ଲେଖକ ଓ ଭଲ ମଣିଷ

ଲେଖକର ସଂଜ୍ଞା ଆଦୌ ଜଟିଳ ନୁହେଁ, ଅତି ସରଳ। ଯେ ଲେଖନ୍ତି ସେ ଲେଖକ ନିଶ୍ଚୟ। ଲେଖିବା କଥା ଉଠିଲେ ସାହିତ୍ୟ ଲେଖିବା କଥାକୁ ଆଗେ ବୁଝିବା। ସାହିତ୍ୟର ପୁଣି ବିଭିନ୍ନ ବିଭାଗ ଥାଏ, ରହିଛି। ରୁଚି ନେଇ ଲେଖକ ଲେଖନ୍ତି। ଲେଖକ ବଡ଼ ପାଇଁ ଲେଖିପାରନ୍ତି। ସାନମାନଙ୍କ ପାଇଁ ଲେଖିପାରନ୍ତି। ବଡ଼ମାନଙ୍କ ପାଇଁ ଯିଏ ଲେଖନ୍ତି, ସାନମାନଙ୍କ ପାଇଁ ମଧ୍ୟ ସେ ଲେଖିପାରନ୍ତି। ହେଲେ ବଡ଼ମାନଙ୍କ ପାଇଁ ଲେଖୁଥିବା ଲେଖକ କ୍ୱଚିତ କଁା ଭଁା ସାନମାନଙ୍କ ପାଇଁ ଲେଖନ୍ତି। ସାନମାନଙ୍କ ପାଇଁ ଲେଖୁଥିଲେ ବଡ଼ ଲେଖକ ମନୋଜ ଦାସ। ସାନମାନଙ୍କ ପାଇଁ ଲେଖୁଥିବା ଲେଖକ ବଡ଼ମାନଙ୍କ ପାଇଁ ଲେଖିବାରେ ଅସୁବିଧା ନ ଥାଏ। ସାନମାନେ ଶିଶୁ ଓ କିଶୋରବର୍ଗଙ୍କୁ ବୁଝାଏ। କବିତା ଲେଖି କବି, ଗପ ଲେଖି ଗାଳ୍ପିକ, କଥା କାହାଣୀ ଲେଖି କଥାକାର, ଜୀବନୀ ଲେଖି ଜୀବନୀ ଲେଖକ, ଉପନ୍ୟାସ ଲେଖି ଔପନ୍ୟାସିକ, ବ୍ୟଙ୍ଗ କାହାଣୀ ଲେଖି ବ୍ୟଙ୍ଗ ଲେଖକ, ସର୍ବୋପରି ସାହିତ୍ୟ ଲେଖି ସାହିତି୍ୟକ ହୁଅନ୍ତି। ସାନ ଶିଶୁମାନଙ୍କ ପାଇଁ ଲେଖନ୍ତି ଶିଶୁ ସାହିତି୍ୟକ। କେତେକ ଏକାଧିକ ବିଭାଗରେ ଲେଖନ୍ତି।
ତେବେ ଲେଖକ ଲେଖନ୍ତି। କେବେଠୁ ସ୍ତମ୍ଭ ଲେଖାର ଆଦର ଆଦୃତି ପୁଣି ବଢ଼ିଛି ପ୍ରିୟ ପାଠକ ମହଲରେ। ସବୁ ଖବରକାଗଜରେ ସ୍ତମ୍ଭ ଲେଖାମାନ ପ୍ରତ୍ୟେକ ଦିନ ସମ୍ପାଦକୀୟ ପୃଷ୍ଠାରେ ଆସିଥାଏ। ସ୍ତମ୍ଭ ଲେଖାର ଲେଖକ ସ୍ତମ୍ଭ ଲେଖକ ବା ସ୍ତମ୍ଭକାର। ଆଜିର ଦିନରେ ବିଶେଷ କରି ”ଖବରଭିତ୍ତିକ ସାହିତ୍ୟ“ ସ୍ତମ୍ଭ ଲେଖାରେ ସ୍ଥାନ ପାଇଥାଏ। ଲେଖକଙ୍କୁ ଜନଜୀବନର ଯେଉଁ ଯେଉଁ ଦିଗ ଜଳଜଳ ଦିଶେ, ତା’ ଉପରେ ଲେଖିଥାନ୍ତି ସ୍ତମ୍ଭ ଲେଖକ। ଏଠି କୁହାଯାଇପାରେ ସବୁ ସ୍ତମ୍ଭ ଲେଖକ ଭଲ ଲେଖନ୍ତି। ଭଲ ନ ଲେଖିଲେ ଲେଖା ସବୁ ଖବରକାଗଜରେ ଆସନ୍ତା କିପରି ? ଲେଖକଙ୍କ ଲେଖା ଯଦି ଭଲ, ତେବେ ବ୍ୟକ୍ତିଗତ ଭାବେ ଲେଖକ ଭଲ ମଣିଷ ହେବା ଉଚିତ। ହୁଏତ ଏ କଥା ବିତର୍କିତ ଲାଗିପାରେ ଅନେକଙ୍କୁ।
ଏ ଲେଖକର ମତରେ ଜଣେ ଲେଖକ ନିହାତି ଭଲ ମଣିଷ ହେବା ଦରକାର। ଖାଲି ଭଲ କଥା ଲେଖି ତା’ର ବିପରୀତ ଆଚରଣ ଯଦି ନିଜ ସ୍ଥାନୀୟ ପରିସରରେ ପରିବେଶରେ ପ୍ରଦର୍ଶନ କରୁଥାନ୍ତି, ତେବେ ଏହା ଅସଙ୍ଗତି କଥା ନିଶ୍ଚୟ। ଅନେକେ ପୁଣି ମତ ରଖନ୍ତି ‘Think globally, Act Locally’.ଯେଉଁଠି ପହଞ୍ଚି ହେବ ନାହିଁ ସେଇଠି ସୁନ୍ଦର ବାର୍ତ୍ତା ପହଞ୍ଚାଇବା ଉତ୍ତମ କଥା ହେବ ନିଶ୍ଚୟ। ଆଉରି ସୁନ୍ଦର ହେବ ସେଇ ସୁନ୍ଦର କଥା କହୁଥିବା ଲୋକ ନିଜେ ପରିସରରେ ପରିପାଳନ କରୁଥିଲେ। ନିଜେ ପାଳନ ନ କରି ଅନ୍ୟକୁ ତାହା ପାଳନ କରିବାକୁ କହିବା ବିଡ଼ମ୍ବନାର କଥା। ମିଛ କହୁଥିବା ଲୋକ ସତ କହିବା ପାଇଁ ଉପଦେଶ ଦେବା, ମଦ ପିଉଥିବା ଲୋକ ମଦ ବିରୋଧରେ କହିବା, ଦୁର୍ନୀତିଗ୍ରସ୍ତ ଦୁର୍ନୀତି ବିରୋଧରେ ବିଷୋଦଗାର କରିବା, ଏ ସବୁ ଡବଲ ଷ୍ଟାଣ୍ଡାର୍ଡ କଥା। ଏମିତି ନକାରାତ୍ମକ କାମରେ ରହିଥିବା ଲୋକ ସକାରାତ୍ମକ କଥା କହିବା ଶୋଭନୀୟ ନୁହେଁ। ଏମିତି ଛଦ୍ମବେଶୀ ଆଜିର ସମାଜରେ ସାଲୁବାଲୁ ହେଉଛନ୍ତି। ଛଦ୍ମବେଶୀ ମୁଖେ ରାମ ନାମ ଧରନ୍ତି, ଅନ୍ତରକୁ ହାରାମ କରି ରଖିଥାନ୍ତି।
ଲେଖକ ଯାହା ଲେଖନ୍ତି, ତା’ର ଉଦାହରଣ ନିଜେ ବନିବା ଦରକାର। ନୀତି ଆଦର୍ଶର କଥା କହି ଅନାଦର୍ଶର ଧ୍ବଜା ଧରିବା ଅସୁନ୍ଦର କଥା। ଅନାଦର୍ଶର ଧ୍ବଜାଧାରୀ ଆଦର୍ଶର ବାଣୀ ଶୁଣାଇବା ପାଣିରେ ଗାର ଟାଣିବା ସହ ସମାନ। ନୀତି ଆଦର୍ଶର କଥା ସଉକିରେ ଲେଖାଯାଇନପାରେ। କେବଳ ଲେଖିବା ପାଇଁ ଲେଖି ଦେଲେ ହେବ ନାହିଁ, ସେଇ ଲେଖାର ଯଥାର୍ଥତା ପ୍ରତି ଲେଖକୀୟ ଅଙ୍ଗୀକାରବଦ୍ଧତା ରହିବା ଦରକାର। ଲେଖିବା ପାଇଁ ଲେଖି ଦେବା ସହଜ, ତାକୁ ପାଳିବାରେ ଥାଏ ମହାନତା। ଯଥାର୍ଥତା। ଅନ୍ୟଥା ସେ ଲେଖା ହୋଇପାରେ ମୂଲ୍ୟହୀନ। ଏବେ ସାହିତ୍ୟରେ ମାତିଲେଣି ଖାଣ୍ଟି ନକାରାତ୍ମକ କିଛି ମିଛ ମଣିଷ। ସାହିତ୍ୟକୁ ଢାଲ କରି ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ଅପଚେଷ୍ଟା କଲେଣି କେହି କେହି। ସାହିତ୍ୟ ନାଁରେ ବଡ଼ ସହ ମିଶିପାରିବା ସୁଯୋଗ ପାଆନ୍ତି ଗୋଟେ ମଞ୍ଚରେ ବସି। ବିପଦ ବେଳେ ବଡ଼ ସାହାଯ୍ୟ ପାଇବେ, ଏଇ ଚକ୍କରରେ ସାହିତ୍ୟ କଲେଣି ଏଠି ଥୋକାଏ।
ତେବେ ଲେଖକ ଜଣେ ଭଲ ମଣିଷ ଆଗ ହେବା ଦରକାର। ମଣିଷପଣିଆର ଅଧିକାରୀ ହେବା ଜରୁରୀ। ଦେଖେଇ ଜଣେଇ ହେବା ପାଇଁ ଛଦ୍ମବେଶୀ ହେବା ଅନୁଚିତ। ବେପାରୀ ବେପାରରେ ଲୋକଙ୍କୁ ଠକି ଲୁଟି ଟିକସ ଫାଙ୍କି ଚାଲିଥିଲା ବେଳେ ଅନ୍ୟ ପାଖେ ସହଜରେ ନାଁ ଅର୍ଜିବା ପାଇଁ ସାହିତ୍ୟକୁ ସାହାରା କରିବା ଅପଚେଷ୍ଟାରେ ନିଜକୁ ନିୟୋଜିତ ବରାବର କରିଥାନ୍ତି। ସାହିତ୍ୟ ସେବା ପାଇଁ ଲୁଟେରା ବେପାରୀ ସାହିତ୍ୟ ଯେତିକି କରନ୍ତି ନାହିଁ, ସାହିତ୍ୟରୁ ସେତିକି ବ୍ୟକ୍ତିଗତ ଫାଇଦା ଉଠାଇବା ଫନ୍ଦିଫିକରରେ ସବୁବେଳେ ଥାଆନ୍ତି। ନିଜ ପ୍ରତିଷ୍ଠା ପାଇଁ ସାହିତ୍ୟ କରନ୍ତି। ଏଠୁ ସେଠୁ ପୁରସ୍କାର ଗୋଟାନ୍ତି କୁହାବୋଲା କରି। ତାଙ୍କର କୁଆଡେ ପଦ୍ମ ପୋଖରୀରୁ ସାନ ପଦ୍ମଟେ ହେଲେ ବି ତୋଳିବାର କାମନା ରହିଛି। ପଦ୍ମ ପୋଖରୀରୁ ପଦ୍ମ ତୋଳିବା ପାଇଁ ସେ ସାହିତ୍ୟକୁ ଆୟୁଧ କରି ପୂରାପୂରି ଆଣ୍ଠେଇ ପଡ଼ନ୍ତି। ସେଥିପାଇଁ ଜିଲାସ୍ତରୀୟ ଅଧିକାରୀଙ୍କୁ ଅତିଥି କରନ୍ତି। ସାହିତ୍ୟ କରୁଛି ବୋଲି ଡିଣ୍ଡିମ ପିଟନ୍ତି। ଆଗ ଭଲ ମଣିଷ ନ ହୋଇ ସାହିତ୍ୟ ପୋଖରୀକୁ ଗୋଳିଆ କରୁଥିବା ନାଁ ବିକଳିଆ ଆତ୍ମଘୋଷିତ ଲେଖକ ପୁରସ୍କାର ପଛରେ ଖାଲି ଧାଆନ୍ତି। ପାଞ୍ଚ ବର୍ଷ ସେମିତି ଲେଖାଲେଖି କରି ପାଆଁଶ ପୁରସ୍କାର ଗଣ୍ଠେଇ ସାରିଲେଣି ପଦ୍ମ ତୋଳି ହାତେଇ ନେବାର ନିଶାରେ। ନିଜ ପରିସରରେ ଲୋକ ଠିକ୍‌ ଜାଣନ୍ତି ସେ କ’ଣ ? କେତେ ଭଲ ଜଣେ ବ୍ୟକ୍ତି ହିସାବରେ ! ବୋଲକରା ତିଆରି ଭାବମୂର୍ତ୍ତି ତିଆରିବା ସବୁଦିନ ପାଇଁ କାମ କରି ନ ପାରେ। ବୋଲକରାଙ୍କୁ ଭଲ ପାଇବାରେ ବି ପାତରଅନ୍ତର ନୀତି ଆପେଣେଇଥାନ୍ତି।
ତେବେ ସମାଜକୁ ଦିଗ୍‌ଦର୍ଶନ ଦେଉଥିବା ଲେଖକ କେବେ ବି ଖରାପ ହୋଇ ନ ପାରନ୍ତି। ଲେଖକ ଅନେକ ସମୟରେ ସତ କଥା ଲେଖି କିମ୍ବା ପରୋକ୍ଷରେ କହି ଅନେକଙ୍କ ପାଇଁ ଗ୍ରହଣୀୟ ହୋଇନଥାନ୍ତି। ତଥାପି ସତ ଲେଖକ ଅଛନ୍ତି। କିଛି ଛଦ୍ମବେଶୀ ବି ଥାଆନ୍ତି। ଛଦ୍ମବେଶୀଙ୍କ ହାଉଯାଉ ଆଜିର ଦିନରେ ଅଧିକ। ସତ ଲେଖକ ବି ଏଠି ନିରନ୍ତର ଲେଖିବା ଧାରାରେ ନିଜକୁ ବରାବର ନିୟୋଜିତ ରଖିଆସିଥାନ୍ତି।
ବଉଦରାଜ, ବୌଦ୍ଧ
ମୋ: ୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri