Odisha Elections 2024

ବେଦାନ୍ତ ଆଲୁମିନିୟମର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୧୨।୮: ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ଓ ଛତିଶଗଡ଼ ୟୁନିଟ କାର୍ଯ୍ୟ ପରିସରରେ ଏକ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଏପରିକି ସପ୍ତାହବ୍ୟାପୀ ଆୟୋଜିତ ଉକ୍ତ ଅଭିଯାନରେ ଉଭୟ ମା ଓ ଶିଶୁଙ୍କ ପାଇଁ ସ୍ତନ୍ୟ ପାନର ଉପକାରିତା ସହ ନୂଆ ମା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବ୍ୟାପକ ପ୍ରୟାସ କରାଯାଉଛି।କମ୍ପାନୀର ଏଭଳି ଏକ ପଦକ୍ଷେପ ଉକ୍ତ ଅଞ୍ଚଳରେ ଶିଶୁ ମୃତ୍ୟୁ ହାରକୁ ରୋକିବାରେ ବେଶ ସହାୟକ ହେବ। ସେହିପରି ସ୍ତନ୍ୟପାନ କରାଇବା ଉପରେ ୩୫ରୁ ଅଧିକ ରାଲି ଓ ଗୋଷ୍ଠୀ ସଚେତନତା ବୈଠକ ଝାରସୁଗୁଡ଼ାର ପ୍ରମୁଖ ସ୍ଥାନ ମାନଙ୍କରେ ଆୟୋଜିତ ହୋଇଥିଲା। ଏପରିକି ୪୦୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଓ ୬୦ପଞ୍ଚାୟତର ଲୋକମାନେ ଉପକୃତ ହୋଇଥିଲେ। କଂପାନିର ମୋବାଇଲ ହେଲଥ ୟୁନିଟ ଦ୍ୱାରା ମଧ୍ୟ ଉକ୍ତ କାର୍ଯ୍ୟକ୍ରମର ପ୍ରସାର କରାଯାଇଥିଲା। ଏଥିରେ ୫୦ରୁ ଅଧିକ ସହାୟକ ନର୍ସ ଓ ମେଡିକାଲ କର୍ମଚାରୀ ଯୋଗ ଦେଇ ମା ଓ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ। ଅପରପକ୍ଷରେ ଲାଞିଗଡ଼ରେ ଥିବା ବେଦାନ୍ତ ହସପିଟାଲରେ ଶିଶୁ ବିଶେଷଜ୍ଞଙ୍କ ଜରିଆରେ ୬ଟି ସଚେତନତା ଶିବିର ଆୟୋଜନ ସହିତ ରାୟପୁରର ବାଲକୋ ମେଡିକାଲ ଓ କୋରବା ସ୍ଥିତ ବାଲକୋ ହସପିଟାଲ ଦ୍ୱାରା ଲୋକମାନଙ୍କ ସ୍ତନ କର୍କଟ ବିଷୟରେ ସଚେତନ କରାଯାଇଥିଲା। ଏସମ୍ପର୍କରେ ଝାରସୁଗୁଡ଼ାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡୋଳାମଣି ପଟେଲ କହିଛନ୍ତି, ଉଭୟ ମା ଓ ଶିଶୁଙ୍କ ପାଇଁ ସ୍ତନ୍ୟପାନର ଉପକାରୀତାକୁ ଆଲୋକିତ କରିବା ଅତି ଗୁରୁତ୍ୱପୂର୍ଣ୍ଣ। ବେଦାନ୍ତ ଏ ଦିଗରେ ଆଗେଇ ଆସିଥିବାରୁ ମୁଁ ତାକୁ ଧନ୍ୟବାଦ ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଏମ୍‌ର ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର,୧୯।୫ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀଛାତ୍ରମାନେ ନିକଟରେ ପ୍ରକାଶିତ ସେଣ୍ଟ୍ରାଲ ବୋର୍ଡ ଅଫ୍‌...

ନକଲି କଲ୍‌ ଉପରେ ରୋକ ଲଗାଇବ ଟ୍ରାଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା): ନକଲି ତଥା ବାରମ୍ବାର କଲ୍‌ କରି ହଇରାଣ କରୁଥିବା ମାର୍କେଟିଂ କଲ୍‌କୁ ରୋକିବା ପାଇଁ ଦେଶରେ ବହୁ ବର୍ଷ ଧରି ନିୟମ...

ଲଗାତାର ୬ ମାସ ପାଇଁ ଓଡ଼ିଶାରେ ଦରଦାମ୍ ସବୁଠୁ ଅଧିକ

ଭୁବନେଶ୍ୱର,୧୮।୫: ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଲଗାତାର ୬ ମାସ ହେଲା ଦେଶର ସବୁଠାରୁ ମହଙ୍ଗା ପାଲଟିଛି। ଓଡ଼ିଶାରେ ଗତ ୬ ମାସ...

ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି...

ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ

ଭୁବନେଶ୍ୱର,୧୮।୫ (ଅନୁରାଧା ମହାରଣା): ଭାରତର ସର୍ବବୃହତ୍‌ ପାର୍କ ଚେନ୍‌ କୁହାଯାଉଥିବା ୱଣ୍ଡେର୍ଲା ହଲିଡେଜ୍‌ ପକ୍ଷରୁ ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ୱରଠାରୁ ୨୨.୫ କି.ମି....

ଓସ୍‌ମେ ମହିଳା ଶିଳ୍ପୋଦ୍ୟୋଗୀ ସଂଘର ନୂତନ କର୍ମକର୍ତ୍ତା

ଭୁବନେଶ୍ୱର,୧୮।୫: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ତଥା କଟକ ଖପୁରିଆ ଶିଳ୍ପାଞ୍ଚଳଠାରେ ଥିବା ଓଡ଼ିଶା ଆସମ୍ବଲି ଅଫ୍‌ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌ (ଓଏଏସ୍‌ଏମ୍‌ଇ ବା...

ଓସିପିଏଲ୍‌ ପକ୍ଷରୁ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୫: ଓଡ଼ିଶା କୋଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଓସିପିଏଲ୍‌)ର ମନୋହରପୁର ୟୁନିଟ୍‌ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri