Posted inଖେଳ

ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ରହିତାଦେଶ

ଚଣ୍ଡିଗଡ଼, ୧୨ା୮ଶନିବାର ହେବାକୁଥିବା ବହୁପ୍ରତୀକ୍ଷିତ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ଉପରେ ରହିତାଦେଶ ଜାରି କହିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ। ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନରେ ହରିୟାଣା ଆମେଚର ରେସ୍‌ଲିଂ ଆସୋସିଏଶନ (ଏଚ୍‌ଏଡବ୍‌ଲ୍ୟୁଏ)କୁ ଭୋଟ ଦାନ ଅଧିକାର ମିଳିଥିବା ବେଳେ ସେମାନଙ୍କୁ କେଉଁ କାରଣରୁ ଏଥିରୁ ବଞ୍ଚିତ କରାଯାଇଛି ଦର୍ଶାଇ ହରିୟାଣା ରେସ୍‌ଲିଂ ଆସୋସିଏଶନ (ଏଚ୍‌ଡବ୍ଲ୍ୟୁଏ) ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ପାର୍ଲାମେଣ୍ଟ ସଦସ୍ୟ ଦୀପିନ୍ଦର ହୁଦା ଏଚ୍‌ଡବ୍ଲ୍ୟୁଏର ମୁଖ୍ୟ ଅଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ମକଦ୍ଦମା ଲଢୁଥିବା ଆଡ୍‌ଭୋକେଟ ରବିନ୍ଦର ମଲିକ କହିଛନ୍ତି, ଏଚ୍‌ଡବ୍ଲ୍ୟୁଏ ହେଉଛି ରାଜ୍ୟରେ ଏକ ପଞ୍ଜୀକୃତ ସୋସାଇଟି। ଡବ୍ଲ୍ୟୁଏଫ୍‌ଆଇ ଦ୍ୱାରା ମଧ୍ୟ ଏହା ସ୍ବୀକୃତି ଲାଭ କରିଛି। ଡବ୍ଲ୍ୟୁଏଫ୍‌ଆଇର ସମ୍ବିଧାନ ଅନୁସାରେ କୌଣସି ପଞ୍ଜୀକୃତ ଓ ସ୍ବୀକୃତିପ୍ରାପ୍ତ ପରିଷଦ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନରେ ଭୋଟ ଦେବା ଲାଗି ଏହାର ଦୁଇଜଣ ପ୍ରତିନିଧିଙ୍କୁ ପଠାଇ ପାରିବ। ଏଚ୍‌ଡବ୍ଲ୍ୟୁଏର ଆଡ୍‌ଭୋକେଟ କହିଛନ୍ତି, ରାଜ୍ୟର ଅନ୍ୟ ଏକ ପରିଷଦ ହରିୟାଣା ଆମେଚର ରେସ୍‌ଲିଂ ଆସୋସିଏଶନ ଦାବି କରିଛି ଯେ, ଏହା ହରିୟାଣା ଅଲିମ୍ପିକ ଆସୋସିଏଶନ ସମେତ ଡବ୍ଲ୍ୟୁଏଫ୍‌ଆଇଠାରୁ ସ୍ବୀକୃତି ହାସଲ କରିଛି। ଏହି ଆସୋସିଏଶନ ପୁଣି କହିଛି ଯେ ଏଚ୍‌ଡବ୍ଲ୍ୟୁଏ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇପାରିବ ନାହିଁ ା
କାରଣ ଏହା ଡବ୍ଲ୍ୟୁଏଫ୍‌ଆଇଠାରୁ ସ୍ବୀକୃତି ଲାଭ କରିନାହିଁ। ଅନ୍ୟପକ୍ଷରେ ରିଟର୍ନିଂ ଅଫିସର ହରିୟାଣା ଆମେଚର ରେସ୍‌ଲିଂ ଆସୋସିଏଶନ ସପକ୍ଷରେ ଯୁକ୍ତି କରିଛନ୍ତି। ଏହି ଆସୋସିଏଶନ ଉଭୟ ଡବ୍ଲ୍ୟୁଏଫ୍‌ଆଇ ଓ ହରିୟାଣା ଅଲିମ୍ପିକ ଆସୋସିଏଶନ ଦ୍ୱାରା ସ୍ବୀକୃତି ଲାଭ କରିବା ପାଇଁ ଆବଶ୍ୟକ ପଡ଼ୁଥିବା ସମସ୍ତ ସର୍ତ୍ତ ପୂରଣ କରୁଛି। ରିଟର୍ନିଂ ଅଫିସରଙ୍କ ଏହି ନିର୍ଦ୍ଦେଶକୁ ଆମେ କୋର୍ଟରେ ଚ୍ୟାଲେଞ୍ଜ କରିଛୁ ବୋଲି କୋର୍ଟରେ ଏଚ୍‌ଡବ୍ଲ୍ୟୁଏ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଡ୍‌ଭୋକେଟ ମଲିକ କହିଛନ୍ତି। ସେ କହିଛନ୍ତି, ହରିୟାଣା ଆମେଚର ରେସ୍‌ଲିଂ ଆସୋସିଏଶନ ହୁଏତ ଡବ୍ଲ୍ୟୁଏଫ୍‌ଆଇଠାରୁ ସ୍ବୀକୃତି ଲାଭ କରିଥାଇପାରେ, କିନ୍ତୁ ନିର୍ବାଚନ ପ୍ରକ୍ରିୟା ପାଇଁ ଅଯୋଗ୍ୟ। କାରଣ ଏହା ହରିୟାଣା ଅଲିମ୍ପିକ ଆସୋସିଏଶନ ଦ୍ୱାରା ସ୍ବୀକୃତି ପାଇ ନାହିଁ। ଏପରିସ୍ଥଳେ ହରିୟାଣା ଆମେଚର ରେସ୍‌ଲିଂ ଆସୋସିଏଶନକୁ ଯଦି ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବା ଲାଗି ଅନୁମତି ଦିଆଯାଏ ତେବେ ତାହା ବେଆଇନ ବୋଲି ବିବେଚନା କରାଯିବ। ହାଇକୋର୍ଟ ବିଚାରପତି ବିନୋଦ ଏସ୍‌. ଭରଦ୍ୱାଜ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ଉପରେ ରହିତାଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୮ରେ ହେବ। ତେଣୁ ଏହା ପୂର୍ବର ନିର୍ବାଚନ ସମ୍ଭବ ନୁହେଁ ବୋଲି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri