ୍ୟରେ ପାର୍ଥକ୍ୟ। ଆମେ ପାକିସ୍ତାନଠାରୁ ଅଧିକ ଧର୍ମସମ୍ପନ୍ନ ଦେଶ ଏବଂ ଏହା ସତ। ପାକିସ୍ତାନର ୪ଟି ରାଜ୍ୟରେ ହିନ୍ଦୁ ମୁଖ୍ୟମନ୍ତ୍ରୀ ନ ଥିବାବେଳେ ଭାରତର ୨୮ଟି ରାଜ୍ୟରେ ମୁସଲମାନ ମୁଖ୍ୟମନ୍ତ୍ରୀ ନାହାନ୍ତି। ଏବେ ଭାରତର ଶାସକ ଦଳର ୩୦୩ ଲୋକସଭା ସଦସ୍ୟଙ୍କ ମଧ୍ୟରେ ଜଣେ ବି ମୁସଲମାନ ନାହାନ୍ତି। ଭାରତର ୧୫ଟି ରାଜ୍ୟରେ କୌଣସି ମୁସଲମାନ ମନ୍ତ୍ରୀ ବି ନାହାନ୍ତି। ଆଇନ ମୁଖ୍ୟତଃ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଅଧିକାର ଦେଲା। ଧର୍ମ ପ୍ରଚାର ଓ ବ୍ୟବସାୟ ବା ବୃତ୍ତଗତ ଅଧିତ୍କାର ଭାରତ ସେମାନଙ୍କ ପାଇଁ ଖୋଲା ରଖିଛି। ବିଭିନ୍ନ ‘ଧାର୍ମିକ ସ୍ବାଧୀନତା’ ସମ୍ବନ୍ଧିତ ଆଇନ ଯାହା ଭାରତରେ ଗୃହୀତ ହୋଇଛି ତାହା ବାସ୍ତବରେ ଆମଠାରୁ ସ୍ବାଧୀନତା ଛଡ଼ାଇ ନେଇଯାଇଛି। ଭାରତରେ ଏସବୁ ବିଷୟ ଉପରେ ଆମର କୌଣସି ସମସ୍ୟା ନାହିଁ, ଯେଉଁଥିପାଇଁ ଆମ ଦେଶରେ ଏହା ରାଜନୈତିକ ପ୍ରସଙ୍ଗ ହୋଇପାରୁନାହିଁ (କେବଳ କିଛି ସ୍ତମ୍ଭକାର ସବୁବେଳେ ଏହା ଉପରେ ସ୍ବର ଉଠାଉଛନ୍ତି)। ଅନ୍ୟ କଥାଟି ହେଉଛି, ଭାରତର ସଂଖ୍ୟାଲଘୁମାନଙ୍କର ଗୁରୁତ୍ୱ କମାଇ ଦିଆଯାଇଛିି, ସେମାନଙ୍କ ଅଧିକାର ସଙ୍କୁଚିତ କରାଯାଉଛି। ପ୍ରସ୍ତୁତ କରାଯାଉଥିବା ଆଇନ ଓ ନୀତିଗୁଡ଼ିକ ସେମାନଙ୍କ ପାଇଁ ଅପ୍ରାସଙ୍ଗିକ ହୋଇଛି , ସେମାନଙ୍କୁ ଏହା ଅସୁବିଧାରେ ପକାଉଛି। ସେମାନଙ୍କ ପାଇଁ ଯାହା କରାଯାଇଛି ଭାରତୀୟମାନେ ସେହି ଅନୁସାରେ ଭୋଟ ଦେବା ଅଧିକାଂଶ କ୍ଷେତ୍ରରେ ପ୍ରତୀୟମାନ ହେଉଛି। ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ଲଗାତର ୪ ବର୍ଷ ହେବ ଧିମା ରହୁଛି। ଏହି ବିଷୟରେ ମିଡିଆ ଅଧିକ ଦୃଷ୍ଟି ଦେଉନାହିଁ। ଦକ୍ଷିଣ ଏସିଆରେ କେବଳ ଭାରତର ଅର୍ଥ ବ୍ୟବସ୍ଥା ମନ୍ଦା ରହିଛି, କିନ୍ତୁ ଏହା କେମିତି ଏକ ନିର୍ବାଚନ ପ୍ରସଙ୍ଗ କି ମିଡିଆ ବିଷୟ ହେବ, ତା’ଉପରେ ଆମେ ଚିନ୍ତା ପ୍ରକଟ କରୁନାହୁଁ। ସେହିପରି ବେରୋଜଗାରି ୨୦୧୭ରୁ ଏ୍ୟତିହାସିକ ସ୍ତରରେ ରହିଛି। ଜଣାପଡୁଛି, ମହିଳାମାନଙ୍କୁ ସେମାନଙ୍କ ସମ୍ପ୍ରଦାୟ ବାହାରେ ବାହାହେବାକୁ ବନ୍ଦ କରିବା ଆଇନ କିମ୍ବା କିଏ ମନ୍ଦିରରେ ପ୍ରବେଶ କରିବ ଏବଂ ଏମିତିକା ସବୁ ବିଷୟଠାରୁ ସରକାରଙ୍କୁ ଏହା ଏତେ ଗୁରୁତ୍ୱପୂର୍ଣ୍ଣ ମନେ ହୋଇନି।
ଏକ ଜାତୀୟତାବାଦୀ ଦଳ ଆମର ନେତୃତ୍ୱ ନେଉଛି ବୋଲି ଆମକୁ କୁହାଯାଉଛି। କିନ୍ତୁ ଲଦାଖର ପରିସ୍ଥିତି ଗତ ବର୍ଷ ଯାହା ଥିତ୍ଲା ସେଥିରେ କିଛି ପରିବର୍ତ୍ତନ ହୋଇ ନାହିଁ ବୋଲି ଆମକୁ କୁହାଯାଉ ନାହିଁ। ଖବରକାଗଜ ରିର୍ପୋଟରୁ ପ୍ରକାଶପାଇଛି ଯେ, ପାଖାପାଖିତ୍ତ୍ ୧୦୦୦ ବର୍ଗ କି.ମି. ଜମିରେ ଯେଉଁଠି ଆମେ ଆରମ୍ଭରୁ ପାଟ୍ରୋଲ କରୁଥିଲୁ, ସେଠାରେ ଆଜି ଆମେ ତାହା କରିପାରୁନାହୁଁ। ଏହା ଏକ ଜାତୀୟତାବାଦୀ ସରକାର ନା ତା’ର ବିଚାର ବୋଲି ପ୍ରଶ୍ନ ଉତ୍‌ଥାପନ କରୁନାହୁଁ। ସରକାର ତାଙ୍କ ନାଗରିକ ଓ ସଂଖ୍ୟାଲଘୁଙ୍କ ବିରୋଧରେ ପଦକ୍ଷେପ ନେଇ ତାଙ୍କର ଜାତୀୟତାବାଦୀ ପରିଚିତି ପ୍ରତିଷ୍ଠା କରିଛନ୍ତି! ଏହି କାରଣରୁ ଆମେ ଏକ ହିନ୍ଦୁ ରାଷ୍ଟ୍ରରେ ବାସ କରୁଛୁ ବୋଲି ମୋର ବିଶ୍ୱାସ। ପ୍ରଶ୍ନ ହେଉଛି, ଏହା ପରେ କ’ଣ ଘଟିବ। ମୋ ମତରେ ଏମିତିକା ଘଟଣା ଆହୁରି ଅଧିକ ସାମ୍‌ନାକୁ ଆସିବ। ଭାରତୀୟମାନେ ଅର୍ଥବ୍ୟବସ୍ଥା ଏବଂ ଅନ୍ୟ ମୂଳ ପ୍ରସଙ୍ଗଗୁଡ଼ିକ ଉପରେ ଭୋଟ ନ ଦେଇ ମୁଖ୍ୟତଃ ସଂଖ୍ୟାଲଘୁମାନଙ୍କୁ କଷ୍ଟ ଦେଇଥିବା ବିଷୟଗୁଡ଼ିକ ଉପରେ ଅଧିକ ଚିନ୍ତିତ ଥିବା ଜଣାପଡୁଛି। ଗଣମାଧ୍ୟମ ମଧ୍ୟ ସେମାନଙ୍କ ସହ ଯୋଗଦେଇଛି। ଏପରିକି ନିଯୁକ୍ତି ଏବଂ ନିମ୍ନଗାମୀ ଅର୍ଥବ୍ୟବସ୍ଥା ଭଳି ପ୍ରସଙ୍ଗକୁ ଗଣମାଧ୍ୟମ ଅଣଦେଖା କରୁଛି। ଏକ ଗଣତାନ୍ତ୍ରିକ ଦେଶରେ ଏହା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ଘଟଣା। ଭାରତ ଭୁଲ୍‌ ବାଟରେ ଅଗ୍ରସର ହେଉଛି। ନେତୃତ୍ୱ ଭୁଲ ବାଟରେ ନିଆଯାଉଛି ବୋଲିି ବିଶ୍ୱ ପ୍ରକାଶ କରିବା ଦ୍ୱାରା ଏହା ଅପମାନିତ ହୋଇଛି। କିନ୍ତୁ ସ୍ଥଳବିଶେଷରେ ପ୍ରତ୍ୟେକ ଘଟଣାକୁ ଜଣାପଡୁଛି ଯେ, ଆମ ନେତୃତ୍ୱ ଭୁଲ୍‌ ବାଟରେ ଚାଲିଛି। ଆମକୁ ସୁଧାରିବା ଲାଗି କୌଣସି ବ୍ୟବସ୍ଥା ମଧ୍ୟ ଆମ ପାଖରେ ନ ଥିବା ଜଣାପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri