Posted inଫୁରସତ

ଲେଖିକା-ନାୟିକା -ନିର୍ଦ୍ଦେଶିକା ଭାସ୍ବତୀ ବସୁ

ମୁହୂର୍ତ୍ତରେ ଜିଅନ୍ତି, କବିତା ତାଙ୍କ କଥା କୁହେ। ହେଲେ ସେ କିନ୍ତୁ ଅଭିନୟ ପ୍ରେମରେ। ଜୀବନକୁ ନିଜ ଭାବରେ ମନଭରି ଜିଇବାରେ ବିଶ୍ୱାସ ରଖୁଥିବା ଏହି ଅଭିନେତ୍ରୀ ନିର୍ଦ୍ଦେଶିକା ହେଲେ ଭାସ୍ବତୀ ବସୁ। ଅନେକେ ତାଙ୍କୁ ଜଣେ ଭଲ ଅଭିନେତ୍ରୀ ଭାବେ ଜାଣନ୍ତି। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଯେମିତି ବଳିଷ୍ଠ ତାଙ୍କର ଅଭିନୟ ସେମିତି ବଳିଷ୍ଠ ତାଙ୍କର ଲେଖନୀ ଚାଳନା।

ଜନ୍ମ ଭୁବନେଶ୍ୱରର ବାପୁଜୀ ନଗରରେ। ପିତା ଅସୀମ ବସୁଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ମଧ୍ୟରେ ଭାସ୍ବତୀ ହେଉଛନ୍ତି ସବା ସାନ। ପିଲାବେଳେ ଅଭିନୟର ଗୋଟେ ଜବରଦସ୍ତ ଇଚ୍ଛା ନ ଥିଲା ତାଙ୍କ ଭିତରେ। ଦଶମ ଶ୍ରେଣୀ ପାସ୍‌ ପରେ ଆଉ ଇଚ୍ଛା ହିଁ ନ ଥିଲା ଗୁଡ଼ାଏ ପଢ଼ିବାକୁ। ତେଣୁ ପାଠରୁ ମୁକ୍ତି ପାଇଁ ସେ ଚାହିଁଲେ ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢ଼ିବେ ଆଉ ନାଟକ କରିବେ। କିନ୍ତୁ ଜଣା ନ ଥିଲା ଯେ ନାଟକ ପାଇଁ ବି ବହୁତଗୁଡ଼ାଏ ପଢ଼ିବାକୁ ପଡ଼େ। ତଥାପି ପଢ଼ିଲେ, ଆଉ ମଞ୍ଚ ସଜ୍ଜାରେ ସ୍ନାତକୋତ୍ତର କଲେ, ଯେଉଁଥିରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହି ସମୟରେ ସେ ବିଭିନ୍ନ ନାଟକରେ ତ ଅଭିନୟ କରିଥିଲେ କିନ୍ତୁ ଦୁଃଖ ଥିଲା ପିତା ଅସୀମ ବସୁ ତାଙ୍କୁ କେବେ ବି ତାଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବାକୁ ଦେଉ ନ ଥିଲେ। ଅଥଚ ଭାସ୍ବତୀ ସେତେବେଳେ ଜଣେ ଅଭିନେତ୍ରୀଭାବେ ପରିଚିତି ପାଇ ସାରିଥିଲେ। ଏ ସମ୍ପର୍କରେ ଭାସ୍ବତୀ କହନ୍ତି ”ବୋଧହୁଏ ବାବୁଜୀ (ଅସୀମ ବସୁ) ଙ୍କର ମୋ ଅଭିନୟ ଉପରେ ଭରସା ନ ଥିଲା। ବହୁତ ବର୍ଷ ପରେ ‘ଉତ୍ତରପୁରୁଷ’ର ଏକ ନାଟକ ହେଉଥିଲା- ‘ଜଣେ ରାଜା ଥିଲେ’। ସେଥିରେ ଗୋଟେ ଚରିତ୍ର ଥିଲା ‘ଦେବୀ’; ଯାହାର କୌଣସି ଡାଏଲଗ୍‌ ନ ଥିଲା, ଶେଷରେ କେବଳ କାନ୍ଦିବାର ଥିଲା। ବୋଧହୁଏ ସେଥିପାଇଁ ବାବୁଜୀ ରାଜି ହୋଇଗଲେ। ଶେଷରେ ଯେଉଁ କାନ୍ଦିବାର ଥିଲା ସେଇଟା ବୋଧେ ତାଙ୍କ ମନକୁ ଛୁଇଁଗଲା; ଯେଉଁଥିପାଇଁ ତା’ପରେ ସେ ତାଙ୍କ ନାଟକରେ ମତେ ଅଭିନୟ କରିବାର ସୁଯୋଗ ଦେଲେ। ଭରସା ଆସିଗଲା ବୋଧହୁଏ ମୋ ଅଭିନୟରେ।“ କଲେଜ ସମୟରେ ଭାସ୍ବତୀ ନାଟକ କରିବା ସହ ଛୋଟ ପିଲାମାନଙ୍କୁ ନେଇ ଏକ ନାଟ୍ୟ ସଙ୍ଗଠନ ଗଢ଼ି ନାଟ୍ୟ ନିର୍ଦ୍ଦେଶନା ବି ଦେଉଥିଲେ। ହେଲେ କଲେଜ ପରେ କିଛି ବର୍ଷ ସେ ନାଟକଠାରୁ ଯେମିତି ଦୂରେଇ ଗଲେ। ଆଉ ଫେରିଲେ ବିବାହ ପରେ ସ୍ବାମୀଙ୍କ ପ୍ରେରଣାରେ। ୨୦୦୨ ମସିହାରେ ବିଜୟ ମଣ୍ଡଳଙ୍କ ସହ ବିବାହ ହୁଏ ଭାସ୍ବତୀଙ୍କର। ନିହାତି ଭାବରେ ପ୍ରେମ ବିବାହ। ଭାସ୍ବତୀ ଓ ବିଜୟଙ୍କର ଦେଖାହୁଏ ୧୯୯୭ ମସିହାରେ ଏକ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟରେ। ସେଠାରେ ଭାସ୍ବତୀଙ୍କର ଭାଇ ବିଜୟଙ୍କ ସହ ପରିଚୟ କରାଇ ଦେଇ କହନ୍ତି ‘ଦେଖ ବିଜୟ କେମିତି ଲେଖୁଛି ପୁଣି ଚାକିରି ବି କରୁଛି।’ ସେହି ବୟସରେ ଲେଖାଲେଖି କରିବା ପୁଣି ଚାକିରି କରିବା ଭାସ୍ବତୀଙ୍କୁ ଟିକେ ଆଶ୍ଚର୍ଯ୍ୟ କରିଥିଲା। ସମୟକ୍ରମେ ଦୁହିଁଙ୍କ ଭିତରେ ବନ୍ଧୁତା ଗଢ଼ି ଉଠିଲା। ସେ ସମୟରେ ଭାସ୍ବତୀ କୌଣସି କାରଣରୁ ମାନସିକ ଅବସାଦ ଭିତରେ ଥିଲେ। ଆଉ ସେ ବଞ୍ଚିବାକୁ ବି ଚାହୁଁ ନ ଥିଲେ; ଯେଉଁଥିରୁ ତାଙ୍କୁ ବିଜୟ ହିଁ ବାହାର କରିଥିଲେ। ବିଜୟଙ୍କ ଭରସା ଆଉ ଭଲପାଇବା ହିଁ ତାଙ୍କୁ ଭାସ୍ବତୀରୁ ଅଭିନେତ୍ରୀ ଭାସ୍ବତୀ ବସୁରେ ରୂପାନ୍ତରିତ କରିଥିଲା। ବଞ୍ଚିବାକୁ ଚାହୁଁ ନ ଥିବା ଝିଅଟି ପୁଣି ସ୍ବପ୍ନ ଦେଖିଲା ବିଜୟଙ୍କୁ ନେଇ ସଂସାର କରିବାର। ସ୍ବାମୀ ଶାଶୁ ଶ୍ୱଶୁରଙ୍କୁ ନେଇ ଏକ ସୁନ୍ଦର ସଂସାର ବି ଗଢ଼ିଲେ ଭାସ୍ବତୀ। କିନ୍ତୁ ସ୍ବାମୀ କହିଲେ, ତମେ ପୁଣି ଥରେ ଅଭିନୟ କର। ସେଥିରେ ଭାସ୍ବତୀଙ୍କର ଉତ୍ତର ଥିଲା ‘ମୁଁ ଅଭିନୟ କଲେ ଘର କିଏ ସମ୍ଭାଳିବ ?’ ବିଜୟ କହିଥିଲେ ‘ରୋଷେଇ ତ କିଏ ବି କରିପାରିବ କିନ୍ତୁ ଅଭିନୟ କେବଳ ତମେ ହିଁ ପାରିବ।’ ବାସ୍‌ ସେହି କଥା ପଦକରେ ଭାସ୍ବତୀ ପୁଣି ଫେରିଥିଲେ ଅଭିନୟ ଦୁନିଆକୁ; ଯେଉଁଥିରେ ଆସେ ୧୦ଟି କ୍ଷୁଦ୍ର ଚଳଚ୍ଚିତ୍ର, ୨୦ଟି ଧାରାବାହିକ, ୫୦ରୁ ଊର୍ଦ୍ଧ୍ୱ ନାଟକର ନିର୍ଦ୍ଦେଶନା। ତେବେ ଅଭିନୟ କଥା କହିଲେ ‘ଭାଗ୍ୟବିଧାତା’ର ‘ପାର୍ବତୀ’ ହେଉ କି ସାଧୁ ମେହେରଙ୍କ ‘ନୀଳ ମାଷ୍ଟ୍ରାଣୀ’ର ‘ନୀଳ’ଅବା ‘କଥାନ୍ତର’ର ‘ରୂପା’, ସବୁ ଚରିତ୍ର ଭିତରେ ସେ ଏମିତି ଭାବରେ ମିଶି ଯାଆନ୍ତି ଯେ ଲୋକଙ୍କ ପାଖରେ ସେ ସେହି ନାଁରେ ହିଁ ରହିଯାନ୍ତି। ଏବେ ବି ତାଙ୍କୁ ଦେଖିଲେ ଅନେକ ସମୟରେ ଲୋକେ ନୀଳ ମାଷ୍ଟ୍ରାଣୀ ହିଁ ଡାକନ୍ତି। ଅନେକ ସମ୍ମାନରେ ସମ୍ମାନିତା ଭାସ୍ବତୀଙ୍କୁ କିନ୍ତୁ ଅଧିକ ପରିଚିତି ଦେଇଥିଲା ହିମାଂଶୁ ଖଟୁଆଙ୍କର ୧୯୯୯ ମହାବାତ୍ୟା ଉପରେ ଆଧାରିତ ଚଳଚ୍ଚିତ୍ର ‘କଥାନ୍ତର’। ଦେଶ ବିଦେଶର ଅନେକ ସମାରୋହରେ ଏହାକୁ ଅନେକ ପ୍ରଶଂସା ମିଳିଥିବାବେଳେ ଭାସ୍ବତୀଙ୍କୁ ମିଳିଥିଲା ୨୦୦୫ ମସିହା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଅଭିନୟ ପ୍ରେମରେ ପଡିଥିବା ଭାସ୍ବତୀ ଅଭିନେତ୍ରୀ ହିସାବରେ କାହାଣୀର ପ୍ରତ୍ୟେକ ଚରିତ୍ରକୁ ଭଲ ତ ପାଆନ୍ତି, କିନ୍ତୁ ଚରିତ୍ରକୁ ନେଇ ବେଳେବେଳେ ଟିକେ ଚୁଜି ମଧ୍ୟ ହେଇଯାନ୍ତି। ‘ଭୂମିକା’ ଫିଲ୍ମର ସ୍ମିତା ପାଟିଲଙ୍କ ଚରିତ୍ର ପରି ଚରିତ୍ରଟିଏରେ ଅଭିନୟ କରିବାର ଇଚ୍ଛାଟିଏ ରହିଛି ଏବେ ବି ମନ ଭିତରେ। ଆଉ ନାଟ୍ୟ ନିର୍ଦ୍ଦେଶନା କଥା ଆସିଲେ ଭାସ୍ବତୀଙ୍କର ସବୁଠୁ ବଡ଼ ଖୁସି ଥିଲା ତାଙ୍କ ନିର୍ଦ୍ଦେଶନାରେ ତାଙ୍କ ବାବୁଜୀ ଅଭିନୟ କରିବା। ଏହା ବାଦ ସେ ଦୁଇଟି ନାଟକ ମଧ୍ୟ ଲେଖିଛନ୍ତି। ତେବେ ଅଭିନୟ କ୍ଷେତ୍ରକୁ ବାଦ ଦେଲେ ଭାସ୍ବତୀଙ୍କର ଆଉ ଗୋଟିଏ ବଡ଼ ପରିଚୟ ହେଲା ସେ ଜଣେ ଲେଖିକା ଓ କବି। ଏମିତି କିଛିଟା ଲେଖାଲେଖି କରୁଥିବା ଭାସ୍ବତୀ ତାଙ୍କ ବାବୁଜୀଙ୍କର ମୃତ୍ୟୁ ପରେ ହିଁ ଅଧିକରୁ ଅଧିକ ଲେଖାରେ ମନୋନିବେଶ କଲେ। ଭାସ୍ବତୀ କୁହନ୍ତି ”ଛୋଟବେଳେ ଅନ୍ୟ ପିଲାଙ୍କ ପରି ମୁଁ ମୋ ବାପାଙ୍କୁ ସେତିକି ପାଇ ପାରୁ ନ ଥିଲି। ସେ ଆମ ପାଖରେ ସବୁବେଳେ ରହୁ ନ ଥିଲେ। ଯେତେବେଳେ ସେ ଅସୁସ୍ଥ ହେଲେ ଆସି ଆମ ପାଖରେ ରହିଲେ। ମୁଁ ହିଁ ତାଙ୍କ ସହିତ ଖୁବ୍‌ ବେଶି ଅନ୍ତରଙ୍ଗ ହୋଇଗଲି। ଏମିତି କିଛିକଥା ନାହିଁ ଯାହା ମୁଁ ବାବୁଜୀଙ୍କ ସହ କଥା ହୋଇପାରୁ ନ ଥିଲି। ପରସ୍ପରକୁ ଖୁବ୍‌ ବେଶି ଖୋଜୁଥିବା ବାବୁଜୀ ଦିନେ ଆମକୁ ଛାଡ଼ି ଚାଲିଗଲେ। ତାଙ୍କ ଯିବା ପରେ ମୋତେ

ଲାଗିଲା ମୁଁ ଯେମିତି ଶୂନ୍ୟ ହୋଇଗଲି। ରାତିରେ ନିଦ ହୁଏନି। ସେତେବେଳେ ଖୁବ୍‌ କବିତା ଲେଖେ। ମୋ ନିଜ କଥା ଯାହା ନ କହିଲେ ମୁଁ ରହିପାରିବିନି ସେଇଟା କବିତା ଭାବରେ ପ୍ରକାଶ କରେ। ଏହି କବିତାକୁ ନେଇ ୨୦୧୭ ଅକ୍ଟୋବରରେ ମୋର ପ୍ରକାଶିତ ବହି ‘ବାଦ୍‌ଶାହା ଓ ପ୍ରେମିକା’।“ ଏବେ ଭାସ୍ବତୀ ଇଭେଣ୍ଟ ପବ୍ଲିକେଶନର ପ୍ରକାଶକ ପ୍ରକାଶ ମହାପାତ୍ରଙ୍କ କଥା ରକ୍ଷାକରି ଲେଖୁଛନ୍ତି ଆତ୍ମଜୀବନୀ ‘ରାସ୍ତା’। ଜଣେ ଭଏସ୍‌ ଓଭର୍‌ ଆର୍ଟିଷ୍ଟ ଭାବରେ ମଧ୍ୟ ଭାସ୍ବତୀଙ୍କର ଖୁବ୍‌ ନାଁ ରହିଛି। ସ୍ବାମୀ ବିଜୟ ଓ ଝିଅକୁ ନେଇ ଏକ ପରିପୂର୍ଣ୍ଣ ଜୀବନ ଜିଉଥିବା ଭାସ୍ବତୀଙ୍କର ଜୀବନକୁ ନେଇ କୌଣସି ଅବସୋସ କି ଅଭିଯୋଗ ନାହିଁ। କାରଣ ସେ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଭଲପାଇ ଜିଇବାରେ ବିଶ୍ୱାସ କରନ୍ତି।

-ରୋଜାଲିନ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri